28.1 C
Bhubaneswar
Sunday, September 8, 2024
Homeଦେଶ ବିଦେଶଏହି ବିଶ୍ୱବିଦ୍ୟାଳୟରେ ପଢିବା ହେଲା ମହଙ୍ଗା; ବୃଦ୍ଧି ହେଲା ଏହିସବୁ କୋର୍ସ ଫି

ଏହି ବିଶ୍ୱବିଦ୍ୟାଳୟରେ ପଢିବା ହେଲା ମହଙ୍ଗା; ବୃଦ୍ଧି ହେଲା ଏହିସବୁ କୋର୍ସ ଫି

ନୂଆଦିଲ୍ଲୀ: ଦିଲ୍ଲୀ ବିଶ୍ୱବିଦ୍ୟାଳୟ ସ୍ନାତକ ଓ ସ୍ନାତକୋତ୍ତର ପ୍ରଥମ ବର୍ଷ କୋର୍ସ ଫି ରେ ବୃଦ୍ଧି କରିଛି । ଏବେ ଛାତ୍ରଛାତ୍ରୀଙ୍କୁ ଏଠି ପଢିବା ପାଇଁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡିବ । ଏହି ଶୁଳ୍କ ଶିକ୍ଷାବର୍ଷ ୨୦୨୪-୨୫ ରୁ ଲାଗୁ ହେବାକୁ ଯାଉଛି । ସେହିଭଳି ବିଶ୍ୱବିଦ୍ୟାଳୟରେ ପିଏଚଡି ଫି ମଧ୍ୟ ବଢିଛି । ନୂଆ ଫି ଷ୍ଟ୍ରକ୍‌ଚରେ ପ୍ରଥମ ବର୍ଷ ବି.ଟେକ ଛାତ୍ରଛାତ୍ରୀଙ୍କୁ ପ୍ରାୟ ୨.୨୪ ଲକ୍ଷ ଦେବାକୁ ପଡିବ, ଯାହା ପ୍ରଥମେ ପ୍ରାୟ ୨.୧୬ ଲକ୍ଷ ଟଙ୍କା ଥିଲା । ଏହି ହାଇକ ନିୟମ ମୁଖ୍ୟତଃ ପ୍ରତମବର୍ଷ ବିଦ୍ୟାର୍ଥୀଙ୍କ ପାଇଁ ଲାଗୁ ହେବ ।

ଏଥିରେ ଟ୍ୟୁସନ ଫିସ, ୱେଲଫେୟାର ଫଣ୍ଡ, ଡେଭଲଫମେଣ୍ଟ ଫିସ ତଥା ଇକୋନୋମିକ ଭଳି ସପୋର୍ଟ ପାଇଁ ରଖାଯାଇଛି । ସେହିପରି ପାଞ୍ଚବର୍ଷୀୟ ଇଣ୍ଟିଗ୍ରେଟେଡ ଲ କୋର୍ସର ମଧ୍ୟ ଫି ବଢିଛି । ପ୍ରଥମେ ଶୁଳ୍କ ୧.୯୦ ଲକ୍ଷ ଥିଲା, ଯାହା ବଢି ୧.୯୯ ଲକ୍ଷ ହୋଇଛି । ୪ ବର୍ଷିଆ ଇନଣ୍ଟିଗ୍ରେଟେଡ ଟିଜର୍ସ ଏଜୁକେଶନ ପ୍ରୋଗାମ ପାଇଁ ପ୍ରାୟ ୫୭ ହଜାର ୪୦୦ ଟଙ୍କା କରି ଦିଆଯାଇଛି । ପ୍ରତିଶତ ହିସାବରେ ଯଦି ଦେଖାଯାଏ ସବୁଠୁ ବେଶୀ ଫିସ ହାଇକ ହୋଇଛି ପିଏଚଡି କୋର୍ସରେ । ଏହାବାଦ ବିଦେଶୀ ଛାତ୍ରଛାତ୍ରୀଙ୍କ ଫିସ ମଧ୍ୟ ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ବଢିଛି । ନନ-ସାର୍କ ଦେଶରୁ ଆସୁଥିବା ଛାତ୍ରଛାତ୍ରୀଙ୍କ ଫିସ ୧ ଲକ୍ଷରୁ ୨ ଲକ୍ଷ କରିଦିଆଯାଇଛି । ସାର୍କ ଦେଶର ଛାତ୍ରଛାତ୍ରୀଙ୍କ ପାଇଁ ଏହା ରହିଛି ପ୍ରାୟ ୧ ଲକ୍ଷରୁ ୧.୫୦ ଲକ୍ଷ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking