24.1 C
Bhubaneswar
Wednesday, November 6, 2024
Homeଓଡିଶାକନ୍ୟାଭୃଣ ହତ୍ୟା ରୋକିବାକୁ କଡ଼ା ପଦକ୍ଷେପ ନିଆଯିବ: ଜିଲ୍ଲାପାଳ

କନ୍ୟାଭୃଣ ହତ୍ୟା ରୋକିବାକୁ କଡ଼ା ପଦକ୍ଷେପ ନିଆଯିବ: ଜିଲ୍ଲାପାଳ

ଛତ୍ରପୁର: ଗର୍ଭଧାରଣ ପୂର୍ବ ଓ ପ୍ରଥମ ପୂର୍ବ ଲିଙ୍ଗ ନିରୂପଣ ପଦ୍ଧତି(ପିସିଆଣ୍ଡପିଏନ୍‌ଡିଟି) ନିୟମର ଜିଲ୍ଲା ପରାମର୍ଶଦାତା କମିଟି ବୈଠକ ଗଞ୍ଜାମ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । କମିଟି ଅଧ୍ୟକ୍ଷ ତଥା ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଯୋଗଦେଇ ନୂତନ ସଦସ୍ୟଙ୍କୁ ସ୍ୱାଗତ ଜଣାଇଥିଲେ । କନ୍ୟା ଭୃଣହତ୍ୟା କାର୍ଯ୍ୟକଳାପକୁ ରୋକିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ବୈଠକରେ ଜୋର ଦିଆଯାଇଥିଲା । ସର୍ଭେ ରିପୋର୍ଟ ମୁତାବକ ଜିଲ୍ଲାରେ ପ୍ରତି ହଜାରେ ପୁଅରେ ୮୫୫ ଝିଅ ରହିଛନ୍ତି । ଯାହା ପୂର୍ବ ରିପୋର୍ଟ ତୁଳନାରେ ଅଧିକ ଥିବା ବେଳେ ଏହାକୁ ବ୍ୟାପକ କରିବା ନିମନ୍ତେ ଜିଲ୍ଲାରେ ରହିଥିବା ସୋନଗ୍ରାଫି କେନ୍ଦ୍ରଗୁଡ଼ିକ ଉପରେ କଡ଼ା ନଜର ରଖାଯିବ । କେନ୍ଦ୍ରର ପରିଚାଳକଙ୍କୁ ନେଇ ଏ ସମ୍ପର୍କିତ ବୈଠକ କରାଯିବ । ସେମାନଙ୍କୁ ସଚେତନ କରାଇ ଭୃଣ ଚିହ୍ନଟ ନ କରିବାକୁ ଶପଥପାଠ କରାଯିବ ବୋଲି ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ କହିଛନ୍ତି ।
ସେ ଆହୁରି କହିଛନ୍ତି ଯେ ସମସ୍ତ ଡାଇଗ୍ନୋସିସ୍ ସେଣ୍ଟର ଗୁଡ଼ିକ ଉପରେ ନଜର ରଖିବାକୁ ବ୍ଲକ୍‌ସ୍ତରୀୟ ଅଧିକାରୀଙ୍କୁ ସଚେତନ କରାଯିବ । ପଡ଼ୋଶୀ ରାଜ୍ୟ ଆନ୍ଧ୍ର ପ୍ରଦେଶରେ ରହିଥିବା ଡାଇଗ୍ନୋସିସ୍ ସେଣ୍ଟର ଗୁଡ଼ିକରେ ଭୃଣ ଚିହ୍ନଟ ନିମନ୍ତେ ଜିଲ୍ଲାର ଲୋକେ ଯିବା ସମ୍ଭାବନା ରହିଛି । ସେଥିପ୍ରତି ସଜାଗ ରହିବାକୁ ଅଙ୍ଗନବାଡ଼ି କର୍ମୀଙ୍କୁ ଜିଲ୍ଲାପାଳ ଜଣାଇଥିଲେ । କନ୍ୟାଭୃଣ ହତ୍ୟା କଲେ କେଉଁ ସବୁ ପ୍ରତିକୂଳ ପରିସ୍ଥିତି ଦେଖାଯାଏ ସେ ସମ୍ପର୍କରେ ଯୁବତୀଙ୍କୁ ସଚେତନ କରିବା ଆବଶ୍ୟକ । ଅଙ୍ଗନବାଡ଼ି କର୍ମୀମାନେ ମମତା ଯୋଜନାର ସଠିକ୍ ଅନୁପାଳନ କଲେ କନ୍ୟା ଭୃଣହତ୍ୟା କମିବା ସହ ଦେଶର ପୁଅଙ୍କ ସଂଖ୍ୟା ସହିତ ଝିଅଙ୍କ ସଂଖ୍ୟା ମଧ୍ୟରେ ସମାନ ଅନୁପାତ ରହିପାରିବ ବୋଲି କହିଥିଲେ । ସଚେତନତା ସକାଶେ ଏକ ଦୁଇ ମିନିଟ୍‌ର ଭିଡିଓ ପ୍ରସ୍ତୁତ କରି ସୋସିଆଲ ମିଡିଆରେ ଛାଡ଼ିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ଜାତୀୟ ପରିବାର ସ୍ୱାସ୍ଥ୍ୟ କଲ୍ୟାଣ ବିଭାଗ ପକ୍ଷରୁ ୨୦୧୯ ମସିହା ଠାରୁ ୨୦୨୧ ମସିହା ପର୍ଯ୍ୟନ୍ତ ପ୍ରକାଶ ପାଇଥିବା ଶିଶୁ ଜନ୍ମିତ ସର୍ଭେ ରିପୋର୍ଟରେ ଗଞ୍ଜାମ ଜିଲ୍ଲା ପ୍ରତି ହଜାରେ ପୁରୁଷରେ ୮୦୧ ଝିଅ ଥିଲା । ବର୍ତ୍ତମାନର ସର୍ଭେ ରିପୋର୍ଟରେ ଗଞ୍ଜାମ ଜିଲ୍ଲାରେ ବ୍ୟାପକ ସଚେତନତ କାର୍ଯ୍ୟ ଯୋଗୁଁ ସମ୍ପ୍ରତି ପ୍ରତି ହଜାରେ ପୁଅରେ ୮୫୫ ଝିଅ ରହିଥିବା ରେକର୍ଡରୁ ସୂଚନା ମିଳିଛି । ଏଣୁ ସଚେତନତା କାର୍ଯ୍ୟକୁ ବ୍ୟାପକ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଲୀନା ଖେସ୍‌, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଉମା ଶଙ୍କର ମିଶ୍ର, ଡା. ସୁଚିତ୍ରା ସାହୁ, ଡା. ଭବାନୀ ଶଙ୍କର ମିଶ୍ର, ଡା. ଅମୂଲ୍ୟ ମିଶ୍ର, ଡିସିପିଓ ସୁବୋଧ ଷଡ଼ଙ୍ଗୀ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା, ଜିଲ୍ଲା ସଂସ୍କୃତି ଅଧିକାରୀ ଜତିନ୍ ପରିଡ଼ା, ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନର ସଭ୍ୟ ସଭ୍ୟା ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking