31.1 C
Bhubaneswar
Sunday, May 19, 2024
Homeଖେଳଆଶେସ୍ ପାଇଁ ଫେରିଲେ ଷ୍ଟୋକ୍ସ

ଆଶେସ୍ ପାଇଁ ଫେରିଲେ ଷ୍ଟୋକ୍ସ

ଲଣ୍ଡନ: ଚଳିତ ବର୍ଷ ଶେଷ ଭାଗରେ ଇଂଲଣ୍ଡ ଅଷ୍ଟ୍ରେଲିଆ ଗସ୍ତ କରି ସେଠାରେ ଆଶେସ୍ ସିରିଜ୍ ଖେଳିବ । ଏହି ସିରିଜ୍ ସକାଶେ ଇଂଲଣ୍ଡର ପ୍ରମୁଖ ଅଲ୍‌ରାଉଣ୍ଡର୍ ବେନ୍ ଷ୍ଟୋକ୍ସଙ୍କୁ ଦଳରେ ସାମିଲ୍ କରାଯାଇଛି । ଏନେଇ ସୋମବାର ଇଂଲଣ୍ଡ ଓ ୱେଲ୍ସ କ୍ରିକେଟ୍ ବୋର୍ଡ (ଇସିବି) ପକ୍ଷରୁ ସୂଚନା ଦିଆଯାଇଛି । ଆସନ୍ତା ନଭେମ୍ବରରେ ଅଷ୍ଟ୍ରେଲିଆ ଯାତ୍ରା କରିବାକୁ ଥିବା ଇଂଲଣ୍ଡ ଟିମ୍ ସହ ଷ୍ଟୋକ୍ସ ମଧ୍ୟ ଯାତ୍ରା କରିବେ ବୋଲି ଇସିବି ପକ୍ଷରୁ ପୁରୁଷ କ୍ରିକେଟ୍‌ର ପରିଚାଳନା ନିର୍ଦ୍ଦେଶକ ଆଶଲେ ଜାଇଲ୍ସ ସ୍ପଷ୍ଟ କରିଛନ୍ତି ।

ଇସିବି ପକ୍ଷରୁ ଜାରି ଏକ ବିବୃତିରେ ଷ୍ଟୋକ୍ସ ମାନସିକ ଭାବେ ବେଶ୍ ସଶକ୍ତ ମନେ କରୁଛନ୍ତି ଓ ତାଙ୍କର ଆହତ ସମସ୍ୟା ମଧ୍ୟ ଦୂର ହୋଇଥିବା କହିଛନ୍ତି । ଏଥିସହ ଅଷ୍ଟ୍ରେଲିଆ ବିପକ୍ଷରେ ନିଜ ଦଳୀୟ ସାଥୀମାନଙ୍କ ସହ ପଡ଼ିଆକୁ ଓହ୍ଲାଇବା ପାଇଁ ସେ ବ୍ୟଗ୍ରତାର ସହ ଅପେକ୍ଷା କରିଥିବା ମଧ୍ୟ ଷ୍ଟୋକ୍ସ କହିଛନ୍ତି । ସୂଚନାଯୋଗ୍ୟ ଯେ ଗତ ଜୁଲାଇରେ ଷ୍ଟୋକ୍ସ ମାନସିକ ଚାପରୁ ମୁକ୍ତି ପାଇବା ସକାଶେ ଅନିର୍ଦ୍ଦିଷ୍ଟ କାଳ ପାଇଁ ବ୍ରେକ୍ ନେଇଥିଲେ । ଏହି କାରଣରୁ ସେ ଭାରତ ବିପକ୍ଷ ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ୍ ସିରିଜ୍‌ରେ ଖେଳିପାରି ନ ଥିଲେ ।

ଆଶେସ୍ ସିରିଜ୍‌ର ପ୍ରଥମ ମ୍ୟାଚ୍ ଆସନ୍ତା ଡିସେମ୍ବର ୮ ତାରିଖରେ ବ୍ରିସବେନର ଗାବାଠାରେ ଖେଳାଯିବ । ଘୋଷିତ ଦଳ: ଜୋ ରୁଟ୍ (ଅଧିନାୟକ), ଜେମ୍ସ ଆଣ୍ଡର୍‌ସନ୍‌, ଜନ୍ନି ବେୟାର୍‌ଷ୍ଟୋ, ଡୋମିନିକ୍ ସିବ୍‌ଲି, ଷ୍ଟୁଆର୍ଟ ବ୍ରଡ୍‌, ରୋରି ବର୍ଣ୍ଣସ, ଜୋସ୍ ବଟଲର୍‌, ଜ୍ୟାକ୍ କ୍ରଲି, ହସୀବ୍ ହମୀଦ୍‌, ଡାନିଏଲ୍ ଲରେନ୍ସ, ଜ୍ୟାକ୍ ଲିଚ୍‌, ଡେୱିଡ୍ ମାଲାନ୍‌, କ୍ରେଗ୍ ଓଭର୍ଟ;ନ୍‌, ଓଲି ପୋପ୍‌, ଓଲି ରବିନ୍‌ସନ୍‌, କ୍ରିସ୍ ଓକ୍ସ, ମାର୍କ ଉଡ୍ ଓ ବେନ୍ ଷ୍ଟୋକ୍ସ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking