ଭୁବନେଶ୍ୱର: ରେଭେନ୍ସା ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ସମ୍ବୋଧନ କରିଛନ୍ତି । ରେଭେନ୍ସା ଅନୁଭୂତି ନେଇ ମତ ରଖିଛନ୍ତି, ରାଷ୍ଟ୍ରପତି । ମୋ ଝିଅ ଏଠି ୨ ବର୍ଷ ପାଠ ପଢିଲା ବେଳେ ମୁଁ ହଷ୍ଟେଲକୁ ଆସିଥିଲି । ଏହା କେବଳ ଇଟା ସିମେଣ୍ଟରେ ଗଢା ନୁହେଁ । ଏହା ଏକ ଶାଳଗ୍ରାମ । ଅହି ଅନୁଷ୍ଠାନ ଭାରତ ଇତିହାସ ସହ ଯୋଡି ହୋଇ ରହିଛି । ଗତ ଦୁଇ ବର୍ଷ ହେଲା ଝିଅମାନେ ଏଠାରେ ସଫଳତାର ଆଗରେ । ପୁଅମାନଙ୍କ ଠାରୁ ଝିଅମାନଙ୍କୁ ଅଧିକ ସଫଳତା ପରିବର୍ତ୍ତନର ପ୍ରମାଣ । ଚାକିରି ପାଇଁ ନୁହେଁ ଚାକିରି ଦେବାକୁ ଉଦ୍ୟମ କରନ୍ତୁ । ମଧୁବାବୁଙ୍କ ଦ୍ୱାରା ନିର୍ମିତ ଜୋତା କାରଖାନାର ଉଦାହରଣ ରଖିଲେ । ରେଭେନ୍ସା ଏକ ପୁରୁଣା ଅନୁଷ୍ଠାନ ମାତ୍ର ପୁରୁଣାକାଳିଆ ନୁହେଁ । ଯେଉଁ କର୍ମକ୍ଷେତ୍ରରେ ଥିଲେ ବି ଅନୁଷ୍ଠାନକୁ ଭୁଲି ପାରିବା ନାହିଁ ।









