ଭୁବନେଶ୍ୱର : କରୋନା ମହାମାରୀ ଯେତେବେଳେ ଆତଙ୍କ ସୃଷ୍ଟି କରିଛି, ସାଧାରଣ ଜନତା ବଂଚିବା ପାଇଁ
ରାହା ଖୋଜୁଛନ୍ତି, ସେତେବେଳେ ବି.ପି.ୟୁ.ଟି କର୍ତୃପକ୍ଷ ଶେଷବର୍ଷ ପରୀକ୍ଷା କରିବା ଘୋଷଣା କରିଛନ୍ତି । ଏହା ଅତ୍ୟନ୍ତ
ଦୁର୍ଭାଗ୍ୟଜନକ ବୋଲି ଛାତ୍ର କଂଗ୍ରେସର ଏ ସଂକ୍ରାନ୍ତରେ ୟୁଜିସି ଏବଂ ଏମ୍ଏଚ୍ଆରଡି ଯେଉଁ ନିଷ୍ପତି ଗ୍ରହଣ କରିଛନ୍ତି
ତାହା ଛାତ୍ରମାନଙ୍କୁ ମରଣ ମୁହଁକୁ ଠେଲିଦେବା ପାଇଁ ଉଦିଷ୍ଟ । ବି.ପି.ୟୁ.ଟି ର ସମସ୍ତ ଛାତ୍ରଛ୍ରାତୀ ଏହାର ପ୍ରତିବାଦ
କରୁଛନ୍ତି । ଛାତ୍ରଛାତ୍ରୀଙ୍କର ଜୀବନ ଠାରୁ ପରୀକ୍ଷା ବଡ଼ ନୁହେଁ । ସରକାର ଛାତ୍ରଛାତ୍ରୀମାନଙ୍କ ଜୀବନ ସହ ଖେଳ
ଖେଳୁଛନ୍ତି । ଏହାକୁ ଛାତ୍ର କଂଗ୍ରେସ ବରଦାସ୍ତ କରିବିନି ବୋଲି ଛାତ୍ର କଂଗ୍ରେସ ପକ୍ଷରୁ ଆଜି ଏକ ସମ୍ବାଦିକ
ସମ୍ମିଳନୀରେ କୁହାଯାଇଛି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯେଉଁ ୨୦ ଲକ୍ଷ କୋଟିର ଆତ୍ମନିର୍ଭର ଭାରତ ଯୋଜନା କଲେ ସେଥିରେ
ଛାତ୍ରଛ୍ରାତୀମାନଙ୍କର ସ୍ୱାର୍ଥକୁ ଅଣଦେଖା କରାଯାଇଛି । ଅନଲାଇନ୍ ଶିକ୍ଷା ସବୁଠାରେ ସମ୍ଭବ ନୁହେଁ । ଛାତ୍ରଛାତ୍ରୀମାନଙ୍କ
ପାଖରେ ବହିପତ୍ର ତଥା ପଢ଼ା ଉପକରଣ ନାହିଁ । ଘରଭଡ଼ା ଦେଇ ରହିବା ପାଇଁ ବି ଛାତ୍ର ଅସମର୍ଥ । ଯେତେବେଳେ
ୱାଲର୍ଡ ହେଲ୍ଥ ଅରଗାନାଇଜେସନ (ଡବ୍ଲୁ.ଏଚ.ଓ) ଘୋଷଣା କରୁଛି କରୋନା ବାୟୁ ବାହିତ ଚାରିଆଡ଼େ ଭୟର
ବାତାବରଣ । ଲୋକେ ଘରୁ ବାହାରକୁ ବାହାରିବାକୁ ନିରାପଦ ମନେ କରୁ ନାହାଁନ୍ତି । ସେତେବେଳ ପରୀକ୍ଷା କରେଇବା
କେତେ ବିପଦପୂର୍ଣ୍ଣ ତାକୁ ସରକାର ହୃଦୟଙ୍ଗମ କରିବା ଉଚିତ୍ । ୟୁଜିସି ଏବଂ ଏମଏଚଆରଡି ଯେଉଁ ଷ୍ଟାଣ୍ଡାର୍ଡ
ଅପରେଟିଂ ପ୍ରସ୍ୟୁକିୟର (ଏସ୍ଓପି) କରି ପରୀକ୍ଷା କରିବାକୁ ଚାହୁଁଛନ୍ତି ତାହା ବିପଦକୁ ନିମନ୍ତ୍ରଣ କରିବା ପରିହୋଇଛି ।
କରୋନା ଅନିୟନ୍ତ୍ରିତ ହୋଇ ପଡ଼ିଛି । ଏସ୍ଓପି ନିୟମ ଅନୁଯାୟୀ ସାମାଜିକ ଦୂରତା, ସାନିଟାଇଜର କରାଇ ସରକାର
ପରୀକ୍ଷା କଲେ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ଜୀବନ ବିପନ୍ନ ହୋଇପଡ଼ିବ । ସେତେବେଳେ ନେଡ଼ ିଗୁଡ଼ କହୁଣିକୁ ବୋହିଯିବ ।
ଏଣୁ ଶେଷବର୍ଷ ପରୀକ୍ଷା କରିବା ପାଇଁ ୟୁଜିସି ଓ ଏମ୍ଏଚ୍ଆରଡି ଯେଉଁ ନିଷ୍ପତି ନେଇଛନ୍ତି, ତାର ପୁନଃ ବିଚାର
କରାଯାଉ । ଛାତ୍ରଛାତ୍ରୀମାନଙ୍କର ଦୁରାବସ୍ଥାକୁ ସରକାର ଅନୁଭବ କରନ୍ତୁ, ନିର୍ଦ୍ଦୟ ହୁଅନ୍ତୁ ନାହିଁ । ଶେଷବର୍ଷର ସମସ୍ତ
ଛାତ୍ରଛାତ୍ରୀଙ୍କୁ ଉତୀର୍ଣ୍ଣ କରିଦିଆଯାଉ । ସରକାର ଏହି ଛାତ୍ରଛାତ୍ରୀମାନଙ୍କର ବିଗତ ସେମିଷ୍ଟାରମାନଙ୍କର ନମ୍ବରକୁ ବିଚାରକୁ
ନେଇ ସେମାନଙ୍କୁ ଉତୀର୍ଣ୍ଣ କରାଇପାରିବେ । ଯଦି ସରକାର ଆମ କଥା ନମାନନ୍ତି ତେବେ ପ୍ରଦେଶ ଛାତ୍ର କଂଗ୍ରେସ
ଆଇନର ଆଶ୍ରୟ ନେବ । ବିପିୟୁଟି ଓ ଅନ୍ୟ ଛାତ୍ରଛାତ୍ରୀମାନଙ୍କର ସ୍ୱାର୍ଥକୁ ଦୃଷ୍ଟିରେ ରଖି ପରୀକ୍ଷା ବାତିଲ ପାଇଁ କେସ
କରାଯିବ ବୋଲି ଛାତ୍ର କଂଗ୍ରେସ ପକ୍ଷରୁ କୁହାଯାଇଛି ।
ଏହି ସାମ୍ବାଦିକ ସମ୍ମିଳନୀରେ ୟାସିର ନୱାଜ, ଆଶୁତୋଷ ସାମନ୍ତରାୟ, ନିରଞ୍ଜନ ଦାସ, ସୌମ୍ୟ ମିଶ୍ର, ଶିବ
ଅଗ୍ରୱାଲ, ଆଦିତ୍ୟ ପ୍ରୀତମ୍ ଦାସ, ସଂଜୟ ବାରିକ, ସାଗର ପଟ୍ଟନାୟକ, ବିଶ୍ୱଜିତ୍ ମହାପାତ୍ର, ସମ୍ଭବ ପଟ୍ଟନାୟକ,
ଅକ୍ଷୟ ମଲ୍ଲ ପ୍ରମୁଖ ଉପସ୍ଥିତ ଥିଲେ ।