16.1 C
Bhubaneswar
Saturday, December 6, 2025
Homeଓଡିଶାଉଚ୍ଚାରଣ ଅହିଂସା, ଆଚରଣ ହିଂସା” – ଗଣତନ୍ତ୍ର ପ୍ରତି ବିପଦ: ଡ.ଯତୀନ ମହାନ୍ତି

ଉଚ୍ଚାରଣ ଅହିଂସା, ଆଚରଣ ହିଂସା” – ଗଣତନ୍ତ୍ର ପ୍ରତି ବିପଦ: ଡ.ଯତୀନ ମହାନ୍ତି

 ୨୪ ବର୍ଷ ଶାସନ ପରେ ବି ନିର୍ବାଚନ ଲଢିବା ପାଇଁ ବିଜେଡି ଆତ୍ମବିଶ୍ୱାସ ହରାଇ ବସିଛି
 ଗଣତନ୍ତ୍ରରେ ଗୁଣ୍ଡାଗର୍ଦ୍ଦି, ଭୟ ଓ ହିଂସାର ଆଦୈା ସ୍ଥାନ ନାହିଁ
 ଆସନ୍ନ ପରାଜୟରେ ଭୟଭୀତ ବିଜେଡି ଅତ୍ୟନ୍ତ ନିମ୍ନସ୍ତରକୁ ଓହ୍ଲାଇ ହିଂସାକାଣ୍ଡ ଭିଆଉଛି
 ଆମେ ବ୍ୟାଲେଟକୁ, ବିଜେଡି ବୁଲେଟକୁ ବିଶ୍ୱାସ କରୁଛି
 ହିଂସାତ୍ମକ ଆଚରଣରୁ କ୍ଷାନ୍ତ ରହୁ ବିଜେଡି

ଭୁବନେଶ୍ୱର: ଗତ ୨୪ ବର୍ଷ ଶାସନ ପରେ ବି ନିର୍ବାଚନ ଲଢିବା ପାଇଁ ବିଜେଡି ଆତ୍ମବିଶ୍ୱାସ ହରାଇ ବସିଛି । ନିଜ ଶାସନକାଳର ସଫଳତା ବଖାଣିବା ପରିବର୍ତ୍ତେ ଭୋଟରଙ୍କୁ ଧମାକାଇ, ଭୟଭୀତ କରାଇ ଜନମତକୁ ବିଭ୍ରାନ୍ତ କରିବାର ଅପ୍ରୟାସ କରୁଛି ବିଜେଡି । ଗତ ୨୦୨୪ ସାଧାରଣ ନିର୍ବାଚନରେ ଓଡିଶାବାସିଙ୍କ ଦ୍ୱାରା ପ୍ରତ୍ୟାକ୍ଷିତ ହେବା ପରେ ବି ବିଜେଡି ଅହିଂସାର ଉଚ୍ଚାରଣ କରି ହିଂସାର ଆଚରଣ କରୁଛି । ଆଜି ନୂଆପଡା ଏନଏସି ଅଧ୍ୟକ୍ଷଙ୍କ ପୁତୁରା କିଛି ଦଳୀୟ ଗୁଣ୍ଡାଙ୍କ ସହିତ ମିଶି ବିଜେପି କାର୍ଯ୍ୟକର୍ତାଙ୍କୁ ବନ୍ଧୁକ ଦେଖାଇ ମାରି ଦେବାର ଧମକ ଦେବାକୁ ଯେତେ ନିନ୍ଦା କଲେ ମଧ୍ୟ କମ୍ ପଡିବ । ଗଣତନ୍ତ୍ରରେ ଗୁଣ୍ଡାଗର୍ଦ୍ଦି, ଭୟ ଓ ହିଂସାର ଆଦୈା ସ୍ଥାନ ନାହିଁ । ନୂଆପଡା ଉପନିର୍ବାଚନରେ ଆସନ୍ନ ପରାଜୟକୁ ଦେଖି ବିଜେଡି ଭୟଭୀତ ହେବା ସହିତ ଅତ୍ୟନ୍ତ ନିମ୍ନସ୍ତରକୁ ଓହ୍ଲାଇ ଏଭଳି ଦୁର୍ଭାଗ୍ୟଜନକ କାଣ୍ଡ ଭିଆଇଛି । ଏହାକୁ ଆମେ ଦୃଢ ଭାବେ ନିନ୍ଦା କରୁଛୁ ବୋଲି ରାଜ୍ୟ ଉପସଭାପତି ଡା.ଯତୀନ ମହାନ୍ତି କହିଛନ୍ତି ।ଓଡିଶାବାସୀଙ୍କ ଦ୍ୱାରା ପ୍ରତ୍ୟାକ୍ଷିତ ହେବା ପରେ ବି “ହ୍ୟାଙ୍ଗ ଓଭର” ଯାଇନାହିଁ । ଆମେ ବ୍ୟାଲେଟକୁ ବିଶ୍ୱାସ କରୁଥିବାବେଳେ ଜନମତକୁ ବିଭ୍ରାନ୍ତ କରିବା ପାଇଁ ବିଜେଡି ବୁଲେଟର ଆଶ୍ରୟ ନେବା ଅତ୍ୟନ୍ତ ନିନ୍ଦନୀୟ । ଗଣତନ୍ତ୍ରର ମହାନ ପର୍ବରେ ଶାନ୍ତିପୂର୍ଣ୍ଣ ଭୋଟଦାନ ପାଇଁ ଆବଶ୍ୟକୀୟ ବାତାବରଣ ସୃଷ୍ଟି କରିବାରେ ସହଯୋଗ କରନ୍ତୁ ଏବଂ ହିଂସାତ୍ମକ ଆଚରଣରୁ କ୍ଷାନ୍ତ ରୁହନ୍ତୁ ବୋଲି ଡା.ମହାନ୍ତି ନିବେଦନ ଓ ପରାମର୍ଶ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking