17.1 C
Bhubaneswar
Monday, November 25, 2024
Homeଓଡିଶାପାହାଡ଼ ଚଢି ସ୍ଥିତି ଅନୁଧ୍ୟାନକଲେ ଉପଜିଲ୍ଲାପାଳ

ପାହାଡ଼ ଚଢି ସ୍ଥିତି ଅନୁଧ୍ୟାନକଲେ ଉପଜିଲ୍ଲାପାଳ

ରାମନାଗୁଡା : ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ ପାରିଖିତି ପଞ୍ଚାୟତର ଅପହଞ୍ଚ ଗାଁ କଣ୍ଡାବାରିଡିରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ଗୁଣୁପୁର ଉପଜିଲ୍ଲାପାଳ ଜେ ସୋନାଲ । ସେ ପ୍ରଥମେ କଣ୍ଡାବାରିଡି ଗ୍ରସ୍ତ କରି ବ୍ଲକ ପ୍ରଶାସନ ପକ୍ଷରୁ ନିଆଯାଇଥିବା ବିଭିନ୍ନ ଉନ୍ନୟନପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରିଛନ୍ତି । ବିଶେଷ କରି ରାସ୍ତା, ପାନୀୟ ଜଳ, ପୁଷ୍ଟିକର ଖାଦ୍ୟ, ସ୍ୱୟଂ ସହାୟକ ଗୋଷ୍ଠୀ, ଜଙ୍ଗଲ ଜମି ପଟା,ଘରଢିହ ପଟ୍ଟା ଆଦି ସଂପର୍କରେ ଲୋକଙ୍କୁ ପଚାରିବୁଝିବା ସହ ୨ମାସ ହେଲା ଛତୁଆ ପ୍ରଦାନ କରାଯାଇନଥିବାରୁ ବିରକ୍ତି ପ୍ରକାଶ କରିଥିଲେ । ସେହିଭଳି କଣ୍ଡାତାମିଙ୍ଗ ଗ୍ରାମରେ ପହଞ୍ଚି ସରକାରଙ୍କ ବିଭିନ୍ନ ଯୋଜନା ସଂପର୍କରେ ପଚାରିବୁଝିବା ସହ ଲୋକମାନେ ପାନୀୟ ଜଳ ଅସୁବିଧା ସଂପର୍କରେ କହିବା ସହିତ ୨ମାସ ଛତୁଆ ପ୍ରଦାନ କରାଯାଇନଥିବା ପ୍ରକାଶ କରିଥିଲେ । ତେବେ ଲୋକଙ୍କୁ ସ୍ଥାନୀୟ ତହସିଲ ପକ୍ଷରୁ ଜଙ୍ଗଲ ଜମି,ଘରଢିହ ପଟ୍ଟା ଯୋଗାଇଦେବାକୁ କହିବା ସହିତ ପାନୀୟଜଳ ସୁବନ୍ଦୋବସ୍ତ କରାଯିବାକୁ ବିଭାଗୀୟ ଅଧିକାରୀଙ୍କୁ  ପରାମର୍ଶ ଦେଇଥିଲେ । ସେହିପରି ମହିଳାଙ୍କୁ ନେଇ ମିଶନଶକ୍ତି ପକ୍ଷରୁ ଏକ ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ କରିବାକୁ ବିଭାଗୀୟ ଅଧିକାରୀ କହିବା ସହ ସରକାରଙ୍କ ପକ୍ଷରୁ ମହିଳାଙ୍କୁ ସ୍ୱାବଲମ୍ବୀ କରାଯିବାକୁ କୁକୁଡ଼ା କିମ୍ବା ଛେଳି ଚାଷ କରାଯାଇ ଆତ୍ମନିର୍ଭରଶୀଳ କରାଯିବାପାଇଁ କହିଥିଲେ । ଉପଜିଲ୍ଲାପାଳଙ୍କ ଏହି ଗ୍ରସ୍ତ ସମୟରେ ରାମନାଗୁଡା ବିଡିଓ ବେଣୁଧର ଶବର,ତହସିଲଦାର ଜୟଶ୍ରୀ ମଲ୍ଲିକ, ଅତିରିକ୍ତ ତହସିଲଦାର ଫ୍ରଡିନାଲ ଏକ୍କା, ସିଡିପିଓ ଶାନ୍ତିଲତା ରଥ, ବ୍ଲକ ଉପାଧ୍ୟକ୍ଷ ସୂର୍ଯ୍ୟରାଓ କୁମ୍ଭିରିକା,ସହକାରୀକନିଷ୍ଠ ଯନ୍ତ୍ରୀ ହିମାଂଶୁ ରଥ, ପଞ୍ଚାୟତ ନିର୍ବାହୀ ଅଧିକାରୀ ପ୍ରଭାତ ଶତପଥୀ, ଗ୍ରାମ ରୋଜଗାର ସେବକ ଦିଲ୍ଲୀପ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking