28.1 C
Bhubaneswar
Sunday, September 8, 2024
Homeଖେଳପ୍ରଥମ ଦିନିକିଆରେ ସାଉଥ୍ ଆଫ୍ରିକା ବିଜୟୀ

ପ୍ରଥମ ଦିନିକିଆରେ ସାଉଥ୍ ଆଫ୍ରିକା ବିଜୟୀ

ଲକ୍ଷ୍ନୌ : ଚଳିତ ଭାରତ ବିପକ୍ଷ ଦିନିକିଆ ସିରିଜ୍‌କୁ ବିଜୟ ସହ ଆରମ୍ଭ କରିଛି ଭ୍ରମଣକାରୀ ସାଉଥ୍ ଆଫ୍ରିକା । ବର୍ଷା ପ୍ରଭାବିତ ଏହି ମ୍ୟାଚ୍‌ଟିକୁ ୪୦ ଓଭର୍‌କୁ ହ୍ରାସ କରାଯିବା ପରେ ପ୍ରଥମେ ବ୍ୟାଟିଂ ପାଇଥିବା ସାଉଥ୍ ଆଫ୍ରିକା ୪ ୱିକେଟ୍ ବିନିମୟରେ ୨୪୯ ରନ୍ କରିଥିଲା । ଏହାର ଜବାବରେ ଭାରତ ୮ଟି ୱିକେଟ୍ ବିନିମୟରେ ୨୪୦ ରନ୍ କରିବାକୁ ସକ୍ଷମ ହୋଇଥିଲା ।

ସାଉଥ୍ ଆଫ୍ରିକା ପାଇଁ ଦୁଇ ଓପନର ଜାନେମନ୍ ମାଲାନ୍ ଓ କ୍ୱିଣ୍ଟନ୍ ଡି’କକ୍ ୪୯ ରନ୍ ଯୋଡ଼ିଥିଲେ । ମାଲାନ୍ ୩ଟି ଚୌକା ସହ ୨୨ ରନ୍ କରିଥିବା ସମୟରେ ଶାର୍ଦ୍ଦୁଲ୍ ଠାକୁରଙ୍କ ବଲ୍‌ରେ ଆଉଟ୍ ହେବା ଫଳରେ ଭାରତକୁ ପ୍ରଥମ ସଫଳତା ମିଳିଥିଲା । ପରେ ଅଧିନାୟକ ଟେମ୍ବା ବାଭୁମା ଶାର୍ଦ୍ଦୁଲଙ୍କ ଦ୍ୱିତୀୟ ଶିକାର ବନିଥିଲେ । ଆଇଡେନ୍ ମାର୍କରାମ୍ ଚାଇନାମାନ୍ କୁଲଦୀପ ଯାଦବଙ୍କ ଶିକାର ବନିଥିବାବେଳେ ଡି’କକ୍ ୫ଟି ଚୌକା ସହ ୪୮ ରନ୍ କରି ରବି ବିଷ୍ଣୋଇଙ୍କ ଦିନିକିଆ କ୍ୟାରିୟର୍‌ର ପ୍ରଥମ ୱିକେଟ୍ ଭାବେ ବିଦାୟ ନେଇଥିଲେ । ଦଳ ୧୧୦ ରନ୍ ମଧ୍ୟରେ ପ୍ରଥମ ୪ଟି ୱିକେଟ୍ ହରାଇଥିଲେ ହେଁ ଅବଶିଷ୍ଟ ଓଭର୍ ହେନ୍‌ରିକ୍ କ୍ଲାସେନ୍ ଓ ଡେଭିଡ୍ ମିଲର୍ ଖେଳିଥିଲେ । ଉଭୟ ପଞ୍ଚମ ୱିକେଟ୍‌ରେ ଅବିଭାଜିତ ୧୩୯ ରନ୍ ଯୋଡ଼ିଥିଲେ । ଏଥିରେ ମିଲରଙ୍କ ଅବଦାନ ୭୫ ରନ୍‌ର ଥିଲା । ସେ ୬୩ଟି ବଲ୍ ଖେଳି ୫ଟି ଚୌକା ଓ ୩ଟି ଛକା ଜରିଆରେ ଏହି ରନ୍ କରିଥିଲେ । ଏହାଛଡ଼ା କ୍ଲାସେନ୍ ୬୫ଟି ବଲ୍‌ର ସମ୍ମୁଖୀନ ହୋଇ ୬ଟି ଚୌକା ଓ ୨ଟି ଛକା ଜରିଆରେ ୭୪ ରନ୍ କରିଥିଲେ । ଭାରତ ପକ୍ଷରୁ ଶାର୍ଦ୍ଦୁଲ୍ ୨ଟି ଏବଂ ବିଷ୍ଣୋଇ ଓ କୁଲଦୀପ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।

ବ୍ୟାଟିଂରେ ଦଳ ମନ୍ଥର ଗତିରେ ଇନିଂସ ଆରମ୍ଭ କରିଥିଲା । ଏଥିସହ ଦଳ କ୍ରମାଗତ ବ୍ୟବଧାନରେ ୱିକେଟ୍ ମଧ୍ୟ ହରାଇଥିଲା । ତେବେ ସଞ୍ଜୁ ସାମ୍‌ସନ୍ ଓ ଶ୍ରେୟସ୍ ଆୟର୍ ପଞ୍ଚମ ୱିକେଟ୍‌ରେ ୬୭ ରନ୍ ଯୋଡ଼ିବା ଫଳରେ ଦଳୀୟ ସ୍କୋର୍ ୧୦୦ ଟପିଥିଲା । ଶ୍ରେୟସ୍ ୮ଟି ଚୌକା ସହ ୫୦ ରନ୍ କରି ଆଉଟ୍ ହେବା ପରେ ଶାର୍ଦ୍ଦୁଲ୍ ୫ଟି ଚୌକା ସହ ୩୩ରନ୍ କରିଥିଲେ । ଏହାଛଡ଼ା ସେ ଷଷ୍ଠ ୱିକେଟ୍‌ରେ ସାମ୍‌ସନ୍‌ଙ୍କ ସାଥୀରେ ୯୩ ରନ୍‌ର ବଳିଷ୍ଠ ଭାଗୀଦାରୀ ମଧ୍ୟ କରିଥିଲେ । ସାମ୍‌ସନ୍ ୬୨ ବଲ୍‌ରେ ୯ଟି ଚୌକା ଓ ୩ଟି ଛକା ସହ ୮୫ ରନ୍ କରି ଅପରାଜିତ ଥିଲେ ହେଁ ସାଉଥ୍ ଆଫ୍ରିକା ତିନି ମ୍ୟାଚ୍‌ବ ବିଶିଷ୍ଟ ସିରିଜ୍‌ରେ ୧-୦ରେ ଅଗ୍ରଣୀ ହାସଲ କରିଥିଲା । ସାଉଥ୍ ଆଫ୍ରିକା ପକ୍ଷରୁ କାଗିସୋ ରବାଡା ଓ ଲୁଙ୍ଗି ଏନ୍‌ଗିଡି ୩ଟିଲେଖାଏଁ ୱିକେଟ୍ ନେଇଥିଲେ । ସିରିଜ୍‌ର ଦ୍ୱିତୀୟ ମ୍ୟାଚ୍‌ଟି ଆସନ୍ତା ୯ ତାରିଖରେ ରାଞ୍ଚିଠାରେ ଖେଳାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking