27.1 C
Bhubaneswar
Friday, November 22, 2024
Homeଓଡିଶାଅନ୍‌ଲାଇନ୍ ପରୀକ୍ଷା ପାଇଁ ଛାତ୍ରଛାତ୍ରୀଙ୍କ ଧାରଣା

ଅନ୍‌ଲାଇନ୍ ପରୀକ୍ଷା ପାଇଁ ଛାତ୍ରଛାତ୍ରୀଙ୍କ ଧାରଣା

ଝାରସୁଗୁଡ଼ା : ଅନ୍‌ଲାଇନ୍ ମାଧ୍ୟମରେ ପରୀକ୍ଷା କରାଇବା ଦାବିରେ ଝାରସୁଗୁଡା ଇଞ୍ଜିନିୟରିଂ ସ୍କୁଲର ଛାତ୍ରଛାତ୍ରୀମାନେ ସ୍କୁଲ ପରିସରରେ ଧାରଣା ଦେଇଛନ୍ତି । ସେମାନେ କହିଛନ୍ତି ଯେ, ଝାରସୁଗୁଡ଼ା ଇଞ୍ଜିନିୟରିଂ ସ୍କୁଲରେ ଚାରିଦିନ ପୂର୍ବରୁ ୪ ଜଣ ଛାତ୍ର, ୫ ଜଣ ଛାତ୍ରୀ ଓ ୧୩ ଜଣ କର୍ମଚାରୀଙ୍କୁ ମିଶାଇ ମୋଟ ୨୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ କଣ୍ଟାକ୍ଟରେ ଆସିଥିବା ଛାତ୍ରଛାତ୍ରୀଙ୍କର ଟ୍ରେସିଂ କରାଯାଇ ସ୍ୱାବ ନମୁନା ପରୀକ୍ଷା ପାଇଁ ପଠାଯାଇଛି । ସେମାନଙ୍କର ରିପୋର୍ଟ ଏ ପର୍ଯ୍ୟନ୍ତ ଆସିନାହିଁ । ଅନ୍ୟ ପଟେ ଆଜି ଠାରୁ ତୃତୀୟ ଓ ପଞ୍ଚମ ସେମିଷ୍ଟାର ଦେଉଥିବା ଛାତ୍ରଛାତ୍ରୀଙ୍କର ସ୍କୁଲରେ ଅଫ୍‌ଲାଇନ୍ ମାଧ୍ୟମରେ ପରୀକ୍ଷା ଆରମ୍ଭ ହେବ । ଅଫ୍‌ଲାଇନ୍ ମାଧ୍ୟମରେ ବିଦ୍ୟାଳୟରେ ପରୀକ୍ଷା କରାଇଲେ ଆହୁରି ଛାତ୍ରଛାତ୍ରୀ ତଥା କର୍ମଚାରୀମାନେ କରୋନା ସଂକ୍ରମିତ ହେବାର ଆଶଙ୍କା ରହିଛି । ତେଣୁ ଜିଲ୍ଲା ପ୍ରଶାସନ ଏଥିରେ ହସ୍ତକ୍ଷେପ କରି ପରୀକ୍ଷାକୁ ଅଫ୍‌ଲାଇନ୍ ମାଧ୍ୟମରେ ନ କରାଯାଇ ଅନ୍‌ଲାଇନ୍ ମାଧ୍ୟମରେ କରାଇବା ପାଇଁ ପଦକ୍ଷେପ ଗ୍ରହଣ କରୁ ବୋଲି ଛାତ୍ରଛାତ୍ରୀମାନେ ଦାବି କରିଛନ୍ତି ।

ଅନ୍ୟପଟେ ସ୍କୁଲ ଅଧ୍ୟକ୍ଷା ପ୍ରଗତି ଦାସ ଛାତ୍ରଛାତ୍ରୀଙ୍କୁ ବୁଝାସୁଝା କରିବାସହ କହିଛନ୍ତି ଯେ, ଝାରସୁଗୁଡ଼ା ଇଞ୍ଜିନିୟରିଂ ସ୍କୁଲ ଏକ ଅଟୋନୋମସ୍ ଇନ୍‌ଷ୍ଟିଚ୍ୟୁଟ୍ ନୁହେଁ । ଏହା ଏକ ସରକାରୀ ସ୍କୁଲ ଏବଂ ଏସ୍‌ସିଟିଇଭିଟି ଏହି ପରୀକ୍ଷା କରାଇଥାଏ । ଏସ୍‌ସିଟିଇଭିିଟିର କାର୍ଯ୍ୟକ୍ରମ ଅନୁଯାୟୀ ଆମେ ଅଫ୍‌ଲାଇନ୍ ପରୀକ୍ଷା ପାଇଁ ପ୍ରସ୍ତୁତ ଅଛୁ । ଯଦି ଛାତ୍ରଛାତ୍ରୀଙ୍କୁ ଏଥିରେ କୌଣସି ସମସ୍ୟା ଥାଏ ତେବେ ସେମାନେ ଏକ ଲିଖିତ ଅଭିଯୋଗ ପ୍ରଦାନ କଲେ ଆମେ ଏସସିଇଟିଇଭିଟି କର୍ତ୍ତୃପକ୍ଷଙ୍କୁ ପାଖକୁ ପଠାଇବୁ । ହେଲେ ଛାତ୍ରଛାତ୍ରୀମାନେ ଏପର୍ଯ୍ୟନ୍ତ କୌଣସି ଲିଖିତ ଅଭିଯୋଗ କରି ନାହାନ୍ତି ବୋଲି ଶ୍ରୀମତୀ ଦାସ କହିଛନ୍ତି । ଅନ୍ୟପଟେ କଣ୍ଟାକ୍ଟ ଟ୍ରେସିଂ ପରେ କୋଭିଡ୍ ଟେଷ୍ଟ ହୋଇଥିବା ଛାତ୍ରାଛାତ୍ରୀଙ୍କ ମଧ୍ୟ ରିପୋର୍ଟ ଆସିସାରିଛି । ସେମାନେ କରୋନା ପଜିଟିଭ ନଥିବାରୁ ତାଙ୍କ ପାଖକୁ ଫୋନ୍ କଲ୍ ଅବା ମେସେଜ ଯାଇନି । ସେହିପରି ପୌର ପରିଷଦ ପକ୍ଷରୁ ସ୍କୁଲ ଏବଂ ହଷ୍ଟେଲକୁ ଭଲ ଭାବରେ ସାନିଟାଇଜ କରାଯିବା ସହ କରୋନା ପଜିଟିଭ୍ ଥିବା ଛାତ୍ରଛାତ୍ରୀ ଓ କର୍ମଚାରୀମାନେ ଆଇସୋଲେସନରେ ରହିଛନ୍ତି । ତେଣୁ ଅଫ୍‌ଲାଇନ୍ ପରୀକ୍ଷା ଦେବା ପାଇଁ ଛାତ୍ରଛାତ୍ରୀମାନେ ଭୟଭୀତ ହୁଅନ୍ତୁ ନାହିଁ ବୋଲି ଶ୍ରୀମତୀ ଦାସ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking