ପୁରୀ: ସୋସିଆଲ ମିଡ଼ିଆରେ ଶ୍ରୀମନ୍ଦିର ଗର୍ଭଗୃହ ଫଟୋ ଭାଇରାଲ ନେଇ ଥାନାରେ ଏତଲା । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସିଂହଦ୍ୱାର ଥାନାରେ ଏତଲା ଦିଆଯାଇଛି। ଶ୍ରୀମନ୍ଦିର ସୁରକ୍ଷା ପ୍ରଶାସକ ଭି.ଏସ୍ ଚନ୍ଦ୍ରଶେଖର ରାଓ ଏତଲା ଦେଇଛନ୍ତି । ଆକାଶ ଚୌଧୁରୀ କେଉଁ ପରିସ୍ଥିତିରେ ଫେସବୁକ୍ରେ ଫଟୋ ଓ ଭିଡ଼ିଓ ଭାଇରାଲ କଲେ ସେନେଇ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ଏତଲାରେ ଉଲ୍ଲେଖ କରାଯାଇଛି। ଆକାଶ ଚୌଧୁରୀ ନାମକ ଜଣେ ଯୁବକଙ୍କ ଫେସବୁକ୍ ଆକାଉଣ୍ଟରେ ଗର୍ଭଗୃହ ଫଟୋ ଭାଇରାଲ ହୋଇଥିଲା। ଅପଲୋଡର କିଛି ସମୟ ପରେ ଫଟୋ ଡିଲିଟ୍ କରାଯାଇଥିଲା।