28.1 C
Bhubaneswar
Saturday, November 16, 2024
Homeଓଡିଶାସନ୍ଦେହ ବଢାଉଛି ସୁବ୍ରମଣ୍ୟନ୍‌ଙ୍କ ଗସ୍ତ

ସନ୍ଦେହ ବଢାଉଛି ସୁବ୍ରମଣ୍ୟନ୍‌ଙ୍କ ଗସ୍ତ

ପୁରୀ : ପୁରୀ ଶ୍ରୀ ମନ୍ଦିର ପରିକ୍ରମା ଐତିହ୍ୟ ପ୍ରକଳ୍ପକୁ ନେଇ ସୁବ୍ରମଣ୍ୟନ୍ ସ୍ୱାମୀଙ୍କ ଗସ୍ତ ଓ ପୁରୀ ନିଶ୍ଚଳାନନ୍ଦ ସରସ୍ୱତୀ ଙ୍କୁ ଭେଟିବା ଘଟଣା କୁ ନେଇ ସନ୍ଦେହ ଅଧିକ ଘନୀଭୂତ ହୋଇଛି । ହଠାତ ଏ ପ୍ରକଳ୍ପ କୁ ନେଇ ସୁବ୍ରମଣ୍ୟନ୍ ଙ୍କ ଭଳି ଜଣେ ଖ୍ୟାତାନାମା ନେତା ଓ ଆଇନଜୀବୀ ଆସିବା ନିଶ୍ଚୟ ସନ୍ଦେହ ସୃଷ୍ଟି କରିଛି ବୋଲି ରାଜନୈତିକ ମହଲରେ ଆଲୋଚନା ଜୋର ଧରିଛି । ପ୍ରକଳ୍ପ କୁ ନେଇ କିଛି ସଂଗଠନ ବିଜେପିର କିଛି ନେତା ବିରୋଧ କରି ମତ ରଖି ଆସୁଥିଲେ । କିନ୍ତୁ ଜାତୀୟ ସ୍ତରର କୈାଣସି ନେତା ଏ ଘଟଣା ରେ କୈାଣସି ମତ ରଖୁ ନ ଥିଲେ କି ମୁଣ୍ଡ ଖେଳାଉ ନ ଥିଲେ । ସାଂସଦ ଅପରାଜିତା ଷଡଙ୍ଗୀ ପ୍ରଥମେ ଲୋକସଭାରେ ଏ ପ୍ରସଙ୍ଗ ଉଠାଇ ବିବାଦ ଛିଡା କରାଇବା ପରେ ଏହାକୁ ନେଇ ରାଜନୀତି ଜୋର ଧରିଛି । ବିଜେପିର କୈାଣସି କେନ୍ଦ୍ରୀୟ ନେତା ଏ ପ୍ରସଙ୍ଗ ରେ କିଛି ବି ମତ ରଖୁନାହାନ୍ତି । କେବଳ ଓଡିଶା ର ନେତା ଭାବରେ ପୁରୀରୁ ପ୍ରାର୍ଥୀ ହୋଇଥିବାରୁ ସମ୍ବିତ ପାତ୍ର ବାରମ୍ବାର ଏ ଘଟଣା କୁ ନେଇ ସମାଲୋଚନା କରି ଚାଲିଛନ୍ତି । କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେବଳ ଆଇନ ଭିତ୍ତିରେ କାର୍ଯ୍ୟ କରାଯାଉ ବୋଲି କହୁଛନ୍ତି ହେଲେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମୁହଁ ଖୋଲୁ ନାହାନ୍ତି । ଏତେ ଦିନ ଧରି ବିବାଦ ଲାଗି ରହିଥିବା ବେଳେ କୈାଣସି ଦିନ ସୁବ୍ରମଣ୍ୟନ୍ ସ୍ୱାମୀ ସୋସିଆଲ ମିଡିଆ କିମ୍ବା ଅନ୍ୟ କୈାଣସି ମାଧ୍ୟମରେ ଏ ନେଇ ମତ ରଖି ନ ଥିଲେ । ଶଙ୍କରାଚାର୍ଯ୍ୟ ରାଜ୍ୟ ସରକାର ଙ୍କ ଉପରେ ବର୍ଷିବା ପରେ ସୁବ୍ରମଣ୍ୟନ୍ ସ୍ୱାମୀ ଙ୍କ ଆର୍ବିଭାବ କୁ ନେଇ ରାଜନୈତିକ ମହଲରେ ସନ୍ଦେହ ପ୍ରକାଶ କରାଯାଇଛି । ସୁବ୍ରମଣ୍ୟନ୍ ସ୍ୱାମୀ ଙ୍କ ଏ ଗସ୍ତ ପଛରେ ନିଶ୍ଚୟ ରହସ୍ୟ ଲୁଚି ରହିଛି ବୋଲି କୁହାଯାଉଛି । କାହା ପାଇଁ ଓ କାହା କଥା ରେ ସେ ଆସିଛନ୍ତି ତାକୁ ନେଇ ମଧ୍ୟ କଥା ଉଠୁଛି । ସେ ଆସିବା ପରେ ଯେଉଁ ମତ ରଖିଛନ୍ତି ତାହା ବି ବେଶ ଗୁରୁତ୍ୱପୁର୍ଣ୍ଣ । ଏହି ବିବାଦ ତୁଟାଇବାକୁ ହେବ ବୋଲି ତାଙ୍କ ମତ ସନ୍ଦେହ କୁ ଅଧିକ ଘନିଭୁତ କରୁଛି । ତାଙ୍କ ଗସ୍ତ ପଛରେ ନିଶ୍ଚୟ କିଛି ରାଜନୈତିକ କିମ୍ବା ସରକାରୀ ହସ୍ତ କ୍ଷେପ ଥିବା କଥାନେଇ ଆଲୋଚନା ହେଉଛି । ତେବେ ପ୍ରକଳ୍ପ ନେଇ ମୁହଁ ଖୋଲିଲେନି ବିଜେପିର ବରିଷ୍ଠ ନେତା ।ଏ ବାବଦରେ ନବୀନ ଙ୍କ ସହ ଆଲୋଚନା କରିବେ ବୋଲି କହିଛନ୍ତି । ବିଭିନ୍ନ ଧାର୍ମିକ ଓ ରାଜନୈତିକ ପ୍ରସଙ୍ଗକୁ ନେଇ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି । ଶଙ୍କରାଚାର୍ଯ୍ୟଙ୍କୁ କେରଳ ଆସିବାକୁ ଆମନ୍ତ୍ରଣ କରିବାକୁ ପୁରୀ ଆସିଥିଲେ ବୋଲି କହିଛନ୍ତି ସୁବ୍ରମଣ୍ୟନ୍ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking