32.1 C
Bhubaneswar
Saturday, June 22, 2024
Homeଦେଶ ବିଦେଶଭୂକମ୍ପରେ ଦୋହଲିଲେ ଦକ୍ଷିଣ କୋରିଆ

ଭୂକମ୍ପରେ ଦୋହଲିଲେ ଦକ୍ଷିଣ କୋରିଆ

ସିଓଲ୍ : ଭୂକମ୍ପରେ ଦୋହଲିଲେ ଦକ୍ଷିଣ କୋରିଆ । ଦକ୍ଷିଣ ପଶ୍ଚିମ କାଉଣ୍ଟି ବୁଆନର ନିକଟବର୍ତ୍ତି ଅଂଚଳରେ ଭୂକମ୍ପର ଝଟକା ଅନୁଭୂତ ହୋଇଛି । ଏନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏବଂ ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୪.୮ ବୋଲି ଜଣାପଡିଛି । ତେବେ ସବୁଠାରୁ ବଡ କଥା ହେଉଛି ଚଳିତ ବର୍ଷ ଦକ୍ଷିଣ କୋରିଆରେ ଏହା ସବୁଠାରୁ ବଡ ଶକ୍ତିଶାଳୀ ଭୂକମ୍ପ । ଏବଂ ଭୂକମ୍ପରେ ବୁଆନର ଏକ ଘରର କାନ୍ଥ ଭୁସୁଡି ପଡିଥିବା ବେଳେ ଏହି ଭୂକମ୍ପରେ କୈାଣସି ବଡ କ୍ଷୟକ୍ଷତି ହୋଇଥିବା ନେଇ ସୂଚନା ମିଳିନାହିଁ । ନ୍ୟାସନାଲ ଫାୟାର ଏଜେନ୍ସି କହିଛି ଯେ ଏପର୍ଯ୍ୟନ୍ତ ବୁଆନ୍ ଏବଂ ନିକଟ ଇକସାନ ସହରରେ ଭୂମିକମ୍ପ ଯୋଗୁ ଘର ଏବଂ ଗୋଦାମରେ ଫଟା ସୃଷ୍ଟି ହୋଇଛି । ଦକ୍ଷିଣ କୋରିଆ ପ୍ରଧାନମନ୍ତ୍ରୀ ହାନ୍ ଡକ୍-ସୋ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ ଲୋକମାନଙ୍କୁ ନିରାପଦରେ ସ୍ଥାନାନ୍ତର କରିବା ଏବଂ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ର ତଥା ପରିବହନ ନେଟୱାର୍କ ଭଳି ପ୍ରମୁଖ ଭିତ୍ତିଭୂମି ସୁରକ୍ଷା ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking