34.1 C
Bhubaneswar
Saturday, May 18, 2024
Homeମନୋରଞ୍ଜନଲଣ୍ଡନରେ ସାଉଥ ସୁପରଷ୍ଟାର ପ୍ରଭାସ

ଲଣ୍ଡନରେ ସାଉଥ ସୁପରଷ୍ଟାର ପ୍ରଭାସ

ମୁମ୍ବାଇ: ସାଉଥ ସୁପରଷ୍ଟାର ପ୍ରଭାସ ତାଙ୍କ ପ୍ୟାନ ଇଣ୍ଡିଆ ଫିଲ୍ମ ‘କକ୍କି ୨୮୯୮ଏଡି’କୁ ନେଇ ଚର୍ଚ୍ଚାରେ ରହିଛନ୍ତି । ଚଳଚ୍ଚିତ୍ରର ସୁଟିଂ ଲଣ୍ଡନରେ ଚାଲିଛି । ଯାହା ପାଇଁ ଲଣ୍ଡନରେ ଭଡ଼ା ଘର ନେଇଛନ୍ତି ପ୍ରଭାସ । ଫିଲ୍ମ ସୁଟିଂ ସରିବା ପରେ ଏଠାରେ ଆରମ କରିବାକୁ ଆସନ୍ତି ପ୍ରଭାସ । ଏହି ଘରର ଦାମ୍ ଏତେ ରହିଛି ଯାହା ଆପଣ ଶୁଣିଲେ ହୋସ୍ ଉଡିଯିବ । ଲଣ୍ଡନରେ ଏହି ବିଳାସପୂର୍ଣ୍ଣ ଘରେ ରହିବା ପାଇଁ ପ୍ରଭାସ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି । ବଲିଉଡ୍ ଲାଇଭର ଏକ ରିପୋର୍ଟ ଅନୁସାରେ ପ୍ରଭାସ ଏହି ଘର ପାଇଁ ୬୦ ଲକ୍ଷ ଟଙ୍କା ଭଡ଼ା ଦେଉଛନ୍ତି । ସାଉଥ ଇଣ୍ଡଷ୍ଟ୍ରିରେ ପ୍ରଭାସଙ୍କ ନାଁ ସବୁଠୁ ଧନୀ ଅଭିନେତା ତାଲିକାରେ ରହିଛି । ଷ୍ଟାର ପ୍ରଭାସ ବିଳାସପୂର୍ଣ୍ଣ ଜୀବନ ମଧ୍ୟ ବିତାନ୍ତି ।ହାଇଦ୍ରାବାଦରେ ଏକ ବିଳାସପୂର୍ଣ୍ଣ ଘରେ ରୁହନ୍ତି ବାହୁବଲୀ ଷ୍ଟାର ପ୍ରଭାସ । ଯାହାର ମୂଲ୍ୟ ୬୫ କୋଟି ଟଙ୍କା । ପ୍ରଭାସ୨୧୫ କୋଟି ସମ୍ପତିର ମାଲିକ । ବିଳାସପୂର୍ଣ୍ଣ ଗାଡ଼ି ଚଢ଼ିବାରେ ରୁଚି ରଖନ୍ତି ପ୍ରଭାସ । ତାଙ୍କ ପାଖରେ ବହୁ ଦାମୀ ଗାଡ଼ି ମଧ୍ୟ ରହିଛି । ଯେପରିକି ରେଂଜ ରୋବର, ଅଡି ଏସିକ୍ସ, ବିଏମଡବ୍ଲୁ ୭ ସିରିଜ ପରି ଅନେକ ଦାମୀ ଗାଡ଼ି ତାଙ୍କ ପାଖରେ ରହିଛି । ଯାହାର ମୂଲ୍ୟ କୋଟିକୋଟି ଟଙ୍କା ରହିଛି ।ଏବେ ପ୍ରଭାସଙ୍କ ପାଖରେ ଅନେକ ପ୍ରୋଜେକ୍ଟ ରହିଛି । ସଲାର ସୁପରହିଟ ହେବା ପରେ ପ୍ରଭାସ ତାଙ୍କ ଆଗାମୀ ପ୍ରୋଜେକ୍ଟ ‘କକ୍ଳି ୨୮୯୮ ଏଡି’ ସୁଟିଂରେ ବ୍ୟସ୍ତ ଅଛନ୍ତି । ସିନେମାରେ ପ୍ରଭାସଙ୍କୁ ଦମଦାର ଚରିତ୍ରରେ ଦେଖିବାକୁ ପାଇବେ ଦର୍ଶକ । ମେ’ ୯ରେ ରିଲିଜ ହେବ ଫିଲ୍ମ। ଏହି ଚଳଚ୍ଚିତ୍ରରେ ଅନ୍ୟ ବଡ଼ବଡ଼ ଅଭିନେତାଙ୍କୁ ମଧ୍ୟ ଦେଖିବାକୁ ମିଳିବ । ଫିଲ୍ମରେ ଦୀପିକା ପାଦ୍ୟୁକୋନ୍, ଅମିତାଭ ବର୍ଚ୍ଚନ ମଧ୍ୟ ନଜର ଆସିବେ । ୫ଶହ କୋଟି ବଜେଟରେ ତିଆରୀ ହୋଇଛି ଫିଲ୍ମ । ଏହ ପରେ ପ୍ରଭାସଙ୍କ ପାଖରେ ଏକ ହରର କମେଡି ଫିଲ୍ମ ଅଫର ମଧ୍ୟ ରହିଛି ଯାହାର ନାଁ ‘ରାଜା ଡିଲକ୍ସ’ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking