ଭୁବନେଶ୍ୱର: ଏଣିକି ଆରଟିଓ ମାନେ ଦେଇପାରିବେ ଅନ୍ତଃରାଜ୍ୟ ବସ ପରମିଟ୍ । ଏସଟିଏରେ ଗହଳି ଏଡାଇବାକୁ ରାଜ୍ୟ ପରିବହନ କମିଶନର ଏହି ନିଷ୍ପତ୍ତି ନେଇଛନ୍ତି । ଆବେଦନ ଦିନ ହିଁ ଆରଟିଓ ମାନେ ଯଥା ସମ୍ଭବ ଅନୁମତି ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଅନ୍ତଃରାଜ୍ୟ ବସ ଚଳାଚଳ ପାଇଁ ସ୍ୱତନ୍ତ୍ର ପରମିଟ୍ ଦରକାର ପଡୁଥିଲା । ରାଜ୍ୟ ପରିବହନ କର୍ତ୍ତୃପକ୍ଷଙ୍କ ଠାରୁ ଏନେଇ ସ୍ୱତନ୍ତ୍ର ପରମିଟ୍ ଆଣିବାକୁ ପଡୁଥିଲା । ସ୍ୱତନ୍ତ୍ର ପରମିଟ୍ ପାଇଁ ଏସଟିଏରେ ଦୈନିକ ମାଲିକଙ୍କ ଗହଳି ଲାଗୁଥିଲା ।