27.1 C
Bhubaneswar
Friday, October 18, 2024
Homeଦେଶ ବିଦେଶବିଜେପିକୁ ଶକ୍ତ ଧକ୍କା: ଆପ୍‌, କଂଗ୍ରେସ ପ୍ରାର୍ଥୀଙ୍କୁ ମେୟର ଘୋଷଣା କଲେ ସୁପ୍ରିମକୋର୍ଟ

ବିଜେପିକୁ ଶକ୍ତ ଧକ୍କା: ଆପ୍‌, କଂଗ୍ରେସ ପ୍ରାର୍ଥୀଙ୍କୁ ମେୟର ଘୋଷଣା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ସୁପ୍ରିମକୋର୍ଟ, ମଙ୍ଗଳବାର ଚଣ୍ଡିଗଡ ମେୟର ନିର୍ବାଚନରେ ହୋଇଥିବା ଅନିୟମିତତା ସମ୍ପର୍କୀତ ମାମଲାରେ ଶୁଣାଣି କରିବା ପୂର୍ବକ ଚୂଡାନ୍ତ ରାୟ ଘୋଷଣା କରିଛନ୍ତି । ନିଜ ରାୟରେ ସୁପ୍ରିମକୋର୍ଟ ଚଣ୍ଡିଗଡ଼ ମେୟର ନିର୍ବାଚନ ଫଳାଫଳକୁ ବାତିଲ୍ କରିଦେବା ସହ ଆମ୍ ଆଦ୍‌ମୀ ପାର୍ଟି (ଆପ୍‌) ଏବଂ କଂଗ୍ରେସ ସମର୍ôଥତ ପ୍ରାର୍ଥୀ କୁଲଦୀପ କୁମାରଙ୍କୁ ଚଣ୍ଡିଗଡର ନୂଆ ମେୟର ଘୋଷଣା କରାଯିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି (ସିଜେଆଇ) ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ ଆଜି ଏହି ମାମଲାର ଶୁଣାଣି କରିବା ପୂର୍ବକ ଉପରୋକ୍ତ ରାୟ ଦେଇଛନ୍ତି । ତେବେ ସୁପ୍ରିମକୋର୍ଟଙ୍କ ଏପ୍ରକାର ରାୟ ବିଜେପି ପାଇଁ ଜୋରଦାର ଝଟ୍‌କା ସଦୃଶ ହୋଇଛି ।

ସୁପ୍ରିମକୋର୍ଟ ଆଜି ଏହି ମାମଲାରେ ଶୁଣାଣି କରିବା ଅବସରରେ ପୂର୍ବତନ ରିଟର୍ଣ୍ଣି ଅଫିସର ଅନୀଲ ମସିହଙ୍କୁ ଭର୍ତ୍ସନା କରିବା ସହ ନୋଟିସ୍ ଜାରି କରିଛନ୍ତି । ଏଥିରେ ଅନୀଲ, କୋର୍ଟରୁମ୍‌ରେ ମିଛ କହିଥିବା ଏବଂ ବିଚାରପତିଙ୍କୁ ଭ୍ରମିତ କରିବାକୁ ଚେଷ୍ଟା କରିଥିବା ଭଳି ଅଭିଯୋଗ ତାଙ୍କ ବିରୋଧରେ ଧାର୍ଯ୍ୟ କରାଯାଇଥିବା ଦର୍ଶାଯାଇଛି । ସେହିପରି ଏହି ସମୟରେ ଅନୀଲ ମସିହଙ୍କ ଦ୍ୱାରା ନାକଚ କରାଯାଇଥିବା ୮ଟି ବାଲାଟ୍ ପେପରକୁ ମଧ୍ୟ ବୈଧ ଭାବେ ବିବେଚନା କରାଯାଇ ଗଣତିରେ ସାମିଲ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହି ୮ଟି ବାଲାଟ୍ ପେପରରେ କୁଲଦୀପ କୁମାରଙ୍କ ସମର୍ଥନରେ ଭୋଟ୍ ଦିଆଯାଇଥିବା ସ୍ପଷ୍ଟ ହୋଇଥିଲା ।

ସୁତରାଂ ନିର୍ବାଚନ ଆୟୋଗ ଏବେ ଏହି ୮ଟି ନାକଚ ହୋଇଥିବା ବାଲାଟ୍ ପେପରକୁ ଗଣତିକୁ ନେବେ ଏବଂ ତଦନୁସାରେ ଫଳାଫଳ ଘୋଷଣା କରିବେ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଯଦି ଏପରି ହୁଏ ତେବେ ଆପ୍ ଏବଂ କଂଗ୍ରେସ ସମର୍ôଥତ ପ୍ରାର୍ଥୀ ଭାବେ କୁଲଦୀପ କୁମାରଙ୍କ ବିଜୟ ହେବା ସୁନିଶ୍ଚିତ ହେଉଛି । ସୁତରାଂ ସୁପ୍ରିମକୋର୍ଟ ଆଜି ତାଙ୍କୁ ଆଗୁଆ ଚଣ୍ଡିଗଡ ମେୟର ଭାବେ ଘୋଷଣା କରିଛନ୍ତି । ପୂର୍ବରୁ ଏଠାରେ ବିଜେପି ପ୍ରାର୍ଥୀ ମନୋଜ ସୋନକରଙ୍କୁ ମେୟର ନିର୍ବାଚନରେ ବିଚୟୀ ଘୋଷଣା କରାଯାଇଥିଲା । ଏସବୁ ମଧ୍ୟରେ ସନ୍ଦେଶଖାଲି ଅଞ୍ଚଳକୁ ଯାଇଥିବା ଜଣେ ଟିଭି ସାମ୍ବାଦିକଙ୍କୁ ବେଆଇନ୍ ଭାବେ ଅଟକ ରଖାଯିବା ଘଟଣାରେ ଜାତୀୟ ମାନବାଧିକାର ଆୟୋଗ (ଏନ୍‌ଏଚ୍‌ଆର୍‌ସି) ଆଜି ପଶ୍ଚିମବଙ୍ଗ ପୁଲିସ୍ ମହାନିର୍ଦ୍ଦେଶକଙ୍କୁ ନୋଟିସ୍ ଜାରି କରି ୨ ସପ୍ତାହ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ପ୍ରକାଶ, ଦିନକ ପୂର୍ବେ ଏହି ମାମଲାର ଶୁଣାଣି ଆରମ୍ଭ ହୋଇଥିବା ବେଳେ ସିସିଟିଭି ଫୁଟେଜ୍ ଆଧାରରେ ରିଟର୍ଣ୍ଣି ଅଧିକାରୀ ଅନୀଲ ମସିହ ୮ଟି ବାଲାଟ୍ ପେପରରେ କ୍ରସ ମାର୍କ କରୁଥିବା ଦେଖିବାକୁ ମିଳିଥିଲା । ସୁପ୍ରିମକୋର୍ଟ ଏନେଇ ଅନୀଲଙ୍କୁ ପ୍ରଶ୍ନ କରିଥିଲେ କିନ୍ତୁ ତାଙ୍କ ଉତ୍ତର ସୁପ୍ରିମକୋର୍ଟ ବିଚାରପତିଙ୍କୁ ଆଶ୍ୱସ୍ତ କରିପାରିନଥିଲା । ସୋମବାର ଏହି ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଚଣ୍ଡିଗଡ ମେୟର ନିର୍ବାଚନର ଭୋଟ୍ ଗଣତି ସମୟରେ ବ୍ୟବହୃତ ହୋଇଥିବା ସମସ୍ତ ବାଲାଟ୍ ପେପର ଓ ରେକର୍ଡ କରାଯାଇଥିବା ଭିଡିଓ ଆଦିକୁ ପ୍ରମାଣ ଭାବେ ମଙ୍ଗଳବାର ଅର୍ଥାତ୍ ଆସନ୍ତାକାଲି ସୁଦ୍ଧା କୋର୍ଟରେ ଦାଖଲ କରିବାକୁ ନିର୍ବାଚନ ଆୟୋଗଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ରାଜ୍ୟ ଡେପୁଟି କମିଶନରଙ୍କୁ ଚଣ୍ଡିଗଡ ପାଇଁ ଜଣେ ନୂଆ ରିଟର୍ଣ୍ଣିଂ ଅଫିସରଙ୍କୁ ନିଯୁକ୍ତ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ । ତେବେ ନୂଆ କରି ନିଯୁକ୍ତ ହେବାକୁ ଥିବା ଏହି ରିଟର୍ଣ୍ଣିଂ ଅଧିକାରୀଜଣକ କୌଣସି ରାଜନୈତିକ ଦଳ ସହ ସଂଶ୍ଳିଷ୍ଟ ନଥିବା ନିର୍ବାଚନ ଆୟୋଗ ସୁନିଶ୍ଚିତ କରିବେ ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ କରିଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking