31.1 C
Bhubaneswar
Monday, October 21, 2024
Homeଓଡିଶାବାତ୍ୟା: ଆସିଲା ଲ୍ୟାଣ୍ଡଫଲର ସମୟ

ବାତ୍ୟା: ଆସିଲା ଲ୍ୟାଣ୍ଡଫଲର ସମୟ

ଭୁବନେଶ୍ୱର: ଆସୁଛି ବାତ୍ୟା ‘ଦାନା’ । ବାତ୍ୟାର ଗତିପଥ ଏବେ ବଦଳିଛି । ଏହିବ ବାତ୍ୟା ଓଡ଼ିଶାରେ ହିଁ ଲ୍ୟାଣ୍ଡଫଲ କରିବ । ଓଡ଼ିଶାକୁ ସିଧାସଳଖ ହିଟ କରିବ । ଉତ୍ତର ଓଡ଼ିଶାକୁ ବାତ୍ୟା ହିଟ କରିବା ସମ୍ଭାବନା ରହିଛି । ଲ୍ୟାଣ୍ଡଫଲକୁ ନେଇ ଆଇଏମଡି ନୂଆ ଗତିପଥ ଜାରି କରିଛି । ୨୪ ତାରିଖ ରାତିରୁ ୨୫ ତାରିଖ ସକାଳ ମଧ୍ୟରେ ବାତ୍ୟା ଲ୍ୟାଣ୍ଡଫଲ କରିବ । ବାତ୍ୟା ଭଦ୍ରକ ଓ କେନ୍ଦ୍ରାପଡ଼ା ମଧ୍ୟରେ ଲ୍ୟାଣ୍ଡଫଲ କରିବାରେ ବୋଲି କୁହାଯାଇଛି । ଆଣ୍ଡାମାନ୍‌ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ସୋମବାର ସକାଳ ସମୟରେ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ଉତ୍ତର ଆଣ୍ଡାମାନସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ମଙ୍ଗଳବାର ସକାଳ ସୁଦ୍ଧା ଏକ ଅବପାତ ଏବଂ ବୁଧବାର ତାରିଖ ବେଳକୁ ଏକ ବାତ୍ୟାର ରୁପନେବାର ସମ୍ଭାବନା ରହିଛି ।

ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଆଞ୍ଚଳିକ ପାଣିପାଗ ନିର୍ଦ୍ଦେଶିକା ସୂଚନା ଦେଇଛନ୍ତି ଯେ, ୨୩, ୨୪, ୨୫ରେ ତିନି ଧରି ଅଧିକାଂଶ ସ୍ଥାନରେ ବର୍ଷା ହେବ । ବାତ୍ୟାର ପ୍ରଭାବରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତ୍‌ସିଂହପୁର, ପୁରୀ, ଖୋର୍ଦ୍ଧା, ଗଞ୍ଜାମ ଏବଂ ଗଜପତି ଜିଲାରେ ୧୧୦ ମିଲିମିଟର ପର୍ୟ୍ୟନ୍ତ ବର୍ଷା ହେବାର ଅନୁମାନ କରାଯାଇଛି । ଏହି ସମୟରେ ଗୋଟିଏ ଦୁଇଟି ସ୍ଥାନରେ ଅତ୍ୟନ୍ତ ପ୍ରବଳ ୩୦ରୁ ସେମିରୁ ଊର୍ଦ୍ଧ୍ବ ବର୍ଷା ସମ୍ଭାବନା ମଧ୍ୟ ରହିଛି। ବିଶେଷ କରି ଜଗତସିଂହପୁର, ପୁରୀ, ଗଞ୍ଜାମ ଜିଲାରେ ଅଧିକ ବର୍ଷା ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking