24.1 C
Bhubaneswar
Wednesday, January 8, 2025
Homeଓଡିଶାରାଜ୍ୟ ନିଗମ କର୍ମଚାରୀ ମହାସଂଘର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ; ମହଙ୍ଗା ଭତ୍ତାରେ ବିଳମ୍ବ ପାଇଁ ପି.ଇ ବିଭାଗ...

ରାଜ୍ୟ ନିଗମ କର୍ମଚାରୀ ମହାସଂଘର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ; ମହଙ୍ଗା ଭତ୍ତାରେ ବିଳମ୍ବ ପାଇଁ ପି.ଇ ବିଭାଗ ଦାୟୀ

ସବୁ ସମବାୟ ସଂସ୍ଥା ଓ ନିଗମରେ ଲାଗୁହେଉ ସପ୍ତମ ବେତନ
ଭୁବନେଶ୍ୱର: ଓଡ଼ିଶା ରାଜ୍ୟ ନିଗମ କର୍ମଚାରୀ ମହାସଂଘର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ସଭା ଅନୁଷ୍ଠିତ ହୋଇଯାଇଛି । ମହାସଂଘର ଅଧ୍ୟକ୍ଷ ସତ୍ୟରଞ୍ଜନ ପଟ୍ଟନାୟକଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ମହାସଂଘର ମହାସଚିବ ପ୍ରାରମ୍ଭିକ ଅଭିଭାଷଣ ପ୍ରଦାନ କରି ନିଗମ କର୍ମଚାରୀ ମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଅବଗତ କରିଥିଲେ । ଅଲ ଓଡିଶା ଇପିଏଫ ପେନସନର୍ସ ଆସୋସିଏସନ ସଭାପତି ଇଂ ବିଜୟ କୁମାର ଜେନା ଓ ସାଧାରଣ ସମ୍ପାଦକ ତଥା ସର୍ବ ଭାରତୀୟ ଉପସଭାପତି ଭାଗ୍ୟଧର ବ୍ରହ୍ମା ଅତିଥିଭାବେ ଯୋଗ ଦେଇଥିଲେ । ରାଜ୍ୟ ମଧ୍ୟରେ ଥିବା ସମସ୍ତ ଉଦ୍ୟୋଗ ଓ ସମବାୟ ସଂସ୍ଥା ଓ ସ୍ୱୟଂଚାଳିତ ସଂସ୍ଥାର କର୍ମଚାରୀ ସଂଘର ପ୍ରାୟ ଶତାଧିକ ନେତୃତ୍ୱ ଯୋଗଦେଇଥିଲେ । ପ୍ରତ୍ୟେକ ନିଗମ, ସମବାୟ ଓ ସ୍ୱୟଂଚାଳିତ ସଂସ୍ଥାରେ କାର୍ଯ୍ୟରତ କର୍ମଚାରୀ ମାନେ ବିଭିନ୍ନ ସରକାରୀ ଅବହେଳାର ଶିକାର ହେଉଥିବା ଓ ତାର ନିରାକରଣ ସମ୍ପର୍କରେ ଆଲୋଚନା କରାଯାଇଥିଲା ।

ସରକାରୀ କର୍ମଚାରୀଙ୍କୁ ବିଭିନ୍ନ ସମୟରେ ମହଙ୍ଗାଭତ୍ତା ଦିଆଯାଉଥିବା ବେଳେ ନିଗମର କର୍ମଚାରୀଙ୍କ ପ୍ରତି ସଙ୍ଗେ ସଙ୍ଗେ ଲାଗୁ କରାଯାଉ ନାହିଁ । ମହଙ୍ଗା ଭତ୍ତା ପ୍ରଦାନ ନିମନ୍ତେ ସମସ୍ତ ସର୍ତ୍ତପୂରଣ କରିଦେଲେ ମଧ୍ୟ ସରକାରଙ୍କ ସାଧାରଣ ଉଦ୍ୟୋଗ(ପି.ଇ) ବିଭାଗ ତୁରନ୍ତ ମହଙ୍ଗା ଭତ୍ତା ପ୍ରଦାନରେ ବାଧକ ସାଜୁଛନ୍ତି । ଦେଶ ବିକାଶରେ ନିଗମ କର୍ମଚାରୀଟି ସମଭାଗିଦାରୀ ହୋଇ କାମକରୁଥିବା ବେଳେ ପଦୋନ୍ନତିରୁ ବଞ୍ଚିତ ହେଉଛି । ସପ୍ତମ ବେତନ ଲାଗୁହୋଇ ନଥିବା ନିଗମ ଓ ସମବାୟ ସଂସ୍ଥାରେ ତୁରନ୍ତ ସପ୍ତମ ବେତନ ଲାଗୁ କରାଯାଉ । ରାଜ୍ୟ ସରକାରଙ୍କ ପ୍ରଚଳିତ ପେନସନ ବ୍ୟବସ୍ଥା ସମସ୍ତ ନିଗମ , ସମବାୟ ଓ ସ୍ୱୟଂଚାଳିତ ସଂସ୍ଥାରେ ଲାଗୁ କରାଯାଉ । ସମସ୍ତ ଅସ୍ଥାୟୀ କର୍ମଚାରୀଙ୍କୁ ସ୍ଥାୟୀ କରାଯିବା ସହିତ ଅଧିକ ସ୍ଥାୟୀ କର୍ମଚାରୀ ନିଯୁକ୍ତି କରାଯାଉ ବୋଲି ଦାବି ଗୃହୀତ କରାଯାଇ ସରକାରଙ୍କ ଦୃଷ୍ଟି ଆକର୍ଷଣ ନିମନ୍ତେ ନିଷ୍ପତ୍ତ ି ନିଆଯାଇଥିଲା । ଆସନ୍ତା ନଭେମ୍ବର ମାସରେ ମହାସଙ୍ଘର ବାର୍ଷିକ ସାଧାରଣ ସଭା କରିବାପାଇଁ ସ୍ଥିର କରାଯାଇଛି । ଅନ୍ୟମାନଙ୍କ ମଧ୍ୟରେ ସଂଘର ଉପଦେଷ୍ଟା ମୁକ୍ତିକାନ୍ତ ମହାପାତ୍ର, ନଟବର ଆଚାର୍ଯ୍ୟ ଏବଂ ପ୍ରଫୁଲ୍ଲ କୁମାର ଦାସ ଉପସ୍ଥିତ ରହି ଉଦ୍‌ବୋଧନ ଦେଇଥିଲେ । ଶେଷରେ ସଚ୍ଚିଦାନନ୍ଦ ସାମନ୍ତରାୟ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking