ଶେଫାଳୀ ଆଜି ଵହୁଦ ଖୁସି । ସେ ଆଜି ତା ଜୀବନରେ ଥିବା ବଡ଼ ୠଣ ପରିଶୋଧ କରିଛି । ସେ ପଛେ ଦୁନିଆଁ ଦେଖି ନପାରୁ ତା ଆଖିରେ ତ ଆୟୁଷ୍ମାନ ଦେଖୁଛନ୍ତି । ଦିନେ ତାରି ପାଇଁ ତ ଆୟୁଷ୍ମାନ ଙ୍କୁ ଆଖି ହରାଇଵାକୁ ପଡ଼ିଥିଲା । ସେ ଯାହଉନା କାହିଁକି ଭଲ ପାଇବାରେ ତ୍ୟାଗ କଲେ ତ ଜୀବନରେ ସାର୍ଥକତା ମିଳିଥାଏ । ଏଥିନେଇ ତା ମନରେ ଟିକେ ଅଭିମାନ,ଅଭିଯୋଗ କି ଅବଶୋଷ ନାହିଁ । ମଥାରେ କଳଙ୍କ ଚିହ୍ନ ଵୋହିଲେ ବି ଭାରି ଲାଗୁନି । କାହିଁକି ନା ସେ ପରା ଆୟୁଷ୍ମାନ କୁ ଭଲପାଏ । ତଥାପି ସେଦିନ ରାତିରେ ଅକାଳରେ ଆସିଥିଵା ଅଦିନ ଝଡ କଥା ମନେ ପଡ଼ିଲେ ଛାତିରେ ଅଜଣା ଭୟ ମାଡ଼ି ଆସେ । ସେହି ଗୋଟିଏ ରାତି ଏକ ଅଜଣା ବ୍ୟକ୍ତି ସାଙ୍ଗରେ ହୋଟେଲ ରହିବା ଶେଫାଳୀ ର ଜୀବନର ଗତିପଥ ଵଦାଇଦେଲା । ସେହି ଗୋଟିଏ ରାତି ସବୁ କିଛି ଏପଟ ସେପଟ ହୋଇଗଲା । ଆଖିରୁ ଲୁହ ଗଡ଼ାଇ ବସି ଭାବୁଛି ,ସେ କଣ ଏମିତି ଭୁଲ କଲାଯେ ସମାଜର ଲାଞ୍ଛନା ଓ କାହିଁ କୈତେ ଟାହି ଟପରା ଶୁଣିବାକୁ ପଡ଼ିଲା । ଶେଷରେ ଆୟୁଷ୍ମାନ ଜାଣିଵା ପୂର୍ବରୁ ସେ ତାର ଋଣ ପରିଶୋଧ କରି ଦେଇଛି । ସେ ଶାନ୍ତି ରେ ମରି ପାରିବ । ମିଳିବ ଅପୁର୍ବ ଆନନ୍ଦ । ହେଲେ ସେହି କାଳ ରାତିରେ ଯଦି ଆୟୁଷ୍ମାନ ସାହାଯ୍ୟ କରି ନଥାନ୍ତେ ତାହାଲେ ନଖ ଓ ଦାନ୍ତ ରେ ରକ୍ତତା ଆଞୁଡା ମାଞୁଡା ଅଧାମରା ଦେହଟା କେଉଁ ଏକ ଜଙ୍ଗଲ କି ପରିତିକ୍ତ ? ଘରୁ ବାହାରି ଥାନ୍ତା । ଆଉ ତାପରେ ଦିନ ଏ ମିଡିଆଵାଲା କିଛି ନଵୁଝି ଏମିତି ରଙ୍ଗ ରେ ରଙ୍ଗାଇଥାନ୍ତି ଯେ ଜୀବନରେ ବାଟ ଚାଲିବା କଣ ,ଖାଇଲା ଅଙ୍କା ବଙ୍କା ରେ ପଡି ଅଣନିଃଶ୍ବାସୀ ହୋଇ ଆତ୍ମହତ୍ୟା କରିବାକୁ ପଢିଥାନ୍ତା । ଶେଷରେ ଏହି ମଲା ଦେହକୁ ନେଇ ହୋଇଥାନ୍ତା କେତେ କଣ ପରୀକ୍ଷା, ଆଲୋଚନା ଓ ରାଜନୀତି । ହେଲେ ଭଲ ହୋଇଛି ଜୀବନରେ ଅନ୍ଧୁଣି ହୋଇ ଆୟୁଷ୍ମାନ ଙ୍କ ପାଖରେ ମରି ମରି ବଞ୍ଚିବା । ତାଙ୍କରି ଆଖିରେ ଏ ସୁନ୍ଦର ପୃଥିବୀର ପ୍ରାକୃତିକ ପରିବେଶ,ପାଚୁର୍ଯ୍ୟ,ସୋନ୍ଦର୍ଯ୍ୟ,ଅଗନା ଅଗନି ବନସ୍ତ ଜଳପ୍ରପାତ,ଓ ଶେଷରେ ଯଦି ଆୟୁଷ୍ମାନ ମୋ ତ୍ୟାଗର ମୂଲ ବୁଝି ପାରନ୍ତି ତାହେଲେ ଟିକେ ମୋ ସିମନ୍ତ ରେ ସିନ୍ଦୂର ଦେଇ ଅହିସୁଲଖଣୀ ହୋଇ ଆୟୁଷ୍ମାନ ଙ୍କ ଗାଁ ମଶାଣି ରେ ପାଉଁଶ ହୋଇ ଯାଆନ୍ତି । ସର୍ବୋପରି ମରିବା ପୂର୍ବରୁ ଆୟୁଷ୍ମାନ ଙ୍କୁ କହନ୍ତି ହେ ମୋତେ ଟିକେ ଶ୍ରାକ୍ଷେତ୍ର ନେଇ କାଳିଆ ଠାକୁର ଙ୍କୁ ଦର୍ଶନ କରି ଆଣିଵ , ତାପରେ ମୁଁ ତୁମ କୋଳରେ ମୁଣ୍ଡ ରଖି ମରିଯିବ । ଆଉ ତୁମେ ଖାଲି ମୋର ଆଲୁରୁ ମାଲୁର ଚୁଟିକୁ ଆଉଁସି ଦେଉ ଦେଉ ମୋ ମଲାଶଵ ଉପରେ ଲୁହ ଦୁଇଟୋପା ଝରାଇ ଦେଵ, ମୁଁ ତୁମର ସେହି ଦୁଇଟୋପା ଲୂହକୁ ମୋହର ଶେଷ ସନ୍ତକ ନେଇ ଆକାଶରେ ତାରା ହୋଇ ଲୁହ ଗଡ଼ାଇ ଗଡ଼ାଇ ଜୁଳୁ ଜୁଳୁ କରି ସୁ ମୁଁ କରି କାନ୍ଦୁଥିଵି ଆଉ ବେଳେ ବେଳେ ତୁମ ଖୁସି ଦେଖି ହସୁଥିଵି। ତୂମେ ହସି ହସି କହୁଥିବ,ହେଇରେ ନାକକାନ୍ଦୁରୀ କେମିତି କାନ୍ଦୁଛି । ଏମିତି କେତେ କ’ଣ ଅନ୍ଧୁଣି ଆଖିରେ ଭାଵି ଚାଲିଛି ଶେଫାଳୀ । ଆଉ ଦୁଇ ଦିନ ପରେ ଆୟୁଷ୍ମାନ ଙ୍କ ଆଖିରୁ ପଟି ଖୋଲା ହେଵ । ହେଲେ ସେ ମୋତେ ଚିହ୍ନି ପାରିବେ ତ । ଏହି ସମୟରେ ଡାକ୍ତର ଆସି କହିଲେ ଆୟୁଷ୍ମାନ ତୃମେ ଆଉ ଦୁଇଦିନ ପରେ ଯାହା ପାଇଁ ଦୁନିଆଁ ଦେଖିଵ ସେ ତୁମ ପାଖ ବେଡ଼ ରେ ଅଛନ୍ତି । ସେ ଆଦି ଡିଚାର୍ଜ ହୋଇ ପଳାଇବେ । ତାଙ୍କୁ ଟିକେ କୃତଜ୍ଞତା ଜଣାଇବା ଉଚିତ୍ । ଆୟୁଷ୍ମାନ ବେଡ଼ ପାଖକୁ ଆସି କୃତଜ୍ଞତା ଜଣାଇ କହିଲେ, ମୁଁ ଆଉ ଦୁଇ ଦିନ ପରେ ସବୁ ଦେଖି ପାରିଵି । ହେଲେ ତୂମେ କାହିଁକି ଏ ଭୂଲ କରଲ ? ଶେଫାଳୀ କହିଲେ ତୂମର ମନେ ପଡୁଛି ନା ଆୟୁଷ୍ମାନ ବହୁ ଦିନ ତଳେ ସେହି ଅକାଳ ରାତିରେ ଅଦିନ ଝଡ ତୋଫାନ ରାତିରେ କଥା । ପ୍ରଵଳ ଝଡ ତୋଫାନ ହେଉଥାଏ । କେହି କାହାକୁ ଦେଖି ପାରୁନଥାନ୍ତି । ଘଡ ଘଡ଼ି ଏପରି ମାରୁଥାଏ ଯେ ଯେମିତି ଛାତି ଫାଡ଼ି ହୋଇ ଯାଉଥାଏ । ବିଦ୍ୟୁତ ନଥିବାରୁ ସାରା ସହରଟା ଶୁନ ଶାନ । ଖାଲି ଯା ବିଜୁଳି ସାହା ଭରଷା । ଆଉ ମୋର ଭାରସାମ୍ୟ ହରାଇ ତଳକୁ ପଡୁଥିବା ର ଦେଖି ହୋଟେଲ୍ ରୁମ୍ ର ବାଲକୂନି ରେ ଧରି ଅଟକାଇବାକୁ ଯାଇ ତଳକୁ ପଡ଼ିଯାଇଥିଲ । ଆଉ ସେ ଏମିତି ଏକ ଦୂର୍ଘଟଣା ଥିଲା ଯେ ମୁଁ ତୁମର ଆଖି ଦୁଇଟି ହରାଇ ବସିଲ । ଆଉ ସବୁଦିନ ପାଇଁ ସେ ପ୍ରାଇଭେଟ କମ୍ପାନୀ ର ଚାକିରି ଟା ମୋ ହାତରୁ ଚାଲିଗଲା । ଆହୁରି ସେହି ଅଦିନ ଝଡ ର କଥା ମନେ ଅଛି । ଯାହାକି ମୁଁ ମରିଗଲେ ଭୂଲି ଯିବି । ସେଦିନ ମୋର ଏକ ଇଣ୍ଟରଭିୟୁ ଥାଏ । ସରୁ ସରୁ ସନ୍ଧ୍ୟା ହୋଇଗଲା । ତର ତର ହୋଇ ବସଷ୍ଟାଣ୍ଡ ଯାଉଥାଏ
ହେଲେ ଏମିତି ଝଡ଼ ବର୍ଷା ହେଲା ଯେ ଘରକୁ ଯିବା ସମ୍ଭବ ହେଲାନି । କ’ଣ କ’ଣ କରି ଭାବି ଭାବି ଏକ ହୋଟେଲରେ ପହଂଚିଲି । ଭାବିଲି ରାତିଟା ରହି ଯିବି । ସକାଳ ହେଲେ ? ଘରୁ କୁ ପଳାଇଵି । ମୁଁ ଯାଇ ଯେତେବେଳେ ହୋଟେଲ୍ ରେ ପହଞ୍ଚି ଛି ତୁମେ ବି ଓଦା ସରସର ହୋଇ ପହଞ୍ଚି ଲ । ଦେହ ହାତ ଯେମିତି ବର୍ଷା ରେ ସେତା ଦେଖାଯାଉଥାଏ । ହେଲେ ସେହି ହୋଟେଲ୍ ମାତ୍ର ଗୋଟିଏ ରୁମ୍ ଖାଲି ଥାଏ । ହେଲେ ଆମେ ଦୁଇ ଜଣ ପୁଣି ଦୁହେଁ ଦୁହିଁଙ୍କୁ ଚିହ୍ନି ନଥାନ୍ତି । ବାହାରେ ପ୍ରବଳ ଝଡ ତୋଫାନ । ଏ ଅସମୟରେ କ’ଣ କରିବା ଭାବି ଆମେ ଦୁଇଜଣ ସ୍ଵାମୀ ସ୍ତ୍ରୀ ର ପରିଚୟ ଦେଇ ରହିବାକୁ ସ୍ଥିର କରି ହୋଟେଲ୍ ର ଚାରି ମହଲା ବିଶିଷ୍ଟ ଗୃହ କୁ ଯିବାବେଳେ ଏତେ ଯୋରରେ ଘଡଘଡି ମାରିଲା ଯେ ମୁଁ ତରି ପଡି ଯିବା ସମୟରେ ତୁମେ ମୋତେ ଅଟକାଇବାକୁ ଯାଇ ତଳକୁ ପଡିଗଲ ।ହେଲେ ଝଡ ତୋଫାନ ରାତିରେ ମେଡିକାଲ ଯିବା ସମ୍ଭବ ନଥିଵାରୁ ସକାଳୁ ମେଡିକାଲ ନେଇଗଲି
ହେଲେ ରାତିସାରା ଆଖିରେ ରକ୍ତସ୍ରାବ ଯୋଗୁଁ ଡାକ୍ତରଙ୍କ ସବୁ ଚେଷ୍ଟା ସତ୍ତ୍ବେ ତୁମେ ତୁମ ଆଖି ଦୁଇଟି ହରାଇ ଵସିଲ । ଆଉ ଡାକ୍ତର କହିଲେ ଯଦି କେହି ଆଖି ଦାନ କରନ୍ତି , ତାହାହେଲେ ତୁମେ ଦୁନିଆଁ ଦେଖିଵ। ହେଲେ, ମୁଁ ସେଦିନ ସ୍ଵାର୍ଥପର ହୋଇ ତୁମକୁ କେବଳ କୃତଜ୍ଞତା ଜ୍ଞାପନ କରୀ ଘରକୁ ପଳାଇ ଆସିଥିଲି । ହେଲେ ଗାଁ ରେ ପହଞ୍ଚିଲା ପରେ ସେହି ଗୋଟିଏ ରାତି ହୋଟେଲ୍ ରହିଥିବା ଯୋଗୁଁ ମୋ ନାଁ ରେ କେତେ ନିନ୍ଦା ଅପବାଦ କହିଲେ ନସରେ । ଏପରିକି ମୋର ମଧ୍ୟ ଯେଉଁଠି ବିଭାଗର ଲାଗିଲା ତାହା ମଧ୍ୟ ଭାଙ୍ଗି ଗଲା । ତାପରେ ବହୁତ କାନ୍ଦିଲି ଓ ଭାବି ଭାବି ନିର୍ଣ୍ଣୟ ନେଲି । ଆତ୍ମହତ୍ୟା କରିଦେବି । ହେଲେ ଵଞ୍ଚିଵାର ମୋହ ଯୋଗୁଁ ମରି ପାରିଲିନି । ତାପରେ ଘରଛାଡି ପଳାଇ ଆସିଲି । ବହୁତ ଖୋଜିଲି । ଖବର ନେଲି ଯେ ତୁମେ ଅନ୍ଧ ହେତୁ ତୁମର ଆଉ ଚାକିରି ନାହିଁ । ଏପରିକି ତୁମର ବିବାହ ହୋଇ ପାରୁନାହିଁ । ସେହି ଦିନଠାରୁ ତୁମର ନିଷ୍ଠାପର ତ୍ୟାଗ ଓ ମୋ ପାଇଁ ଦୁନିଆଁ ଦେଖି ପାରୁନଥିଲେ ବି ମୋ ପ୍ରତି କେବେ ଅଭିଯୋଗ କରିନାହିଁ । ଏଥିନେଇ ତୁମ ପ୍ରତି ମୋର ଅକାଳ୍ପନିକ ଭଲ ପାଇଵା ସୃଷ୍ଟି ହେଲା । ଭାବିଲି ତୁମକୁ ଯାଇ କହିବ । ଯଦି ତୂମର କୋୖଣସି ଅଭିଯୋଗ ନଥାଏ ତାହେଲେ ତୁମକୁ ମୋର ବିବାହ ପ୍ରସ୍ତାବ ଦେବି । ଏହି ସମୟରେ ସହରରେ ମୋର ଜଣେ ବାନ୍ଧବୀ ଙ୍କ ଘରେ ରହୁଥାଏ । ସେଦିନ ଖବର କାଗଜ ପଢୁ ପଢୁ ଏକ ବିଜ୍ଞାପନ ଦେଖିଲି । ଯୁବକଙ୍କ ଆଖି ଦରକାର । ହେଲେ ଆଉ କିଛି ପଢ଼ିବା ପୂର୍ବରୁ ତୂମ ଫଟୋ ଦେଖି ମୋ ଆଖି ଦୁଇ ସମ୍ଭାଳି ପାରିଲେନି । ଆଖିର ଟିପି ଟିପି ଲୂହରେ ସେ ଖବର କାଗଜରେ ଥିବା ତୁମ ଫଟୋ ଟା ଭିଜିଗଲା । ନିଜକୁ ବହୁତ ଧିକାର କଲି । ଭାବିଲି ସେଦିନ ଅଦିନ ଝଡ ରେ ଯାହା ଦୁଇ ଙ୍କ ଜୀବନରେ ଯେଉଁ ଝଡ ସୃଷ୍ଟି ହୋଇଥିଲା , ଅତ୍ୟନ୍ତ ପକ୍ଷେ ଦାଙ୍କ ଜୀବନର ଟିକେ ଖୁସିରେ ରହୁ । ତାପରେ ମେଡିକାଲ ଆସି ବହୁ ଅନୁରୋଧ କଲି ଆଖି ଦେଵାକୁ । ପରିବାର ଲୋକ ମନା କରୁଥିଲେ । ହେଲେ ବହୂ ଅନୁନୟ ବିନୟ ପରେ ରାଜି ହେଲେ , ମୁଁ କହିଲି ଏକଥା ଯେମିତି ଆୟୁଷ୍ମାନ ନଜାଣନ୍ତି । ତାପରେ ମୁଁ ମୋର ଦୁଇଟି ଆଖି ତୁମକୁ ଦେଇଛି । ହେଲେ ତୁମେ ଏ ଭୂଲ କାହିଁକି କଲ । ନା ଭୂଲ କରିନି ବରଂ ମୁଁ ଏହା ଭିତରେ ତୁମର ମହାନତା ପାଇଁ ଭଲ ପାଇ ବସିଛି । ଏବେ ତୁମ ଉପରେ ନିର୍ଭର । ନହେଲେ ଏ ଅନ୍ଧୁଣି ର ବାଡ଼ି ଯେଉଁ ଆଡ଼େ ନେଵ । ସେଇଆଡ଼େ ପଳାଇଵି । ଆରେ ନା ଶେଫାଳୀ ମୁଁ ଆଉ ତୁମକୁ ଆଉ ସେ ଅଦିନ ଝଡ ଦେଖିବାକୁ ଦେବିନି । ଯେତେ ଟଙ୍କା ଖର୍ଚ୍ଚ ହେଉ ମୁଁ ତୁମର ଆଖି ଫେରାଇ ଆଣିଵି , ଏ ସମୟରେ ଦୁହେଁ ଦୁହିଁଙ୍କୁ ଜାବୁଡ଼ି ଧରି ଆଲିଙ୍ଗନ କରି ଏତେ ଯୋରରେ କାନ୍ଦୁଥିଲେ ଯେ , ମେଡିକାଲ ରେ ସମସ୍ତେ ଏହି ଦୂର୍ଶ୍ୟ ଦେଖି ଯାହା ଅଦିନ ଝଡ କୁ ଗାଳି କରୁଥିଲେ ।।।।।
-ସୌଜନ୍ୟ ଶୋସିଆଲ ମେଡିଆ