ଭୁବନେଶ୍ୱର: ପ୍ରବାସୀ ଶ୍ରମିକ ଏବେ ଓଡିଶା ଫେରିବା ପାଇଁ ଆଉ ଏକ ନୂଆ ନିୟମକୁ ସାମିଲ କରାଯାଇଛି । ବାହାର ରାଜ୍ୟରୁ ଫେରିବା ପୂର୍ବରୁ ପଞ୍ଜୀକରଣ ନିହାତି ଜରୁରୀ ବୋଲି ସୂଚନା ମିଳିଛି । ଅନଲାଇନ ରେଜିଷ୍ଟ୍ରେସନ କରିବା ସହ ନିଜ ସେମାନେ ସରପଞ୍ଚକୁ ସମସ୍ତ ତଥ୍ୟ ଦେବାକୁ ମଧ୍ୟ ପରାମର୍ଶ ଦିଆଯାଇଛି । ନିଜ ଗସ୍ତ ବିବରଣୀ, କେବେ ପହଂଚିବେ ଏପରି ସବୁ ତଥ୍ୟ ସରପଂଚଙ୍କୁ ଦେବେ । ଯଦି ପୂର୍ବରୁ ତଥ୍ୟ ନଦିଅନ୍ତି ତେବେ ଆନୁଷଙ୍ଗିକ ସୁବିଧାରେ ଉଣା ହୋଇପାରେ ବୋଲି ସୂଚନା ମିଳିଛି । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଥିବା ଆଜି ସୂଚନା ଦେଇଛନ୍ତି ମୁଖପାତ୍ର ସୁବ୍ରତ ବାଗଚୀ ।
https://onakhabar.com/2020/05/05/more-than-3900-cases-of-corona-in-the-country-in-24-hours-195-dead-says-health-ministry/