14.1 C
Bhubaneswar
Saturday, January 11, 2025
Homeଓଡିଶାରାଜ୍ୟରେ ପ୍ରବଳ ଗ୍ରଷ୍ମ ପ୍ରବାହ, ଲୋକେ ଅସ୍ତବ୍ୟସ୍ତ

ରାଜ୍ୟରେ ପ୍ରବଳ ଗ୍ରଷ୍ମ ପ୍ରବାହ, ଲୋକେ ଅସ୍ତବ୍ୟସ୍ତ

ଭୁବନେଶ୍ୱର: ରାଜ୍ୟର ୪ଟି ସହରର ତାପମାତ୍ରା ୪୦ଡିଗ୍ରୀ ପାର୍ କରିଥିଲା । ତେବେ ଝାରସୁଗୁଡ଼ାର ତାପମାତ୍ରା ସର୍ବାଧିକ ୪୦.୨ଡିଗ୍ରୀ ରହିଥିବା ବେଳେ ବଲାଙ୍ଗିର, ଟିଟିଲାଗଡ଼ ଏବଂ ବୌଦ୍ଧର ତାପମାତ୍ରା ୪୦ଡିଗ୍ରୀ ଥିଲା । ରାଜ୍ୟରେ ପ୍ରବଳ ଗ୍ରଷ୍ମ ପ୍ରବାହ ଲାଗି ଲୋକେ ଅସ୍ତବ୍ୟସ୍ତ ହୋଇପଡୁଛନ୍ତି । ଆଗକୁ ତାତି ବଢ଼ିବାର ଆଶଙ୍କା ଥିବାରୁ ଏବେ ଭୀତି ବଢ଼ିବାରେ ଲାଗିଛି । ଉପକୂଳରୁ ପଶ୍ଚିମ; ସବୁଠି ବହୁୂଛି ଗରମହାୱା । ଗ୍ରୀଷ୍ମ ଆରମ୍ଭରୁ ସ୍ଥିତି ଜଟିଳ ହୋଇଥିବା ବେଳେ ଆଗକୁ ପରିସ୍ଥିତିି ଅଧିକ ଜଟିଳ ହେବ ବୋଲି ପାଣିପାଗ ବିଶେଷଜ୍ଞମାନେ ଆକଳନ କରିଛନ୍ତି । ଆଜି ୩୮ଡିଗ୍ରୀ ଉପରକୁ ପାରଦ ରହିଥିବା ସହରଗୁଡିକ ମଧ୍ୟରେ ବାରିପଦାରେ ୩୯ ଡିଗ୍ରୀ, ସମ୍ବଲପୁର ୩୮.୯ଡିଗ୍ରୀ, ସୁନ୍ଦରଗଡ଼ ୩୮ଡିଗ୍ରୀ, ହୀରାକୁଦରେ ୩୮.୩ଡିଗ୍ରୀ, ତାଳଚେରରେ ୩୮ ଡିଗ୍ରୀ, ଭଦ୍ରକରେ ୩୮.୨ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ସେହିପରି ଭୁବନେଶ୍ୱର ତାପମାତ୍ରା ୩୭ଡିଗ୍ରୀ ଥିବା ଜଣାପଡ଼ିଛି । ଆଞ୍ଚଳିକ ପାଣିପାଗ କେନ୍ଦ୍ର ବୈଜ୍ଞାନିକ ଉମାଶଙ୍କର ଦାସ କହିଛନ୍ତି, ବର୍ତ୍ତମାନ ରାଜ୍ୟର ଅନେକ ସହରରେ ଗରମ ଜାରି ରହିବ । ତେବେ ଉତ୍ତପ୍ତ ବାୟୁମଣ୍ଡଳ ସହ ସମୁଦ୍ରରୁ ଆସୁଥିବା ଜଳୀୟ ବାଷ୍ପ ମିଶିବା ଯୋଗୁ ଗୋଟିଏ କିମ୍ବା ଦୁଇଟି ଜାଗାରେ କାଳବୈଶାଖୀ ହୋଇପାରେ । ମାତ୍ର ବିସ୍ତୃତ ଅଞ୍ଚଳରେ କାଳବୈଶାଖୀ ଜନିତ ବର୍ଷା ହେବା ସମ୍ଭାବନା କମ୍ । ସମ୍ଭାବ୍ୟ ବାତ୍ୟାର ପ୍ରଭାବ ଓଡ଼ିଶା ଉପରେ କିଛି ପଡ଼ିବ ନାହିଁ । ବାତ୍ୟା ଯିବା ପରେ ଅର୍ଥାତ ୨୩ ତାରିଖ ପରେ ଗରମ ଆହୁରି ବଢ଼ିବ । ତାପମାତ୍ରା ବର୍ତ୍ତମାନ ତୁଳନାରେ ୨ରୁ ୩ ଡିଗ୍ରୀ ବଢ଼ିପାରେ । ଏମିତି ହେଲେ ଉପକୂଳରେ ଆସନ୍ତା ୨୪-୨୫ ତାରିଖ ବେଳକୁ ପାରଦ ୪୦ ଡିଗ୍ରୀ ଛୁଇଁପାରେ । ପଶ୍ଚିମରେ ପାରଦ ୪୩ ଡିଗ୍ରୀ ଟପିପାରେ ବୋଲି ଆକଳନ କରାଯାଇଛି ବୋଲି ସେ ସୂଚନା ଦେଇଛନ୍ତି । ସେହିପରି ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, ବାଲେଶ୍ୱର, ମାଲକାନଗିରି, କୋରାପୁଟ ଓ ଗଜପତିରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ସେହିପରି ଗଞ୍ଜାମ, କନ୍ଧମାଳ, ମୟୂରଭଞ୍ଜରେ ଘଡ଼ଘ଼ଡ଼ି ସହ ବର୍ଷା ହୋଇପାରେ ବୋଲି ସେ ସୂଚନା ଦେଇଛନ୍ତି । ୨୪ ଓ ୨୫ ତାରିଖରେ ମଧ୍ୟ କିଛି ଜିଲ୍ଲାରେ ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking