34.1 C
Bhubaneswar
Friday, October 18, 2024
Homeଓଡିଶାଚୋରା ବନ୍ଧୁକ କାରବାରର ପର୍ଦ୍ଦାଫାସ୍‌: ୨ ଗିରଫ

ଚୋରା ବନ୍ଧୁକ କାରବାରର ପର୍ଦ୍ଦାଫାସ୍‌: ୨ ଗିରଫ

କଟକ: ଜଗତପୁର ପୁଲିସକୁ ଏକ ବଡ ସଫଳତା ମିଳିଛି । ଦୁଇଜଣ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଗିରଫ କରିଛି ଜଗତପୁର ପୁଲିସ । ଗିରଫ ଅଭିଯୁକ୍ତ ହେଲେ କେନ୍ଦ୍ରାପଡ଼ା ଜିଲ୍ଲା ସଦର ଥାନା ଅନ୍ତର୍ଗତ ଚାନ୍ଦୋଳ ଗ୍ରାମର କୃଷ୍ଣଚନ୍ଦ୍ର ନାୟକଙ୍କ ପୁଅ ବିଜୟ ନାୟକ(୪୭) ଓ ଜଗତସିଂହପୁର ଜିଲ୍ଲା ଆଳିପିଙ୍ଗଳ ଗ୍ରାମର ବାଦଲ ସେଠୀଙ୍କ ପୁଅ ଦିବ୍ୟରଞ୍ଜନ ସେଠୀ ଓରଫ ରାଜା(୩୦) । ସେମାନଙ୍କ ନିକଟରୁ ପୁଲିସ ୩ଟି ବନ୍ଧୁକ,୧୨ଟି ଗୁଳି, ଦୁଇଟି ମୋବାଇଲ ଫୋନ ଓ ଏକ ସ୍କୁଟି ଜବତ କରିଛି ।

ପ୍ରକାଶ ଯେ ବିଜୟ ଓ ରାଜା ବନ୍ଧୁକ ନେଇ କେନ୍ଦ୍ରାପଡ଼ାରୁ କେନ୍ଦ୍ରାପଡା କେନାଲ ବନ୍ଧ ଦେଇ କଟକ ଅଭିମୁଖେ ଆସୁଥିବାର ଖବର ଜଗତପୁର ଥାନା ଅଧିକାରୀ ରବୀନ୍ଦ୍ର ନାଥ ମେହେରଙ୍କୁ ମିଳିଥିଲା । ତାଙ୍କ ନିର୍ଦ୍ଦେଶକ୍ରମେ ଏସଆଇ ଦିଲ୍ଲୀପ କୁମାର ମହାନ୍ତି ଓ ରାଧାକାନ୍ତ ସେଠୀ ସଦଳବଳେ ସେମାନଙ୍କୁ ସାତବାଟିଆ କେନାଲ ବନ୍ଧ ପୋଲ ନିକଟରୁ କାବୁ କରିନେଇଥିଲେ । ତଲାସି ନେବାରୁ ସେମାନଙ୍କ ନିକଟରୁ ୨ଟି ୯ଏମଏମ ପିସ୍ତଲ, ୧୦ଟି ୯ଏମଏମ ଜୀବନ୍ତ ଗୁଳି, ଗୋଟିଏ ୭ଏମଏମ ପିସ୍ତଲ ସହିତ ୨ଟି ୭ଏମଏମ ଜୀବନ୍ତ ଗୁଳି ମିଳିଥିଲା । ଏଥିସହିତ ଦୁଇଟି ମୋବାଇଲ ଫୋନ ଏବଂ ଏହି ଚୋରା କାରବାରରେ ବ୍ୟବହୃତ ଓଡି-୦୫-ଏଏଚ୍‌-୭୬୫୧ ନମ୍ବର ଏକ ସ୍କୁଟିକୁ ମଧ୍ୟ ପୁଲିସ ଜବତ କରିଥିଲା ।

ବିଜୟ ନାମରେ କେନ୍ଦ୍ରାପଡା ପାଟକୁରା ଓ ଚାଉଳିଆଗଞ୍ଜ ଥାନାରେ ଅନେକ ମାମଲା ରହିଥିବା ବେଳେ ରାଜା ନାମରେ ଜଗତସିଂହପୁର ଓ ଜଗତପୁର ଥାନାରେ ବିଭିନ୍ନ ମାମଲା ରହିଛି ଏକ ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଡିସିପି ଅନିଲ କୁମାର ମିଶ୍ର ସୂଚନା ଦେଇଛନ୍ତି । ଆଜି ଅପରାହ୍ନରେ ଅଭିଯୁକ୍ତ ଦ୍ୱୟଙ୍କୁ କୋର୍ଟ ଚାଲାଣ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking