28.1 C
Bhubaneswar
Thursday, March 28, 2024
Homeବ୍ରେକୀଙ୍ଗମାଛ ବ୍ୟବସାୟକୁ ନେଇ ପୁଅକୁ ହତ୍ୟା କଲା ବାପା

ମାଛ ବ୍ୟବସାୟକୁ ନେଇ ପୁଅକୁ ହତ୍ୟା କଲା ବାପା

ନୂଆଦିଲ୍ଲୀ: ବିହାର ମୁଜଫରପୁର ବାସଦେବପୁର ମୁଶହରୀ ଗାଁରେ ସମସ୍ତଙ୍କୁ ଚକିତ କରିଦେବା ଭଳି ଏକ ଘଟଣା ସାମ୍ନାକୁ ଆସିଛି । ଜଣେ ବାପା ନିଜ ପୁଅର ହତ୍ୟା କରିଛି । ସାହେବଗଂଜ ଥାନା ଅଂଚଳ ମୁଶହରୀ ଗାଁ ରେ ପିତା ରାମଲଖନ ମୁଖିଆ ଓ ପୁତ୍ର ରାମପୁକାର ମୁଖିଆ ଙ୍କ ମଧ୍ୟରେ ମାଛ କୁ ପ୍ରସଙ୍ଗ କରି ବିବାଦ ହୋଇଥିଲା । ଧିରେ ଧିରେ ବିବାଦ ଏତେମାତ୍ରାରେ ବଢିଗଲା ଯେ, ଦୁହେଁ ଦୁହିଁଙ୍କ ଜୀବନ ନେବାକୁ ପଛାଇଲେ ନାହିଁ । ଶେଷରେ ପିତା ଉ ତ୍ତ୍ୟକ୍ତ ହୋଇ ନିଜ ପୁଅକୁ ଛୁରୀରେ ଆକ୍ରମଣ କରିଥିଲେ । ପରେ ପୁଅ ଗୁରୁତର ଭାବରେ ଆହତ ହୋଇପଡିଥିଲା । ଘଟଣା ଘଟିବା ପରେ ସ୍ଥାନୀୟ ଲୋକେ ଯେତେବେଳେ ପୁଅକୁ ଉଦ୍ଧାର କରି ସାହେବଗଂଜ ହସ୍ପିଟାଲରେ ଭର୍ତ୍ତି କରିଥିଲେ, ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଘଟଣା ସଂପର୍କରେ ଅଭିଯୁକ୍ତ ବାପାଙ୍କ ଶଳା କହିଛନ୍ତି ଯେ, ଦୁଇ ଜଣ ଯାକ ମାଛ ବ୍ୟବସାୟ କରୁଥିଲେ । ବିଳମ୍ବିତ ରାତି ପର୍ଯ୍ୟନ୍ତ କୌଣସି ଏକ କଥାକୁ ନେଇ ବିବାଦ ହୋଇଥିଲା । ଯେତେବେଳେ ପୁଅ ଏହାର ବିରୋଧ କରିଥିଲେ, ପିତା ଉତ୍ୟକ୍ତ ହୋଇ ଛୁରୀରେ ତାଙ୍କୁ ହତ୍ୟା କରିଥିଲେ । ବର୍ତମାନ ପୋଲିସ ଅଭିଯୁକ୍ତ ବାପାଙ୍କୁ ଗିରଫ କରିବା ସହ ପୁଅର ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking