28.1 C
Bhubaneswar
Sunday, September 8, 2024
Homeଅପରାଧଭାଇ-ଭଉଣୀର ପବିତ୍ର ସମ୍ପର୍କରେ କଳଙ୍କ....

ଭାଇ-ଭଉଣୀର ପବିତ୍ର ସମ୍ପର୍କରେ କଳଙ୍କ….

ଲକ୍ଷ୍ନୌ: ଭାଇ-ଭଉଣୀଙ୍କ ପବିତ୍ର ସମ୍ପର୍କରେ କଳଙ୍କ । ଏଭଳି ଅଭାବନୀୟ ଘଟଣା ଉତ୍ତରପ୍ରଦେଶର କାସଗଞ୍ଜ ଜିଲ୍ଲାରେ ଘଟିଛି । ଅଶ୍ଳୀଳ ଭିଡିଓ ଦେଖି ୧୭ ବର୍ଷୀୟା ଭଉଣୀକୁ ଦୁଷ୍କର୍ମ କରି ହତ୍ୟା କଲା ୧୯ ବର୍ଷୀୟ ଭାଇ । ଗତ ୩ ତାରିଖ ରାତିରେ ସଞ୍ଜୁ ନାମକ ଅଭିଯୁକ୍ତ ତାଙ୍କ ମୋବାଇଲରେ ଅଶ୍ଳୀଳ ଭିଡିଓ ଦେଖିବା ପରେ ଏହି ଘଟଣା ଘଟାଇଥିବା ସୂଚନା ରହିଛି । ଯେତେବେଳେ ଅପରାଧ ଘଟିଲା ସେତେବେଳେ ଭାଇ-ଭଉଣୀ ଏକ ଘରେ ଏକୁଟିଆ ଥିଲେ । ସେମାନଙ୍କ ମାଆ ଘରେ ନ ଥିଲେ । ରବିବାର ଦିନ କାସଗଞ୍ଜ ପଟିଆଳି କୋତୱାଲି ଅଞ୍ଚଳର ନାଗଲା କିଶୋରୀ ଗ୍ରାମରେ ଜଣେ ଯୁବକ ମୋବାଇଲରେ ଅଶ୍ଳୀଳ ଭିଡିଓ ଦେଖୁଥିଲେ ।

ଭିଡିଓ ଦେଖିବା ପରେ ସେ ନିଜ ସାନ ଭଉଣୀକୁ ଦୁଷ୍କର୍ମ କରିଥିଲା । ଭଉଣୀ ଏହାର ପ୍ରତିବାଦ କରି ମା’ଙ୍କୁ ଅଭିଯୋଗ କରିବାକୁ କହିବାରୁ ଅଭିଯୁକ୍ତ ଭାଇ ତାଙ୍କୁ ଗଳା କାଟି ହତ୍ୟା କରିଥିଲେ । ହତ୍ୟାକାଣ୍ଡ ଖବର ପାଇ ଚାରିଆଡ଼େ ଲୋକଙ୍କ ଭିଡ଼ ଜମିଥିଲା । ମା’ ସମ୍ପର୍କୀୟଙ୍କ ପାଖକୁ ଯାଇଥିଲେ । ଖବର ପାଇ ସେ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ । ଲୋକମାନେ ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେ ହଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହି ମାମଲାରେ ମାମୁଁ ଭଣଜା ବିରୋଧରେ ଦୁଷ୍କର୍ମ ଓ ହତ୍ୟା ଅଭିଯୋଗ କରି ଥାନାରେ ଅଭିଯୋଗ କରିଥିଲେ । ସେପଟେ ପୋଲିସ ଅଧୀକ୍ଷକ ନିଶ୍ଚିତ କରିଛନ୍ତି ଯେ ସଞ୍ଜୁ ନିକଟରୁ ଅଶ୍ଳୀଳ ଭିଡିଓ ଥିବା ଏକ ମୋବାଇଲ୍ ଫୋନ୍ ଉଦ୍ଧାର କରାଯାଇଛି । ଏହାପରେ ଅଭିଯୁକ୍ତଙ୍କୁ ନ୍ୟାୟିକ ହେପାଜତକୁ ପଠାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking