27.1 C
Bhubaneswar
Saturday, April 4, 2026
Homeଓଡିଶାନରସିଂହ ଚୌଧୁରୀ(ସ୍ୱୟଂଶାସିତ) ମହାବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ ପ୍ରଦର୍ଶନ 

ନରସିଂହ ଚୌଧୁରୀ(ସ୍ୱୟଂଶାସିତ) ମହାବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ ପ୍ରଦର୍ଶନ 

ଯାଜପୁର: ଯାଜପୁରର ସର୍ବପୁରାତନ ନରସିଂହ ଚୌଧୁରୀ(ସ୍ୱୟଂଶାସିତ) ମହାବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ ପ୍ରଦର୍ଶନ। ମହାବିଦ୍ୟାଳୟରେ ବିଭିନ୍ନ ଅବ୍ୟବସ୍ଥା କୁ ନେଇ କଲେଜରେ ତାଲା ପକାଇ ଧାରଣାରେ ବସିଲେ ଛାତ୍ରଛାତ୍ରୀ । କଲେଜର ଆଟର୍ସ ବ୍ଲକରେ ପାଣିର ବ୍ୟବସ୍ଥା ନ ଥିବା ବେଳେ ସୁରକ୍ଷା କର୍ମୀ ନଥିବାରୁ ଦିନ ବେଳା କଲେଜ ପରିସରରୁ ଚୋରି ହେଉଛି। ଏପରିକି କଲେଜର ପାଠ ପଢ଼ା ମଧ୍ୟ ଠିକ୍‌ ଭାବେ ହେଉନ ଥିବା ଅଭିଯୋଗ କରିଛନ୍ତି ଛାତ୍ରଛାତ୍ରୀ। କଲେଜ ଭିତରକୁ ଗାଈ ଗୋରୁ, କୁକୁର ପଶି ଝାଡ଼ା ପରିସ୍ରା କରି କଲେଜକୁ ଅପରିଷ୍କାର କରିବା ସହ ଏକ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି କରୁଛି। ଏଥି ସହ କଲେଜ ଭିତରକୁ ଆସାମାଜିକ ବ୍ୟକ୍ତିଙ୍କ ଆଡ୍ଡାସ୍ଥଳୀ ପାଲଟିଛି ଏବଂ ସଫେଇ କର୍ମଚାରୀ ନଥିବାରୁ ଶ୍ରେଣୀ ଗୃହ ସଫା କରାଯାଉନାହିଁ। ବିଭିନ୍ନ ସମୟରେ କଲେଜରୁ ଛାତ୍ରଛାତ୍ରୀଙ୍କ ଓ କଲେଜର ଆସବାବ ପତ୍ର ଚୋରି ହେଉଛି। ସଞ୍ଜ ନଇଁଲେ କଲେଜ ପରିସରରେ ନିଶାଡ଼ିଙ୍କ ଆଡ୍ଡା ସ୍ଥଳୀ ପାଲଟୁଛି। କିମ୍ବଦନ୍ତୀ ବହନ କରୁଥିବା ନରସିଂହ ଚୌଧୁରୀ(ସ୍ୱୟଂଶାସିତ) ମହାବିଦ୍ୟାଳୟର ଅବସ୍ଥା ଯଦି ଏପରି ଲାଗି ରୁହେ ତେବେ ଛାତ୍ରଛାତ୍ରୀ ଅଧ୍ୟୟନ କରିବାକୁ ନିଜକୁ ସୁରକ୍ଷିତ ମଣିବେ ନାହିଁ ବୋଲି ବହୁ ଛାତ୍ରଛାତ୍ରୀ ସିଧାସଳଖ ଅଭିଯୋଗ କରିଛନ୍ତି। ଏ ନେଇ ଛାତ୍ରୀଛାତ୍ର ଅଧ୍ୟକ୍ଷଙ୍କ ଦୃଷ୍ଟି ଆକର୍ଷଣ କରୁଥିଲେ ମଧ୍ୟ ଏଥିପ୍ରତି ଅଧ୍ୟକ୍ଷ କର୍ଣ୍ଣପାତ କରୁନଥିବା ଛାତ୍ରୀଛାତ୍ର ଅଭିଯୋଗ କରିଛନ୍ତି। ତେଣୁ ଛାତ୍ରୀଛାତ୍ର ଏହି ଅବ୍ୟବସ୍ଥା ନେଇ ଅସନ୍ତୋଷ ପ୍ରକାଶ କରିବା ସହ ଦୀର୍ଘ ସମୟ ଧରି କଲେଜ ସମ୍ମୁଖ ଗେଟରେ ତାଲା ପକାଇ ଦେଇଥିଲେ। ତୁରନ୍ତ ସମସ୍ୟାର ସମାଧାନ କରିବାକୁ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଦାବି କରାଯାଇଛି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking