27.1 C
Bhubaneswar
Friday, November 22, 2024
Homeଅପରାଧ୧୪ଥର ଗର୍ଭପାତ ପରେ ଆତ୍ମହତ୍ୟା

୧୪ଥର ଗର୍ଭପାତ ପରେ ଆତ୍ମହତ୍ୟା

ନୂଆଦିଲ୍ଲୀ: ବିବାହ ପୂର୍ବରୁ ପୁରୁଷ ବନ୍ଧୁଙ୍କ ସହିତ (ଲିଭ୍‌-ଇନ୍‌ ରିଲେସନ୍‌ସିପ୍‌) ଦକ୍ଷିଣ-ପୂର୍ବ ଦିଲ୍ଲୀର ଜଇତପୁର ଅଞ୍ଚଳରେ ବାସ କରୁଥିବା ଜଣେ ୩୩ବର୍ଷୀୟ ମହିଳା ଆତ୍ମହତ୍ୟା କରିଛନ୍ତି। ଏହା ପୂର୍ବରୁ ସେ ଲେଖିଥିବା ଏକ ଚିଠି ପୁଲିସର ହସ୍ତଗତ ହୋଇଛି। ଏଥିରେ ସେ ଦର୍ଶାଇଛନ୍ତି ଯେ ପୁରୁଷ ବନ୍ଧୁଙ୍କ ଦ୍ବାରା ସେ ୧୪ ଥର ଗର୍ଭବତୀ ହୋଇଥିଲେ ଏବଂ ପ୍ରତିଥର ବାଧ୍ୟବାଧକତାରେ ଗର୍ଭପାତ କରିଥିଲେ। ଏହା ଅସହ୍ୟ ହେବାରୁ ଚରମ ପଦକ୍ଷେପ ପାଇଁ ନିଷ୍ପତ୍ତି ନେଇଥିବା ଉଲ୍ଲେଖ କରିଛନ୍ତି। ସମ୍ପୃକ୍ତ ପୁରୁଷ ବନ୍ଧୁ ତାଙ୍କୁ ବିବାହର ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ବିବାହ କରୁ ନ ଥିଲେ। ସେଥିପାଇଁ ତାଙ୍କ ନିକଟରେ ଆଉ କିଛି ରାସ୍ତା ନ ଥିଲା ବୋଲି ସେ ଲେଖିଛନ୍ତି। ଏହି ଚିଠି ପାଇବା ପରେ ପୁଲିସ ଏକ ଆଇଟି ସଂସ୍ଥାରେ କାର୍ଯ୍ୟରତ ଅଭିଯୁକ୍ତ ପୁରୁଷ ବନ୍ଧୁଙ୍କୁ ଗିରଫ କରିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking