27.1 C
Bhubaneswar
Saturday, June 22, 2024
Homeଓଡିଶାଶ୍ରୀ ଅମ୍ମା ଭଗବାନଙ୍କ କଲ୍ୟାଣ ଉତ୍ସବ ଅନୁଷ୍ଠିତ

ଶ୍ରୀ ଅମ୍ମା ଭଗବାନଙ୍କ କଲ୍ୟାଣ ଉତ୍ସବ ଅନୁଷ୍ଠିତ

ଯାଜପୁର : ଯାଜପୁର ଖଣ୍ଡରା ପଞ୍ଚାୟତ କଲ୍ୟାଣ ମଣ୍ଡପରେ ପରମଜ୍ୟୋତି ଶ୍ରୀ ଅମ୍ମା ଭଗବାନଙ୍କ କଲ୍ୟାଣ ଉତ୍ସବ ବା ସଂପର୍କ ଦିବସ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବ ଆରମ୍ଭରେ ଭଗବାନ ଶ୍ରୀ ମୂର୍ତିକୁ ପାଲିଙ୍କିରେ ବସାଇ ଶତାଧିକ ଭକ୍ତଙ୍କ ଗହଣରେ ବାଜା ଓ ରୋସଣୀ ସହିତ ଖଣ୍ଡରା ଛକରୁ ବିଭିନ୍ନ ଗ୍ରାମ ଦେଇ ପରିକ୍ରମା କରିବା ପରେ କଲ୍ୟାଣ ମଣ୍ଡପକୁ ଆଣିଥିଲେ । କଲ୍ୟାଣ ମଣ୍ଡପରେ ହୁଳହୁଳି ଓ ଶଙ୍ଖଧ୍ୱନି ସହିତ ଭଗବାନଙ୍କୁ ସ୍ୱାଗତ କରାଯାଇଥିଲା । ବରିଷ୍ଠ ଭକ୍ତ ଶାନ୍ତନୁ ଧଳଙ୍କ ଆବାହକତ୍ୱରେ ଅନୁଷ୍ଠିତ ବିବାହ ଉତ୍ସବରେ ଭଗବାନଙ୍କ ପିତା ଓ ମାତା ଭାବେ ଯଥାକ୍ରମେ ବିରେନ୍ଦ୍ର ମିଶ୍ର ଓ ସୁମତି ମିଶ୍ର ଓ ଆମ୍ମାଙ୍କ ପିତା ମାତା ଭାବେ ହୃଷିକେଶ ତ୍ରିପାଠୀ ଏବଂ କାଂଚନବାଳା ତ୍ରିପାଠୀ ଉପସ୍ଥିତ ଥିଲେ । ଏହି ଉତ୍ସବରେ ୫୦୦ରୁ ଉର୍ଦ୍ଧ ଭକ୍ତ ଯୋଗ ଦେଇଥିଲେ । ଏହି ଅବସରରେ ଭୋଗ ଓ ନୈବେଦ୍ୟ ଅର୍ପଣ ସହିତ ଭକ୍ତ ମାନଙ୍କ ପାଇଁ ପ୍ରସାଦର ବ୍ୟବସ୍ଥା କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking