ମୁମ୍ବାଇ : ଏବେ ସବୁଠି ଗୋଟିଏ ଚର୍ଚ୍ଚ| ଋଷ ….. ଆଉ ୟୁକ୍ରେନ |ଟିଭି ବ୍ରେକିଙ୍ଗ ହେଉ କି ସୋସିଆଲ ମିଡ଼ିଆ ସବୁଠି ଏବେ ଆଲୋଚନାର ବିଷୟ ଯୁଦ୍ଧର ତାଣ୍ଡବ |ଋଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଏବେ ଚରମ ସୀମାରେ ପହଂଚିଛି । ରୁଷ ଓ ୟୁକ୍ରେନ ମଧ୍ୟରେ କମିବାର ନାଁ ନେଉନି । ଦିନେ ଦୁଇଦିନ ମଧ୍ୟରେ ୟୁକ୍ରେନ ଦଖଲ କରିବାର ଆଶା ରଖିଥିବା ଋଷସେନାକୁ କଡା ଟକ୍କର ଦେଉଛନ୍ତି. ୟୁକ୍ରେନ ସେନା । କ୍ରମାଗତ ଭାବେ ୧୩ ଦିନ ଧରି ଯୁଦ୍ଧ ଚାଲିଥିଲେ ବି ୟୁକ୍ରେନ ସେନା ଋଷ ସେନା ଆଗରେ ମୁଣ୍ଡ ନୁଆଁଇ ନାହିଁ । ସେପଟେ ଏହି ଯୁଦ୍ଧରେ ୟୁକ୍ରେନ ଠାରୁ ଋଷ ଅଧିକ କ୍ଷତି ସହୁଛି ଏହି ଯୁଦ୍ଧରେ ସାରା ଦୁନିଆ ଆର୍ଥିକ ସଙ୍କଟର ସାମ୍ନା କରୁଛି ଏବଂ ଦୁନିଆର ବଜାରରେ ପ୍ରଭାବ ମଧ୍ୟ ପଡୁଛି । ବୈଦେଶିକ ମୁଦ୍ରା ବଜାରରେ ଅନିଶ୍ଚିତତା ପରିବେଶ କରିବା ସହ ଆର୍ଥିକ ମାନ୍ଦାବସ୍ଥା ମଧ୍ୟ ଦେଖିବାକୁ ମିଳୁଛି । କରୋନା ମହାମାରୀ ପ୍ରଥମରୁ ଅର୍ଥବ୍ୟବସ୍ଥାକୁ ବହୁତ ପ୍ରଭାବିତ କରିଛି ।
ଠିକ ଏହାର ପରବର୍ତ୍ତୀ ସମୟରେ ଦୁନିଆ ଦୁଇଭାରେ ବିଭକ୍ତ ହୋଇଯାଇଛି । ଆମେରିକା ପ୍ରଥମରୁ କହିରଖିଥିଲା ଯେ ଯଦି ଯୁଦ୍ଧ ହେଲା ତାହେଲେ କେବଳ ଋଷ ଉପରେ ନୁହେଁ ଋଷକୁ ସମର୍ଥନ କରୁଥିବା ରାଷ୍ଟ୍ର ଉପରେ ମଧ୍ୟ କଡ଼ା ପ୍ରତିବନ୍ଧକ ଲଗାଇବ। ସେହିପରି ୟୁରୋପିୟ ରାଷ୍ଟ୍ରମାନେ ମଧ୍ୟ ୟୁକ୍ରେନର ସାଥ ଦେବ । ୟୁରୋପି କହିଥିଲା ଯେ ଯୁଦ୍ଧରେ ଅଂଶ ଗ୍ରହଣ ନକଲେ ମଧ୍ୟ ୟୁକ୍ରେନକୁ ସମସ୍ତ ପ୍ରକାର ସାହାଯ୍ୟ କରିବ। ଇଂଲଣ୍ଡ ଓ ଫ୍ରାନସ ଭଳି ଦେଶ ଅସ୍ତ୍ରଶସ୍ତ୍ର ଓ ଅନ୍ୟ ସାମଗ୍ରୀ ପଠାଇ ସାହାଯ୍ୟ କରୁଛନ୍ତି । ଏପରି ଭାବେ ଋଷକୁ ସମର୍ଥନ କରୁଥିବା ଦେଶ ଓ ୟୁକ୍ରେନକୁ ସମର୍ଥନ କରୁଥିବା ଦେଶ ଦୁଇ ଭାଗ ହୋଇଯାଇପାରନ୍ତି ।ଋଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ହେଲେ ସାରା ଦୁନିଆ ଆର୍ଥିକ ସଙ୍କଟର ସାମ୍ନା କରିପାରେ।
ଗୋଟିଏ ପଟେ ଯୁଦ୍ଧକୁ ବିରୋଧ କରି ବିଭିନ୍ନ ରାଷ୍ଟ୍ରମାନଙ୍କରେ ଋଷ ଉପରେ ଭିନ୍ନ ଭିନ୍ନ ପ୍ରତିବନ୍ଧକ ଲଗାଇବାରେ ଲାଗିଛନ୍ତି । ବିଶେଷ କରି ଆମେରିକା ଋଷ ଉପରେ ସର୍ବାଧିକ ପ୍ରତିବନ୍ଧକ ଲଗାଇଛି । ଆର୍ଥିକ ପ୍ରତିବନ୍ଧକ ଓ କାରବାର ଉପରେ ରୋକ ଲଗାଇବା ଫଳରେ ଋଷର ଅର୍ଥନୀତି ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି । ସେପଟେ ବିଭିନ୍ନ ରାଷ୍ଟ୍ରର ପ୍ରତିବନ୍ଧକ ଫଳରେ ଋଷ ବଜାରରେ ବିଭିନ୍ନ ସାମଗ୍ରୀର ମୂଲ୍ୟ ଏବେ ଆକାଶଛୁଆଁ ହୋଇଛି ।
ତେବେ ଋଷ ସେନା ୟୁକ୍ରେନର ଗୋଟିଏ ପରେ ଗୋଟିଏ ସହର ଦଖଲ କରିବାରେ ଲାଗିଥିବା ବେଳେ ୟୁକ୍ରେନ ରାଷ୍ଟ୍ରପତି କିନ୍ତୁ ଅଲଗା କିଛି କହିଛନ୍ତି । ଜେଲେନସ୍କିଙ୍କ ମତରେ ଏହି ଯୁଦ୍ଧରେ ୟୁକ୍ରେନ ଠାରୁ ଋଷ ଅଧିକ କ୍ଷତିଗ୍ରସ୍ତ ହୋଇଛି । ଜେଲେନସ୍କି କହିଛନ୍ତି କି ୟୁକ୍ରେନ ଉପରେ ଋଷର ୧୩ ଦିନ ଆକ୍ରମଣ କାଳରେ ଋଷ ୩୦ ବର୍ଷର ଗଚ୍ଛିତ ଯୁଦ୍ଧାସ୍ତ୍ର ହରାଇଛି । ଏହାସହ ପ୍ରବଳ ଥଣ୍ଡା ଓ ବରଫପାତ କାରଣରୁ ୟୁକ୍ରେନ ଭିତରେ ଋଷସେନା ଲଢିବା ପରିବର୍ତ୍ତେ ନିଜ ଜୀବନ ବଞ୍ଜାଇବାକୁ ସଂଘର୍ଷ କରୁଥିବା କଥା ଜେଲେନସ୍କି ଦାବି କରିଛନ୍ତି । ଏହାସହ ଏହି ଯୁଦ୍ଧରେ ୧୨ ହଜାର ଋଷସେନା ମୃତ୍ୟୁବରଣ କରିଥିବା କଥା ଜେଲେନସ୍କି ଦାବି କରିଛନ୍ତି ।
ଏସବୁ ଭିତରେ ପ୍ରଥମଥର ପାଇଁ ୟୁକ୍ରେନ ରାଷ୍ଟ୍ରପତି ଋଷ ସହ ଡୋନାବାସ ଓ କ୍ରିମିୟା ବାବଦରେ ଆଲୋଚନା କରିବାକୁ ସହମତି ପ୍ରକାଶ କରିଛନ୍ତି ।ତେବେ କହିରଖୁଛୁକି ଋଷ ୟୁକ୍ରେନ ଉପରେ ଆକ୍ରମଣ କରିବା ପୂର୍ବରୁ ଡୋନାବାସ ଓ କ୍ରମିୟାକୁ ସ୍ୱାଧୀନ ରାଷ୍ଟ୍ରଭାବେ ଘୋଷଣା କରିଥିଲା ।ଏବଂ ଋଷ କୌଣସି ରାଷ୍ଟ୍ର ଉପରେ ୩୦ ବର୍ଷ ମଧ୍ୟରେ ଏଭଳି ବଡଧରଣର ଆକ୍ରମଣ କରି ନଥିଲା । ୧୯୯୧ ସୋଭିଏତ ସଂଘଠାରୁ ୟୁକ୍ରେନ ଅଲଗା ହେବା ପରଠାରୁ ଋଷ ସହିତ ବିବାଦ ଜାରି ରହିଛି । ଏହାସହ ୟୁକ୍ରେନ ନାଟୋରେ ସାମିଲ ହେବା ନେଇ ଘୋଷଣା କରିବା ପରେ ଏହି ବିବାଦ ଉଗ୍ରରୂପ ନେବାରେ ଲାଗିଛି ।