17.1 C
Bhubaneswar
Saturday, December 28, 2024
Homeଓଡିଶାଓପିଡି ପକ୍ଷରୁ ଆନ୍ଧ୍ରମନ୍ତ୍ରୀଙ୍କ ନାମରେ ଏତଲା

ଓପିଡି ପକ୍ଷରୁ ଆନ୍ଧ୍ରମନ୍ତ୍ରୀଙ୍କ ନାମରେ ଏତଲା

ଢେଙ୍କାନାଳ : ଆନ୍ଧ୍ର ଓଡିଶା ସୀମାରେ ଓଡିଶାର ଗଙ୍ଗାମାଳ ଅଙ୍ଗନୱାଡି କେନ୍ଦ୍ରକୁ ଜବରଦସ୍ତ ଭାଙ୍ଗିଦେବା ପାଇଁ ଧମକ ଦେବା, କାର୍ଯ୍ୟରତ ଓଡିଆ କର୍ମଚାରୀଙ୍କୁ ହତ୍ୟା ଧମକ ଦେବା ଆଦି ଘଟଣାରେ ଓଡିଶା ପ୍ରଗତି ଦଳ ତରଫରୁ ଟାଉନ୍ ଥାନାରେ ଏକ ଏତଲା ରୁଜୁ କରାଯାଇଛି । ମିଳିଥିବା ସୁଚନା ମୁତାବକ, ଓଡିଶା ପ୍ରଗତି ଦଳର ରାଜ୍ୟ କାର୍ଯ୍ୟକାରୀ ସଭାପତି ଗିରିଜା ପ୍ରସାଦ ମହାନ୍ତିଙ୍କ ନେତୃତ୍ୱରେ ଢେଙ୍କାନାଳ ଟାଉନ୍ ଥାନାରେ ଆନ୍ଧ୍ରମନ୍ତ୍ରୀ ଅପାଲ୍ ରାଜୁଙ୍କ ନାମରେ ଏତଲା ରୁଜୁ କରିଛନ୍ତି । କିଛିଦିନ ତଳେ ଆନ୍ଧ୍ର ଓଡିଶା ସୀମାରେ ଓଡିଶାର ଗଙ୍ଗାମାଳ ଅଙ୍ଗନୱାଡି କେନ୍ଦ୍ରକୁ ଜବରଦସ୍ତ ଭାଙ୍ଗିଦେବା ଓ ସେଠାରେ କାମ କରୁଥିବା ଓଡିଆ କର୍ମଚାରୀଙ୍କୁ ମଧ୍ୟ ହତ୍ୟା ଧମକ ଦେଇଥିଲେ । ଉକ୍ତ ଅଚଂଳରେ ଲାଗୁ କରାଯାଇଥିବା ୧୪୪ ଧାରାକୁ ଭଙ୍ଗ କରିବା ଆଦି ବେଆଇନ୍ ତଥା ଅଗଣତାନ୍ତ୍ରିକ ଉପାୟ ଅବଲମ୍ବନ କରିଥିଲେ ଆନ୍ଧ୍ରମନ୍ତ୍ରୀ ।

ଏନେଇ ଯେଉଁ ବୃଥା ଅପଚେଷ୍ଟା କରିଥିଲେ, ସେଥିପାଇଁ ଓଡିଶା ପ୍ରଗତି ଦଳ ତରଫରୁ ଦୃଢ ନିନ୍ଦା କରିବା ସହ ଆନ୍ଧ୍ରମନ୍ତ୍ରୀଙ୍କ ନାମରେ ଫୌଜଦାରୀ ମୋକଦ୍ଦମା ରୁଜୁ କରାଯାଇଛି । ଶତାଧିକ କର୍ମୀଙ୍କ ସମେତ ଟାଉନ୍ ଥାନାରେ ହାଜର ହୋଇ ଏତଲା ଦେବା ସହ ଗଣମାଧ୍ୟମ ଜରିଆରେ ଆନ୍ଧ୍ର ସରକାରଙ୍କୁ ଚେତାବନୀ ମଧ୍ୟ ଦେଇଥିଲେ । ତେବେ ଆଗାମୀ ଦିନରେ ବେଆଇନ୍ ତଥା ଗଣତନ୍ତ୍ର ବିରୋଧି କାର୍ଯ୍ୟକଲେ ଓଡିଶା ପ୍ରଗତି ଦଳର ୫ଲକ୍ଷ କର୍ମୀ ଏକତ୍ରିତ ହୋଇ ଆନ୍ଧ୍ର ବିଧାନସଭା ଘେରାଉ କରାଯିବ ବୋଲି କହିଥିଲେ । ଉକ୍ତ ମାମଲା ରୁଜୁ ସମୟରେ ଜିଲ୍ଲା ସଭାପତି ପ୍ରତାପ ପଣ୍ଡା, ସଂଧ୍ୟାରାଣୀ ଶତପଥୀ, ଶୁଭଶ୍ରୀ ମହାପାତ୍ର, ସନ୍ତୋଷ ସାହୁ, ଡାର୍ଲିନ୍ ଡାଲ୍‌ଟନ୍‌, ଶୁଭେନ୍ଦୁ ଶତପଥୀ, ବୈକୁଣ୍ଠନାଥ ଦ୍ୱିବେଦୀ ଆଦି ବହୁକର୍ମୀ ଉପସ୍ଥିତ ଥିଲେ । ଏଥିସହ ଖୁବ୍ ଶୀଘ୍ର ଏକ ଟିମ୍ ଗଜପତି ଜିଲ୍ଲା ଗସ୍ତ କରି ଗଙ୍ଗାମାଳ ଅଙ୍ଗନୱାଡି କେନ୍ଦ୍ର ପରିଦର୍ଶନ କରିବା ସହିତ ଗଜପତି ଜିଲ୍ଲାପାଳଙ୍କ ସାଙ୍ଗରେ ଓଡିଶା ସୀମା ସୁରକ୍ଷା ନେଇ ଆଲୋଚନା କରାଯିବ ବୋଲି ରାଜ୍ୟ ସଂପାଦକ ନୁରୁଲ୍ ଇସ୍‌ଲାମ୍ ପ୍ରେସ୍ ରିଲିଜ୍‌ରେ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking