29.1 C
Bhubaneswar
Monday, February 2, 2026
Homeଓଡିଶାଡ୍ରଗ୍ସ ନଖାଇବାରୁ ଛାତ୍ରଙ୍କୁ ପିଟିଲେ; ପିଆଇଲେ ଶୌଚାଳୟ ପାଣି

ଡ୍ରଗ୍ସ ନଖାଇବାରୁ ଛାତ୍ରଙ୍କୁ ପିଟିଲେ; ପିଆଇଲେ ଶୌଚାଳୟ ପାଣି

ପିପିଲି: ଡ୍ରଗ୍ସ ନଖାଇବାରୁ ଛାତ୍ରଙ୍କୁ ପିଟିଲେ, ଶୌଚାଳୟ ପାଣି ପିଆଇଲେ। ରାଜଧାନୀ ଉପକଣ୍ଠରେ ଥିବା ଏକ ଘରୋଇ ଶିକ୍ଷାନୁଷ୍ଠାନରୁ ଏହି ରାଂଗି ଅଭିଯୋଗ ଆସିଛି। ଡ୍ରଗ୍ସ ନଖାଇବାରୁ ଜଣେ ଛାତ୍ରଙ୍କୁ ସିନିଅର ଓ କ୍ଲାସମେଟ୍ ସାଙ୍ଘାତିକ ମାଡ଼ ମାରିବା ସହ ପାଇଖାନା ପାଣି ପିଆଇବା ନେଇ ଅଭିଯୋଗ ହୋଇଛି। ଏନେଇ ପିପିଲି ଥାନାରେ ପୀଡ଼ିତ ଛାତ୍ରଙ୍କ ପରିବାର ପକ୍ଷରୁ ଅଭିଯୋଗ ପରେ ମାମଲା ରୁଜୁ ହୋଇଛି। ପୁଲିସ ଏନେଇ ତଦନ୍ତ ଆରମ୍ଭ କରିଛି। ପୀଡ଼ିତ ଛାତ୍ର ଜଣକ ହେଲେ କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଅଞ୍ଚଳର। ସେ ସେହି କଲେଜର ଦ୍ୱିତୀୟ ବର୍ଷର ଛାତ୍ର। ଗତ ନଭେମ୍ବର ମାସ ୨୪ରେ ଉକ୍ତ ଛାତ୍ର ଜଣକ କଲେଜର ଶ୍ରେଣୀ କକ୍ଷରେ ପାଠ ପଢୁଥିବା ସମୟରେ ତାଙ୍କର ଜଣେ ସହପାଠୀ ଓ ଅନ୍ୟ ଜଣେ ସିନିଅର ଛାତ୍ର ତାଙ୍କୁ ଉକ୍ତ ଶିକ୍ଷାନୁଷ୍ଠାନର ଦ୍ୱିତୀୟ ମହଲାକୁ ଡାକିନେଇଥିଲେ। ସେଠାରେ ଥିବା ଶୌଚାଳୟ ମଧ୍ୟରେ ତାଙ୍କୁ ସେମାନେ ନିସ୍ତୁକ ମାଡ଼ ମାରିଥିଲେ। ପାଇଖାନା ପ୍ୟାନ ଭିତରେ ତାଙ୍କ ମୁହଁକୁ ଜୋର ଜବରଦସ୍ତ ଭର୍ତ୍ତି କରାଇ ସେଥିରେ ଥିବା ପାଣି ପିଇବାକୁ ବାଧ୍ୟ କରିଥିଲେ। ଏଥିସହ ତାଙ୍କ ମୁଁହ, ଛାତି, ବେକ, ପେଟ, ଆଣ୍ଠୁକୁ ମୁଥ ମାରିବା ସହ ସେଠାରେ ତାଙ୍କୁ ଉଲଗ୍ନ କରିବାକୁ ଉଦ୍ୟମ କରିଥିଲେ। ତେବେ ସେହି ସମୟରେ ହାଉସ କିପିଂ ଷ୍ଟାଫ୍ ଆସିଯିବାରୁ ସେମାନେ ଉକ୍ତ ଛାତ୍ରଙ୍କୁ ଛାଡ଼ି ଦେଇଥିଲେ। ଏଥିସହ ଉପରୋକ୍ତ ସିନିଅର ଛାତ୍ର, ତାଙ୍କ ବାନ୍ଧବୀ ଓ ସହପାଠୀଙ୍କ ବାନ୍ଧବୀ ଉକ୍ତ ପୀଡିତ ଛାତ୍ରଙ୍କୁ ଭୋଜି ଖାଇବା ବାହାନାରେ କଲେଜ ବାହାରେ ଥିବା ଏକ ଘରକୁ ଡାକିନେଇ ସେଠାରେ ଡ୍ରଗ୍ସ ସେବନ କରିବାକୁ ବାଧ୍ୟ କରିବା ସହ ୨ଲକ୍ଷ ଟଙ୍କା ଦେବାକୁ ଧମକ ଦେଇଥିଲେ। ପୀଡିତ ଛାତ୍ରଙ୍କୁ ଉକ୍ତ ଘରେ ୨ରୁ ୩ଘଣ୍ଟା ପର୍ଯ୍ୟନ୍ତ ରଖାଯାଇଥିଲା। ୨୫ ତାରିଖରେ ଜ୍ୱର ଯୋଗୁଁ ପୀଡିତ ଛାତ୍ରଜଣକ କଲେଜ ଆସି ନଥିଲେ ଓ ୨୬ ତାରିଖରେ କଲେଜକୁ ପାଠ ପଢ଼ିବାକୁ ଆସିଥିଲେ। ସେଦିନ ତାଙ୍କୁ କଲେଜ ମଧ୍ୟରେ ଉକ୍ତ ଆକ୍ରମଣକାରୀ ଛାତ୍ର ଜଣକ ପୁନର୍ବାର ଟଙ୍କା ମାଗିବା ସହ ନାନା ଧମକଚମକ ଦେଇଥିଲେ। ଏଥିରେ ଛାତ୍ର ଜଣକ ପ୍ରବଳ ମାତ୍ରାରେ ଭୟଭୀତ ହୋଇ ସେହିଦିନଠାରୁ କଲେଜ ଯାଇ ନଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking