ଭୁବନେଶ୍ୱର: ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଲାଗି ନଥିବା ଗାଡି ମାଲିକମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନର ସମୟ ଆସିଛି । ଏଣିକି ଗାଡିରେ ଏଚଏସଆରପି ନମ୍ବର ନଥିଲେ ଗଣିବେ ମୋଟା ଅଙ୍କର ତଣ୍ଡ । ପରିବହନ ବିଭାଗ ତରଫରୁ ଏଭଳି ଗାଡି ଚାଳକମାନଙ୍କ ବିରୋଧରେ ଚାଲାଣ କାଟିବା ଆରମ୍ଭ କରି ସାରିଛି ।
ମିଳିଥିବା ରିପୋର୍ଟ ଅନୁଯାୟୀ, ଗତ ୧୧ ଦିନ ମଧ୍ୟରେ ମୋଟ ୨୬୭୪ଟି ଯାନ ନାଁରେ ଏହି ଜରିମାନା ଆଦାୟ କରାଯାଇଛି । ଶେଷ ଅକ୍ଷର ୮ ପର୍ଯ୍ୟନ୍ତ ଡେଡଲାଇନ ସରିଥିବାରୁ ଚାଲାଣ କାଟୁଛି ପୋଲିସ । ତେବେ ବର୍ତ୍ତମାନ କେବଳ ୯ ଏବଂ ୦ ସଂଖ୍ୟାରେ ଶେଷ ହେଉଥିବା ଗାଡି ନମ୍ବର ପାଇଁ ସମୟ ବାକି ରହିଛି । ଆସନ୍ତା ଫେବୃଆରୀ ୨୮ ସୁଦ୍ଧା ଏହି ଅବଧି ମଧ୍ୟ ଶେଷ ହୋଇଯିବ । ଅର୍ଥାତ ମାର୍ଚ୍ଚ ୧ ତାରିଖ ସୁଦ୍ଧା ଯେଉଁ ଗାଡିରେ ଏନଚଏସଆରପି ନମ୍ବର ନଥିବ, ସେହି ଗାଡିର ମାଲିକମାନେ ଜରିମାନା ଗଣିବେ ।