ମୟୁରଭଞ୍ଜ (ଘାସିରାମ ବେହେରା) ବ୍ୟାଙ୍କ ପକ୍ଷରୁ ସାମାଜିକ ଦୂରତା ପାଳନ ପ୍ରତି ଗୁରୁତ୍ୱ ଦେବା ବଦଳରେ ବେଖାତିର କାରାଯାଉଥିବା ଭଳି ସଙ୍ଗୀନ ଅଭିଯୋଗକୁ ନେଇ ଯୋର ଧରିଛି ଚର୍ଚ୍ଚା। ତେବେ ବିଶ୍ୱ ମହାମାରୀର ରୂପ ନେଇଥିବା କରୋନା ଭାଇରସ ସଂକ୍ରମଣ ରୋକିବା ପାଇଁ ସାମାଜିକ ଦୂରତା ପାଳନକୁ ବାଧ୍ୟତାମୂଳକ ଘୋଷଣା କରିଛନ୍ତି ସରକାର। ହେଲେ ସରକାରଙ୍କ ନିର୍ଦ୍ଦେଶକୁ ଖାତିର କରୁନାହାନ୍ତି ସରକାରୀ ନିୟନ୍ତ୍ରଣରେ ଥିବା ଖୋଦ ବ୍ୟାଙ୍କ କର୍ମଚାରୀ। ଅଭିଯୋଗ କଲେ ଆମେ କଣ କରିବୁ କହି ଏଡ଼ାଇ ଯାଉଛନ୍ତି ତୋ ପୁଣି କେତେବେଳେ ସରକାରୀ କାମରେ ବାଧା ସୃଷ୍ଟି କରିବା କଥା କହି ପୋଲିସର ଧମକ ଦେଇ ଆତ୍ମରକ୍ଷା କରୁଥିବା ଆଲୋଚନା ହେଉଛି। ଅନ୍ୟପଟେ ପୋଲିସ ବାହିନୀ ସଜାଗ ଏବଂ ସତର୍କତାର ସହ ସଂକ୍ରମଣ ରୋକିବା ପାଇଁ ଜନଗହଳି ଅଟକାଇବା ଦିଗରେ ପଦକ୍ଷେପ ନେବାକୁ ଯାଇ ଆବଶ୍ୟକସ୍ଥଳେ ଲାଠି ପ୍ରହାର କରିବାକୁ ପଛାଉ ନାହିଁ। କିନ୍ତୁ କ୍ଷେତ୍ର ବିଶେଷରେ ସାଧାରଣ ଧନଜୀବନ ସୁରକ୍ଷାକୁ ଗୁରୁତ୍ୱ ଦେଇ କଠୋର ପଦକ୍ଷେପ ନେବାକୁ ବାଧ୍ୟ ହେଉଛି ପୋଲିସ। ଯୋଉଥିପାଇଁ ଅନେକାଂଶରେ ଆଶାନୁରୂପକ ଭାବେ କାୟାବିସ୍ତାର କରି ପାରିନି କରୋନା। ଯାହା ସମାୟାନୁଭିତ୍ତିକ ପଦକ୍ଷେପ ଯୋଗୁଁ ସମ୍ଭବ ହେଉଥିବାରୁ ପୋଲିସ ବିଭାଗର କାର୍ଯ୍ୟ ବେଶ ପ୍ରସଂଶାଯୋଗ୍ୟ। ହେଲେ ସାମାଜିକ ଦୂରତା ପାଳନକୁ ଇଚ୍ଛାକୃତ ଭାବେ ବେଖାତିର କରି ସାଧାରଣରେ ସମାଲୋଚିତ ହେଉଛି ମୟୁରଭଞ ଜିଲ୍ଲା ସାରସକଣା ଠାରେ ଥିବା ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଶାଖା କତ୍ତୃପକ୍ଷ। ସବୁ ଆଖି ସାମ୍ନାରେ ଚାଲିଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ହେଉକି ପୋଲିସ ପ୍ରଶାସନ ଜାଣି ଅଜଣା କାହିଁକି ବୋଲି ପ୍ରଶ୍ନ ହେଉଛି। ତେବେ ଆଜି ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ, ସାରସକଣା ଶାଖା ସମୁଖରେ ପ୍ରବଳଗହଳି ଲାଗିଥିବା ସହିତ ସାମାଜିକ ଦୂରତା ପାଳନ କରାଯାଇ ନ ଥିବା ଦେଖିବାକୁ ମିଳିଛି । ଘାତକ ସାଜିଥିବା କରୋନା ଭାଇରସର ଭୟାବହତା ସମ୍ପର୍କରେ ସମ୍ପୃକ୍ତ ବ୍ୟାଙ୍କକର୍ମଚାରୀ ବାସ୍ତବରେ ସଚେତନ କି ନା, ଯଦି ସଚେତନ ତେବେ ବ୍ୟାଙ୍କକୁ ଆସିଥିବା ହିତାଧିକାରୀଙ୍କୁ ସାମାଜିକ ଦୂରତା ପାଳନ କରିବାକୁ ପରାମର୍ଶ ଦେଇ ପ୍ରକାରାନ୍ତରେ ବାଧ୍ୟ ନ କରି ନୀରିହ ଲୋକଙ୍କୁ ବିପଦ ମୁହାଁ କରିବା ପଛରେ କଣ ରହିଛି ସ୍ୱାର୍ଥ ବୋଲି ଚର୍ଚ୍ଚା ଜୋର ଧରି ସମ୍ପୃକ୍ତ ବ୍ୟାଙ୍କ କର୍ମଚାରୀମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଜରାଯିବା ଉଚିତ ବୋଲି ଦାବି ହେଉଛି। ଏବାବଦରେ ବ୍ୟାଙ୍କ କତ୍ତୃପକ୍ଷଙ୍କୁ ପଚାରିବାରୁ ବ୍ୟାଙ୍କର ମ୍ୟାନେଜର ଓ କ୍ୟାସିୟର ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧିଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ ସହିତ ପୋଲିସ ଧମକ ଦେଇ ବ୍ୟାଙ୍କରୁ ତଡିଦେଇଥିଲେ । ସାରସକଣା ଓଡିଶା ଗ୍ରାମ୍ୟ ବ୍ୟାଙ୍କ କୋଭିଡ଼-୧୯ର ମୁକାବିଲା ନିମନ୍ତେ ଜାରୀ ସରକାରୀ ମାର୍ଗଦର୍ଶୀକାକୁ ବେଖାତିର କରି ଭିଡ଼କୁ ସୁଯୋଗ ଦେଇଥିବା ଭଳି ଗୁରୁତ୍ତର ଅଭିଯୋଗ ହେଉଛି । ତେବେ କରୋନା ସଂକ୍ରମଣ ପ୍ରଭାବକୁ ନିୟନ୍ତ୍ରଣ କରିବାକୁ କଠୋର ଆଭିମୁଖ୍ୟ ଗ୍ରହଣ କରୁଥିବା ଜିଲ୍ଲାପାଳ ଓ ଏସପି ମୟୁରଭଞ୍ଜ ଜନସ୍ୱାର୍ଥକୁ ଦୃଷ୍ଟିରେ ରଖି କିପ୍ରକାର କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ଦେଖିବାକୁ ବାକି ରହିଲା।