14.1 C
Bhubaneswar
Monday, January 12, 2026
Homeଓଡିଶାମା’ର ମୃତ୍ୟୁ ପରେ ଟଳିପଡିଲା ପୁଅ

ମା’ର ମୃତ୍ୟୁ ପରେ ଟଳିପଡିଲା ପୁଅ

ଜୟପୁର: ଏମିତି ବି ଆସେ ମୃତ୍ୟୁ। ମା’ଙ୍କ ମୃତ୍ୟୁ ଖବର ଶୁଣି  ସହିନପାରି ଟଳିପଡିଲା ପୁଅ। ମାଙ୍କ ମୃତଦେହକୁ କୋଳରେ ଧରି  ପୁଅର ମୃତ୍ୟୁ ହୋଇଛି । ଜୟପୁରର ସୁନାରୀ  ସାହିରେ ଏଭଳି ଦୁଃଖଦ ଘଟଣା ଘଟିଛି । ସବୁ ଦିନ ପରି ସକାଳୁ ବିଲକୁ ଯାଇ ଫେରିବା ପରେ  ମାଙ୍କୁ  ଡାକିଥିଲା ପୁଅ । କିନ୍ତୁ ପୁଅ ରବିର ଡାକ  ମା ନ ଶୁଣିବାରୁ ତାଙ୍କ  ପାଖକୁ ଯାଇ ଉଠାଇଥିଲା।  ମାଆ ନଉଠିବାରୁ ସାହି ପଡୋଶୀଙ୍କୁ  ଡାକିଥିଲା। ପଡୋଶୀ ପହଞ୍ଚି ପୁଅକୁ କହିଥିଲେ । ମା ଆଉ ନାହିଁ । ମା ର ମୃତ୍ୟୁ ଖବର ଶୁଣି ମାକୁ କୋଳରେ ଧରି  କାନ୍ଦିବାକୁ ଲାଗିଲା ପୁଅ। କିଛି ସମୟ ପରେ  ପୁଅ ମଧ୍ୟ କାନ୍ଦି କାନ୍ଦି  ସେଠାରେ ଟଳିପଡିଥିଲେ । ହୃଦଘାତରେ ପୁଅର ମୃତ୍ୟୁ ହୋଇଥିବା ନେଇ ଆଶଙ୍କା କରାଯାଉଛି । ତେବେ ଏହି ଘଟଣାକୁ ନେଇ  ଅଞ୍ଚଳରେ  ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking