ଭୁବନେଶ୍ୱର: ଦେଶ ତଥା ଓଡ଼ିଶାର ଗୌରବ ହକି ତାରକା ବୀରେନ୍ଦ୍ର ଲାକ୍ରା । ବିରେନ୍ଦ୍ରଙ୍କ ଜନ୍ମ ୩ ଫେବୃୟାରୀ ୧୯୯୦ ସୁନ୍ଦରଗଡରେ ହୋଇଥିଲା । ସେ ହେଉଛନ୍ତି ଭାରତୀୟ ହକି ଖେଳାଳୀ ା ୨୦୧୨ ଲଣ୍ଡନ ଅଲମ୍ପିକ ମଧ୍ୟରେ ପୁରୁଷ ହକି ଟିମରେ ସେ ଭାରତର ପ୍ରତିନିଧିତ୍ୱ କରିଥିଲେ । ଲାକ୍ରାଙ୍କ ବଡ ଭାଇ ବିମଳ ଭାରତ ପାଇଁ ମିଡଫିଲ୍ଡର ଭାବରେ ଖେଳିଥିଲେ । ସେହିଭଳି ତାଙ୍କ ଭଉଣୀ ଅଂସୁତା ଲାକ୍ରା ଭାରତ ମହିଳା ହକି ଟିମ ପାଇଁ ଖେଳିସାରିଛନ୍ତି । ଟିମ ପାଇଁ ଅଧିନାୟକତ୍ୱ ବି କରିସାରିଛନ୍ତି । ବିରେନ୍ଦ୍ର ଲାକ୍ରା ରାଉରକେଲା ଷ୍ଟିଲ ପ୍ଲାଣ୍ଟ ସେଲ ହକି ଏକାଡେମୀର ଖେଳାଳୀ ।
ସେ୨୦୦୭ରେ ସିଙ୍ଗାପୁର ପାଇଁ ତାଙ୍କୁ ପ୍ରଥମଥର ଭାରତୀୟ ଜୁନିଅର ଟିମରେ ସାମିଲ କରାଯାଇଥିଲା । ସେ ୨୦୧୨ ମସିହାରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଚାମ୍ପିୟନ୍ସ ଚ୍ୟାଲେଂଜ ଟୁର୍ଣ୍ଣାମେଣ୍ଟରେ ଟେଷ୍ଟ ସିରିଜରେ ଭାରତର ପ୍ରତିନିଧିତ୍ୱ କରିଥିଲେ । ସେହିଭଳି ୨୦୧୦ରେ ଢାକାରେ ସାଫ୍ ଗେମ୍ସ, ୨୦୦୯ ସିଡନୀରେ ୟୁଥ ଅଲମ୍ପିକ ଓ ୨୦୦୯ ସିଙ୍ଗାପୁରରେ ଜୁନିୟର ବିଶ୍ୱ କପରେ ପ୍ରତିନିଧିତ୍ୱ କରିଥିଲେ ।
ସେ ଅଲମ୍ପିକ ହକି କ୍ୱାଲିଫାଏଙ୍ଗର ଅନ୍ତିମ ଗେମରେ ଭାରତର ବିଜୟରେ ପ୍ରଥମ ଗୋଲ କରିଥିଲେ । ୨୦୧୨ ଚାମ୍ପିୟନ୍ସ ଟ୍ରଫି ସେମିଫାଇନାଲରେ ଭାରତକୁ ନେବା ପାଇଁ ମହତ୍ୱପୂର୍ଣ୍ଣ ଭୂମିକା ନିଭାଇଥିଲେ ବିରେନ୍ଦ୍ର ଲାକ୍ରା । ଭାରତ ମାତ୍ର ଗୋଟିଏ ଗୋଲ ସାହାଯ୍ୟରେ ବେଲଜିୟମକୁ ପରାସ୍ତ କରିଥିଲା , ଯାହା ବିରେନ୍ଦ୍ର ଲାକ୍ରାଙ୍କ ଦ୍ୱାରା ଦିଆଯାଇଥିବା ପାସ୍ ଦ୍ୱାରା ଆଗକୁ ବଢିଥିଲା । ଏହାସହିତ ଭାରତ ୮ ବର୍ଷରେ ପ୍ରଥମ ଥର ଚାମ୍ପିୟନ୍ସ ଟ୍ରଫିର ସେମିଫାଇନାଲରେ ପହଂଚିଥିଲା । ୨୦୧୪ ରାଷ୍ଟ୍ରମଣ୍ଡଳ ଖେଳରେ ଲାକ୍ରା ଭାରତ ପାଇଁ ରୌପ୍ୟ ପଦକ ଜିତିଥିଲେ ।
ହକି ଇଣ୍ଡିଆ ଲିଗର ଉଦଘାଟନୀ ନିଲାମୀରେ ଲାକ୍ରାଙ୍କୁ ରାଂଚୀ ଫ୍ରାଂଚାଇଜି ଦ୍ୱାରା କିଣାଯାଇଥିଲା । ଯାହାର ମୂଲ୍ୟ ୪୧୨୫୦ ଡଲାର ଥିଲା । ରାଂଚୀ ଟିମର ନାମ ରାଂଚୀ ରାଇନୋଜ ରଖାଯାଇଥିଲା ।
୨୩ ଜୁଲାଇରୁ ଆରମ୍ଭ ହେବାକୁ ଥିବା ଟୋକିଓ ଅଲମ୍ପିକ୍ସରେ ଭାରତରୁ ୧୧୯ ଖେଳାଳୀ ପ୍ରତିଦ୍ୱନ୍ଦିତା କରୁଥିବା ବେଳେ ଏହାମଧ୍ୟରେ ଭାରତୀୟ ପୁରୁଷ ହକି ଟିମ ଘୋଷଣା ହୋଇସାରିଛି ଓ ଏଥିରେ ବିରେନ୍ଦ୍ର ଲାକ୍ରା କମ୍ ବ୍ୟାକ କରିଛନ୍ତି ।
ଟିମରେ ତାଙ୍କ ସହିତ ଅନ୍ୟ ଅନୁଭବି ଖେଳାଳୀ ମଧ୍ୟ ରହିଛନ୍ତି । ଆଣ୍ଠୁରେ ଆଘାତ ପାଇଁ ରିଓ ଅଲମ୍ପିକରୁ ବାଦ୍ ପଡିଥିବା ବିରେନ୍ଦ୍ର ଲାକ୍ରା ଏଥିରେ ଫେରିଛନ୍ତି । ଟୋକିଓ ଅଲିମ୍ପିକ୍ସରେ ଖେଳିବାକୁ ଥିବା ଭାରତୀୟ ପୁରୁଷ ହକି ଟିମ୍ର ଉପ ଅଧିନାୟକ ହୋଇଛନ୍ତି ଓଡ଼ିଆ ପୁଅ ବୀରେନ୍ଦ୍ର ଲାକ୍ରା। ବୀରେନ୍ଦ୍ର ଲାକ୍ରାଙ୍କର ଏହା ହେଉଛି ଦ୍ୱିତୀୟ ଅଲିମ୍ପିକ୍ସ । ୨୦୧୬ରେ ସେ ଅଲିମ୍ପିକ୍ସ ପାଇଁ ମନୋନୀତ ହୋଇଥିଲେ।
ତେବେ ୨୦୧୭ ମସିହାରେ ହକି ତାରକା ବିରେନ୍ଦ୍ର ଲାକ୍ରା ଝାଡଖଣ୍ଡନିବାସୀ ୨୬ ବର୍ଷୀୟା ରଶ୍ମିତା କେରକେଟାଙ୍କୁ ବିବାହ କରିଥିଲେ । ରଶ୍ମିତା ଇନଷ୍ଟିଚ୍ୟୁଟ ଅଫ କମ୍ପାନୀ ସେକ୍ରେଟାରୀରେ ଶିକ୍ଷାଗତ ଯୋଗ୍ୟତା ସାରିଥିବା ବେଳେ ଇନଫୋସିସରେ କାର୍ଯ୍ୟ କରନ୍ତି । ଅର୍ନୋଲ୍ଡ ଚର୍ଚ୍ଚରେ ତାଙ୍କ ବିବାହ ସଂପନ୍ନ ହୋଇଥିଲା । ତାଙ୍କର ଏବେ ଏକ ଚାରି ବର୍ଷ ର ପୁଅ ବି ରହିଛି ।
ତାଙ୍କର ଉନ୍ନତ ମାନର ଖେଳ ପାଇଁ ସେ ଅନେକ ପୁରସ୍କାର ପ୍ରାପ୍ତ କରିଛନ୍ତି । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ବୀରେନ୍ଦ୍ର ଲାକ୍ରାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି । ଖାଲି ଏତିକି ନୁହେଁ ଜାତୀୟ , ଅନ୍ତର୍ଜାତୀୟ ସ୍ତରରେ ସେ ଅନେକ ମେଡାଲ ହାସଲ ମଧ୍ୟ କରିଛନ୍ତି ।