ନୂଆଦିଲ୍ଲୀ: ଫ୍ଲାୱାର ଫାର୍ମିଂ ଭାରତ ବର୍ଷରେ ପ୍ରାଚୀନ କାଳରୁ କରାଯାଉଛି । ହେଲେ ସେତେବେଳେ ଏହାର ଉତ୍ପାଦନ କେବଳ ଘରୋଇ ଉପଯୋଗ ପାଇଁ କରାଯାଉଥିଲା । ସାଧାରଣ ଭାବରେ ଲୋକଙ୍କ ଦ୍ୱାରା ନିଜ ଘର ଅଗଣାରେ ବିଭିନ୍ନ ପ୍ରକାରର ଫୁଲ ଲଗାଯାଉଥିଲା । ଯାହାକୁ ପୂଜା ପାଠ ଇତ୍ୟାଦି ଧାର୍ମିକ ଅନୁଷ୍ଠାନ ରେ ବ୍ୟବହାର କରାଯାଉଥିଲା । ବର୍ତମାନ ମାନବ ଜୀବନରେ ଫୁଲ ର ମହତ୍ୱ ଓ ବ୍ୟବହାର ବଢିଥିବାରୁ ଏହାକୁ ବ୍ୟବସାୟିକ ଭାବରେ ବ୍ୟବହାର କରାଯାଉଛି ।
ବର୍ତମାନ ବିଶ୍ୱସ୍ତରରେ ଫୁଲର ବ୍ୟବହାର ବିବାହ, ବାର୍ଷିକ ଉତ୍ସବ, ଜନ୍ମଦିନ, ଆନିଭର୍ସାରୀ, କାର୍ଯ୍ୟାଳୟ ସଜାଇବା, ଘର ସଜାଇବା ଆଦିରେ ବିପୁଳ ମାତ୍ରାରେ ସଜା ଯାଉଛି । ୨୦୧୨ରେ ପ୍ରକାଶିତ ରିପୋର୍ଟ ଅନୁସାରେସ, ଦେଶରେ ଫୁଲ ଚାଷ ପ୍ରାୟ ୨୩୨.୭୪ ହେକ୍ଟର ଭୂମିରେ କରାଯାଉଛି । ଯେଉଁଥିରେ ପ୍ରାୟ ୭୭-୭୮ ମିଲିୟନ ଟନ ଫୁଲ ଉତ୍ପାଦନ ହେଉଛି । ଭାରତରେ ଗୋଟିଏ ନୁହେଁ ବରଂ ଅନେକ ରାଜ୍ୟରେ ଫୁଲ ଚାଷ ବ୍ୟବସାୟିକ ରୂପରେ କରାଯାଉଛି । ହେଲେ ଏହି ଦୌଡରେ ପଶ୍ଚିମବଙ୍ଗ ୩୨% ଫୁଲ ଉତ୍ପାଦନ ସହିତ ପ୍ରଥମ ସ୍ଥାନରେ ରହିଛି । ସେହିପରି କର୍ଣ୍ଣାଟକ ୧୨% ସହିତ ଦ୍ୱିତୀୟ, ମହାରାଷ୍ଟ୍ର ୧୦% ସହିତ ତୃତୀୟ ସ୍ଥାନରେ ରହିଛି ।