16.1 C
Bhubaneswar
Monday, February 9, 2026
Homeଓଡିଶାପୈତୃକ ଗାଁରେ ପହଞ୍ଚିଲା ସୌମ୍ୟାଶ୍ରୀଙ୍କ ମରଶରୀର

ପୈତୃକ ଗାଁରେ ପହଞ୍ଚିଲା ସୌମ୍ୟାଶ୍ରୀଙ୍କ ମରଶରୀର

ବାଲେଶ୍ୱର : ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ପୈତୃକ ଗାଁ ପଳାସିଆରେ ପହଞ୍ଚିଲା ମୃତ ସୌମ୍ୟାଶ୍ରୀଙ୍କ ମରଶରୀର । କାନ୍ଦବୋବାଳିରେ ଫାଟି ପଡୁଛି ପୁରା ପରିବେଶ । କିଛି ସମୟ ପରେ ହେବ ଅନ୍ତିମ ସଂସ୍କାର । ରୀତିନୀତି ଅନୁସାରେ ନିଜ ଜନ୍ମ ମାଟିରେ ଶେଷକୃତ୍ୟ ହେବ । ନ୍ୟାୟ ପାଇଁ ଗୁହାରି କରି ଶେଷରେ ହାରିଗଲେ ସୌମ୍ୟାଶ୍ରୀ। ଅଧ୍ୟାପକଙ୍କ ନିର‌୍ୟାତନା ସହି ନ ପାରି ଆତ୍ମାହୁତି ଉଦ୍ୟମ କରିଥିବା ବାଲେଶ୍ଵର ଏଫଏମ କଲେଜର ଛାତ୍ରୀ ସୌମ୍ୟାଶ୍ରୀ ବିଶି ଶେଷରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି। କଲେଜର ଅଧ୍ୟାପକ ସମୀର ସାହୁ ସୌମ୍ୟାଶ୍ରୀଙ୍କୁ ବାରବାର ନିର‌୍ୟାତନା ଦେଇ ଆସୁଥିଲେ। ଏ ନେଇ ସେ ବିଭିନ୍ନ ମହଲରେ ଅଭିଯୋଗ କରିଥିଲେ। ପୁଲିସଠାରୁ ଆରମ୍ଭ କରି କଲେଜ ଅଧ୍ୟକ୍ଷ, ସମସ୍ତଙ୍କୁ ଗୁହାରି କରିଥିଲେ। ହେଲେ ଶେଷରେ ନିରାଶ ହେବାକୁ ପଡ଼ିଥିଲା। ଯେଉଁ କାରଣରୁ ସେ କଲେଜରେ ପେଟ୍ରୋଲ ଢାଳି ନିଜ ଦେହରେ ନିଆଁ ଲଗାଇ ଆତ୍ମାହୁତି ଦେବାକୁ ଉଦ୍ୟମ କରିଥିଲେ।

ସୌମ୍ୟାଶ୍ରୀଙ୍କ ମୃତ୍ୟୁ ପରେ ତାଙ୍କୁ ଝୁରୁଛି ଗାଁ

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking