22.1 C
Bhubaneswar
Thursday, December 19, 2024
Homeଦେଶ ବିଦେଶସୁଦାନରେ ସଂଘର୍ଷ; ଭାରତୀୟଙ୍କ ସ୍ଥିତି ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ

ସୁଦାନରେ ସଂଘର୍ଷ; ଭାରତୀୟଙ୍କ ସ୍ଥିତି ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହିସଂ ପ୍ରଭାବିତ ସୁଦାନରେ ଥିବା ଭାରତୀୟଙ୍କ ସ୍ଥିତି ସମୀକ୍ଷା ପାଇଁ ଶୁକ୍ରବାର ଏକ ଉଚ୍ଚସ୍ତରୀୟ ବୈଠକର ଅଧ୍ୟକ୍ଷତା କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ସମସ୍ତ ସମ୍ବନ୍ଧିତ ଅଧିକାରୀଙ୍କୁ ସତର୍କ ରହିବା ସହିତ ଘଟଣାକ୍ରମ ଉପରେ ନିକଟରେ ନଜର ରଖିବାକୁ କହିଛନ୍ତି । ଏହା ବ୍ୟତୀତ ଭାରତୀୟଙ୍କୁ ସୁରକ୍ଷାର ଲଗାତାର ମୂଲ୍ୟାଙ୍କନ କରିବା ସହିତ ସେମାନଙ୍କୁ ଯଥାସମ୍ଭବ ସହାୟତା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍‌ଓ) ପକ୍ଷରୁ ଜାରି ଏକ ବିଜ୍ଞପ୍ତି ଅନୁସାରେ ପରିବର୍ତ୍ତିତ ସୁରକ୍ଷା ପରିଦୃଶ୍ୟ ଏବଂ ବିଭିନ୍ନ ବିକଳ୍ପର ବ୍ୟବହାର୍ଯ୍ୟତାକୁ ଧ୍ୟାନରେ ରଖି ଜରୁରୀକାଳୀନ ପରିସ୍ଥିତିରେ ସୁରକ୍ଷିତ ସ୍ଥାନାନ୍ତର ଯୋଜନା ପ୍ରସ୍ତୁତ କରିବାକୁ ମୋଦୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ବୈଠକରେ ବିଦେଶ ମନ୍ତ୍ରୀ ଏସ୍‌. ଜୟଶଙ୍କର, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ୍‌, ସୁଦାନରେ ଅବସ୍ଥାପିତ ଭାରତର ରାଷ୍ଟ୍ରଦୂତ, ବାୟୁସେନା ଓ ନୌସେନା ପ୍ରମୁଖଙ୍କ ସମେତ ବିଦେଶ ଏବଂ ପ୍ରତିରକ୍ଷା ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀଙ୍କ ବ୍ୟତୀତୟ ବରିଷ୍ଠ କୂଟନୀତିଙ୍କ ଭିଡିଓ କନ୍‌ଫରେନ୍ସ ମାଧ୍ୟମରେ ସାମିଲ ହୋଇଥିଲେ ।

ବିଦେଶ ମନ୍ତ୍ରୀ ଜୟଶଙ୍କର ବର୍ତ୍ତମାନ ଗୁୟାନା ଗସ୍ତରେ ଅଛନ୍ତି । ପିଏମ୍‌ଓ ପକ୍ଷରୁ କୁହାଯାଇଛି ବୈଠକରେ ପ୍ରଧାନମନ୍ତ୍ରୀଙ୍କୁ ସୁଦାନର ତାଜା ସ୍ଥିତି ସମ୍ପର୍କରେ ଅବଗତ କରାଯାଇଛି । ବୈଠକରେ ବର୍ତ୍ତମାନ ସୁଦାନରେ ବସବାସ କରୁଥିବା ପ୍ରାୟ ତିନି ହଜାରରୁ ଊର୍ଦ୍ଧ୍ୱ ଭାରତୀୟ ନାଗରିକଙ୍କ ସୁରକ୍ଷାକୁ ନେଇ ବିଶେଷ ଧ୍ୟାନ ଦିଆଯାଇଛି । ସେହିପରି ସୁଦାନ ସହିତ ଏହି ଅଞ୍ଚଳର ସମସ୍ତ ପଡ଼ୋଶୀ ଦେଶ ଯେଉଁଠାରେ ଅଧିକ ସଂଖ୍ୟାରେ ଭାରତୀୟ ବସବାସ କରୁଛନ୍ତି ସେମାନଙ୍କ ସହିତ ମଧ୍ୟ ଘନିଷ୍ଠ ସମ୍ପର୍କ ରକ୍ଷାର ମହତ୍ତ୍ୱ ଉପରେ ପ୍ରଧାନମନ୍ତ୍ରୀ ଜୋର୍ ଦେଇଛନ୍ତି । ଗତ ସପ୍ତାହରେ ଗୁଳିରେ ଆହତ ହୋଇଥିବା ଜଣେ ଭାରତୀୟ ନାଗରିକଙ୍କ ମୃତ୍ୟୁରେ ପ୍ରଧାନମନ୍ତ୍ରୀ ମୋଦୀ ଗଭୀର ଶୋକବ୍ୟକ୍ତ କରିଥିଲେ ।

ଏହା ପୂର୍ବରୁ ବିଦେଶ ମନ୍ତ୍ରୀ ଏସ୍‌. ଜୟଶଙ୍କର ସୁଦାନର ଲଗାତାର ଖରାପ ହେଉଥିବା ପରିସ୍ଥିତିକୁ ନେଇ ଗୁରୁବାର ଜାତିସଂଘ ସାଧାରଣ ସମ୍ପାଦକ ଆଣ୍ଟୋନିଓ ଗୁଟେରେସ୍‌ଙ୍କୁ ସାକ୍ଷାତ୍ କରିଥିଲେ । ଉଲ୍ଲେଖଯୋଗ୍ୟ, ସୁଦାନରେ ଗତ କିଥିଦିନ ହେବ ମିଲିଟାରୀ ଏବଂ ପାରାମାଲିଟାରୀ ମଧ୍ୟରେ ସଂଘର୍ଷ ଜାରି ରହିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଗଠନ (ହୁ) ଅନୁସାରେ ଏଥିରେ ବର୍ତ୍ତମାନ ସୁଦ୍ଧା ୪୦୦ରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୩୫୦୦ ଲୋକ ଆହତ ହୋଇଛନ୍ତି । ଏହି ସଂଘର୍ଷର କେନ୍ଦ୍ର ରାଜଧାନୀ ଖୁର୍ତୁମ୍‌ରେ ପ୍ରାୟ ଦେଢ଼ ହଜାର ଭାରତୀୟ ନାଗରିକ ଫସି ରହିଛନ୍ତି । ସେହିପରି କର୍ଣ୍ଣାଟକର ହକ୍କି-ପିକ୍କି ଆଦିବାସୀ ସମ୍ପ୍ରଦାୟର ୩୧ ଲୋକ ମଧ୍ୟ ସୁଦାନୀ ସହର ଅଲ୍‌-ଫଶେରରେ ଫସି ରହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking