37.1 C
Bhubaneswar
Thursday, March 28, 2024
Homeଓଡିଶାଝଡ଼ ତୋଫାନ ପରେ ସ୍ବାଭାବିକ ହେଲା ଗାଡ଼ି ଚଳାଚଳ

ଝଡ଼ ତୋଫାନ ପରେ ସ୍ବାଭାବିକ ହେଲା ଗାଡ଼ି ଚଳାଚଳ

ରାଉରକେଲା: ବିରମିତ୍ରପୁର ଦମଦାପଡ଼ା ନିକଟରେ  ପ୍ରବଳ ଝଡ଼ ତୋଫାନରେ ଏକ ବିରାଟ ଗଛ NH-143 ଉପରେ ପଡ଼ିଥିବାରୁ ରାସ୍ତା ସମ୍ପୂର୍ଣ୍ଣ ବନ୍ଦ ହୋଇ ଯାଇଥିଲା । ସୀମାନ୍ତ ଝାଡଖଣ୍ଡ ଯିବା ପାଇଁ ହେଲେ ଏହି NH ଦେଇ ଯିବାକୁ ପଡ଼େ । ହେଲେ ରାସ୍ତା ବନ୍ଦ ହୋଇ ଯାଇଥିବାରୁ ଗାଡ଼ ମଟର ଚଳାଚଳ ବି ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିଲା । ପରେ ଅଗ୍ନିଶମ କର୍ମଚାରୀ ମାନେ ସେଠାରେ ସ୍ଥାନୀୟ ଲୋକଙ୍କ ସହାୟତାରେ ଗଛକୁ କାଟି କ୍ରେନ ସହାୟତାରେ ଗଛର ବଡ଼ ବଡ଼ ଖଣ୍ଡକୁ ରାସ୍ତାରୁ ହଟାଇ ଥିଲେ । ଫଳରେ ଗାଡ଼ି ଚଳାଚଳ ସ୍ବାଭାବିକ ହୋଇ ପାରିଥିଲା ।

 ଲକ ଡାଉନ : ବସ୍ତି ଅଂଚଳରେ ଯୁବକଙ୍କ ନିଆରା ସଚେତନତା

ରାଉରକେଲା : ଦକ୍ଷିଣ ରାଉରକେଲାରେ ଥିବା ୨୦ରୁ ଉର୍ଦ୍ଧ ବସ୍ତି ଅଂଚଳରେ କରୋନା ଭାଇରସ ବିରୁଦ୍ଧରେ ଅଂଟା ଭିଡ଼ିଛନ୍ତି ବସ୍ତି ବାସିନ୍ଦା । ସାରନଗରୀର ଲେଙ୍ଗଡ଼ାବାସା, କଇଁଥାବାସା ସମେତ ହାଟିଙ୍ଗଟୋଲା, ମୁଣ୍ଡା ଓ ଟାଙ୍ଗରପାଲ୍ଲୀ ବସ୍ତିରେ କରୋନା ସଚେତନତା ଓ ସତର୍କତାର ବାସ୍ତବଚିତ୍ର ଦେଖିବାକୁ ମିଳିଛି । ବସ୍ତିରେ ବାସ କରୁଥିବା ଯୁବକ ମାନେ ଏକତ୍ରିତ ହୋଇ ନିଆରା ସଚେତନତା କରିଛନ୍ତି । ବସ୍ତିରେ ରହୁଥିବା ଲୋକଙ୍କୁ ସାବୁନରେ ହାତ ଧୋଇବାକୁ ନିବେଦନ କରୁଛନ୍ତି । ସାରନଗରୀ କନଷ୍ଟ୍ରକସନ କଲୋନୀ ନିକଟ ଲେଙ୍ଗଡ଼ାବାସା ବସ୍ତିର ପ୍ରବେଶ ଦ୍ୱାରକୁ ବାଉଁଶବାଡ଼ା ଦେଇ ଲକଡାଉନ କରିଛନ୍ତି ବସ୍ତିର କିଛି ସଚେତନ ଯୁବକ । କୌଣସି ବାହାର ଲୋକଙ୍କୁ ବସ୍ତି ଭିତରକୁ ଛଡ଼ା ଯାଉ ନଥିବା ଦେଖିବାକୁ ମିଳିଛି । ପୁଲିସ ପିସିଆର ଭ୍ୟାନ ବସ୍ତି ଅଂଚଳରେ ପ୍ରବେଶ କଲେ ପୁଲିସକୁ ମଧ୍ୟ ବସ୍ତିବାସୀ ସହଯୋଗର ହାତ ବଢାଉଛନ୍ତି ।  ଲକ ଡାଉନର ଦିନରେ ଦକ୍ଷିଣ ରାଉରକେଲା ଓ ସାରନଗରୀ ଅଂଚଳରେ ଥିବା ବସ୍ତି ଗୁଡ଼ିକରେ ବସ୍ତିବାସିନ୍ଦା ନିଜେ ଗୃହବନ୍ଦୀ ହୋଇ ରହିଥିବା ବେଳେ, ଆବଶ୍ୟକ ସ୍ଥଳେ ଜରୁରୀ କାମରେ ବାହାରକୁ ବାହାରୁଥିବା ଜଣାପଡ଼ିଛି ।
5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking