29.1 C
Bhubaneswar
Friday, April 26, 2024
Homeବ୍ରେକୀଙ୍ଗରହସ୍ୟମୟୀଙ୍କ ରାଜ୍ ଖୋଲିଲେ ବିଦ୍ୟାଶ୍ରୀ

ରହସ୍ୟମୟୀଙ୍କ ରାଜ୍ ଖୋଲିଲେ ବିଦ୍ୟାଶ୍ରୀ

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାରେ ଗତ କିଛି ଦିନ ଧରି ଚର୍ଚ୍ଚାର କେନ୍ଦ୍ର ପରିସରକୁ ଆସିଥିବା ସାଇକୋ ଲେଡିଙ୍କ ରାଜ୍ ଖୋଲିଛନ୍ତି ବିଦ୍ୟାଶ୍ରୀ । ରହସ୍ୟମୟୀ ଯୁବତୀଙ୍କ ବଡ ରାଜ୍ ଖୋଲିଛନ୍ତି ବିଦ୍ୟାଶ୍ରୀ । ଆଦିତ୍ୟଙ୍କ ସହ ସଂପୃକ୍ତ ଯୁବତୀଙ୍କ କାହିଁକି ବ୍ରେକ ଅପ ହୋଇଥିଲା କହିଛନ୍ତି ବିଦ୍ୟାଶ୍ରୀ । ଉକ୍ତ ଯୁବତୀଙ୍କ ସାଇକୋ ସମସ୍ୟା ପାଇଁ ହିଁ ଆଦିତ୍ୟଙ୍କ ସହ ତାଙ୍କର ବ୍ରେକ ଅପ ହୋଇଥିଲା । ବାରମ୍ବାର ସେ ଆଦିତ୍ୟହ୍‌କୁ ବ୍ଲାକମେଲ କରୁଥିଲେ ବୋଲି କହିଛନ୍ତି ବିଦ୍ୟାଶ୍ରୀ । ଟିକିଏ ଟିକିଏ କଥାରେ ହାତ କାଟି ଦେବି, ଗୋଡ କାଟିଦେବି ବୋଲି କହୁଥିଲେ । ଆଦିତ୍ୟହ୍‌କୁ ସେ ତାଙ୍କ ଫ୍ୟାନ, ଫଲୋଅର୍ସଙ୍କ ଦେଖି ସହି ପାରନ୍ତି ନାହିଁ । ଆଦିତ୍ୟ ଏହି ସବୁ କଥା ମୋତେ, ତାଙ୍କ ବାପା, ମାଙ୍କୁ କହିଥିଲେ । ଏମିତିକି ଆମ ନିର୍ବନ୍ଧ ପରେ ବି ସେ ସିଧା ଧମକ ଦେଉଥିଲେ । ବାହାଘରର ଠିକ ୨ ଦିନ ପୂର୍ବରୁ ସିଧା ସଳଖ ଧମକ ଦେଇଥିଲେ । ଠିକ ସମୟରେ ଠିକ ଲୋକ ଠିକ ଜାଗାରେ ପହଂଚିବେ ବୋଲି କହିଥିଲେ । ଏ ସମସ୍ତ ତଥ୍ୟ ମୁଁ କ୍ରାଇମ ବ୍ରାଂଚକୁ ଦେଇଛି ବୋଲି ବିଦ୍ୟାଶ୍ରୀ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking