16.1 C
Bhubaneswar
Saturday, January 11, 2025
Homeଦେଶ ବିଦେଶସୋମାଲିଆରେ ଦୁର୍ଭିକ୍ଷ ଯୋଗୁଁ ଭୟଙ୍କର ସ୍ଥିତି

ସୋମାଲିଆରେ ଦୁର୍ଭିକ୍ଷ ଯୋଗୁଁ ଭୟଙ୍କର ସ୍ଥିତି

ନୂଆଦିଲ୍ଲୀ : ସୋମାଲିଆରେ ପଞ୍ଚମ ଥର ପାଇଁ ଭୟଙ୍କର ଦୁର୍ଭିକ୍ଷ। ଲକ୍ଷାଧିକ ଲୋକ ଅନାହାରର ଚରମ ସ୍ତରକୁ ସାମନା କରୁଛନ୍ତି। ବିଶେଷ ଭାବରେ ଛୋଟ ଶିଶୁମାନେ ଏଥିରେ ପ୍ରଭାବିତ ହୋଇଛନ୍ତି। ଗର୍ଭବତୀ ମହିଳା ଓ ୫ ବର୍ଷରୁ କମ୍ ପିଲାଙ୍କର ସ୍ଥିତି ଖୁବ୍ ଗମ୍ଭୀର ରହିଛି। ହର୍ନ ଅଫ୍ ଆଫ୍ରିକା ନାମରେ ପରିଚିତ ସୋମାଲିଆର ଲକ୍ଷାଧିକ ଲୋକେ ଏବେ ଅନାହରରେ ପୀଡିତ ଅଛନ୍ତି। ଜାତିସଂଘର ମାନବାଧିକାର କାର‌୍ୟ୍ୟାଳୟର ମୁଖ୍ୟ ଏହାକୁ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି। ମଙ୍ଗଳବାର(ୟୁନାଇଟେଡ୍ ନେସନ୍ ଚିଲଡ୍ରେନ୍ ଏଜେନ୍ସି) ୟୁନିସେଫ୍ର ସୂଚନା ଅନୁସାରେ, ସୋମାଲିଆର ନ୍ୟୁଟ୍ରିସନ୍ ସେଣ୍ଟରରେ ଅପପୁଷ୍ଟି ଯୋଗୁଁ ୭୩୦ ଜଣ ଶିଶୁଙ୍କର ମୃତ୍ୟୁ ହୋଇଛି। ସୋମବାର ଜାତିସଂଘ ସୋମାଲିଆର ସ୍ଥିତିକୁ ନୋଇ ଚିନ୍ତା ପ୍ରକାଶ କରିଛନ୍ତି। ସୋମାଲିଆରୁ ପ୍ରତିନିଧିତ୍ବ କରୁଥିବା ଓ୍ବାଫା ସୟିଦ କହିଛନ୍ତି, ପୁଷ୍ଟିହୀନତା ଏକ ଅଦୃଶ୍ୟ ସ୍ତରରେ ପହଞ୍ଚିଛି। ଚଳିତ ବର୍ଷ ଜାନୁଆରୀରୁ ନେଇ ଜୁଲାଇ ପର୍ଯ୍ୟନ୍ତ ମୋଟ ୭୩୦ ଜଣ ଶିଶୁଙ୍କର ମୃତ୍ୟୁ ହୋଇସାରିଛି। ସେ ମୋଗାଦିଶୁର ଏକ ଭିଡିଓ-ଲିଙ୍କ୍ ମାଧ୍ୟମରେ ଜେନେଭାରେ ସାମ୍ବାଦିକମାନଙ୍କୁ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଆଡମିଶନ, ଆରୋଗ୍ୟ ଏବଂ ଡିସଚାର୍ଜ ହୋଇଥିବା ପିଲାମାନଙ୍କ ମଧ୍ୟରୁ ଏହା ପ୍ରତିଶତରୁ କମ୍ ଅଟେ। କିନ୍ତୁ ଆମେ ମଧ୍ୟ ଅନୁଭବ କରୁଛୁ ଯେ ଏହି ସଂଖ୍ୟା ଅଧିକ ହୋଇପାରେ, କାରଣ ଅନେକ ଶିଶୁଙ୍କ ମୃତ୍ୟୁ ଖବର ରିପୋର୍ଟ ଭିତରେ ମଧ୍ୟ ନଥାଏ।”

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking