27.1 C
Bhubaneswar
Monday, December 23, 2024
Homeଋଷିଆ-ୟୁକ୍ରେନ୍ ଯୁଦ୍ଧପାଶ୍ଚାତ୍ୟ କଟକଣା ଯୋଗୁଁ ସ୍ପେସ୍ ଷ୍ଟେସନ୍ ଭୁଶୁଡିବ: ରୁଷ୍‌

ପାଶ୍ଚାତ୍ୟ କଟକଣା ଯୋଗୁଁ ସ୍ପେସ୍ ଷ୍ଟେସନ୍ ଭୁଶୁଡିବ: ରୁଷ୍‌

ମସ୍କୋ : ୟୁକ୍ରେନ୍ ବିରୋଧରେ ଯୁଦ୍ଧ ଚଳାଇଥିବାରୁ ଆମେରିକା ନେତୃତ୍ୱାଧୀନ ପାଶ୍ଚାତ୍ୟ ରାଷ୍ଟ୍ରଗୁଡିକ ଇତିମଧ୍ୟରେ ରୁଷ୍ ବିରୋଧରେ ଏକାଧିକ କଟକଣା ଲାଗୁ କରିସାରିଛନ୍ତି । ଯଦି ଏଭଳି କଟକଣା ପ୍ରତ୍ୟାହାର କରାନଯାଏ, ତେବେ ମହାକାଶରେ ଥିବା ଆନ୍ତର୍ଜାତିକ ମହାକାଶ ଷ୍ଟେସନ (ଆଇଏସ୍‌ଏସ୍‌) ଖୁବଶୀଘ୍ର ଭୁଶୁଡି ପଡିବ ବୋଲି ରୁଷ୍ ମହାକାଶ ସଂସ୍ଥା ‘ରସ୍‌କସ୍‌ମସ୍‌’ର ମୁଖ୍ୟ ଦିମିତ୍ରି ରୋଗୋଜିନ୍ ଚେତାବନୀ ଦେଇଛନ୍ତି । ଆମେରିକା ଓ ରୁଷ୍ ମୁଖ୍ୟତଃଭାବେ ଆଇଏସ୍‌ଏସ୍‌କୁ ନିଜ ନିଜର ମହାକାଶ ଯାନ ପଠାଇ ସେଠାରେ ଗବେଷଣା କାର୍ଯ୍ୟକୁ ତ୍ୱରାନ୍ୱିତ କରୁଥିବାବେଳେ ତାହାର ରକ୍ଷଣାବେକ୍ଷଣ ଏବଂ ମରାମତି କାର୍ଯ୍ୟ ସମ୍ପାଦନ କରିଆସୁଛନ୍ତି ।

ବର୍ତ୍ତମାନ କଟକଣା ଲାଗୁ କରାଯାଇଥିବାରୁ ଆଇଏସ୍‌ଏସ୍ ପାଇଁ ରୁଷ୍ ନେଇଥିବା ଦାୟିତ୍ୱରୁ ଓହରିଯିବା ନିଶ୍ଚିତ ବୋଲି ରୋଗୋଜିନ୍ କହିଛନ୍ତି । ଯଦି ରୁଷ୍ ଏଭଳି ଆଭିମୁଖ୍ୟ ଗ୍ରହଣ କରେ, ତେବେ ରକ୍ଷଣାବେକ୍ଷଣ ଅଭାବରୁ ଆଇଏସ୍‌ଏସ୍ ଖୁବ୍‌ଶୀଘ୍ର ପୃଥିବୀପୃଷ୍ଠରେ ଭୁଶୁୁଡି ପଡିବ ବୋଲି ସେ ଚେତାଇ ଦେଇଛନ୍ତି । ରୁଷ୍ ପ୍ରତିବର୍ଷ ଅତିକମରେ ୧୧ଥର ଆଇଏସ୍‌ଏସ୍‌ର କକ୍ଷପଥକୁ ଠିକ୍‌ଠାକ୍ କରିଥାଏ । ରୁଷ୍ ଏହି ପ୍ରକ୍ରିୟାରୁ ଓହରିଗଲେ, ଆଇଏସ୍‌ଏସ୍‌ର ଏକ ବିରାଟ ଅଂଶ ସମୁଦ୍ର କିମ୍ବା ସ୍ଥଳଭାଗ ଉପରେ ଖସିପଡିବ ଏବଂ ଏଥିଯୋଗୁଁ ଧନଜୀବନର ବ୍ୟାପକ କ୍ଷତି ମଧ୍ୟ ଘଟିପାରେ ବୋଲି ରୋଗୋଜିନ୍ କହିଛନ୍ତି । ଅପରପକ୍ଷରେ ରୁଷ୍‌ର ଏଭଳି ଧମକରେ ଆମେରିକା ଭିନ୍ନ ପ୍ରତିକ୍ରିୟା ରଖିଛି । ରୁଷ୍ ଏହି କାର୍ଯ୍ୟକ୍ରମରୁ ଓହରିଗଲେ, ଆଇଏସ୍‌ଏସ୍‌ର ରକ୍ଷଣାବେକ୍ଷଣ ଦାୟିତ୍ୱ ସମ୍ପୂର୍ଣ୍ଣଭାବେ ନାସା (ଆମେରିକାର ମହାକାଶ ଗବେଷଣା ସଂସ୍ଥା) ବହନ କରିବ ବୋଲି ଆମେରିକା ପକ୍ଷରୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking