18.1 C
Bhubaneswar
Saturday, November 23, 2024
Homeଓଡିଶାଭୋଜି ଖାଦ୍ୟରୁ ବାହାରିଲା ବିଷଧର ସାପ

ଭୋଜି ଖାଦ୍ୟରୁ ବାହାରିଲା ବିଷଧର ସାପ

ପଟ୍ଟାମୁଣ୍ଡାଇ : ଭୋଜି ଖାଦ୍ୟରୁ ବାହାରିଲା ମଲା ବିଷଧର ସାପ। ଏପରି ଆଶ୍ଚଯ୍ୟ ଜନକ ଘଟଣା ଘଟିଛି ପଟ୍ଟାମୁଣ୍ଡାଇ ବ୍ଲକ ଚନ୍ଦନନଗର ଦେଉଳି ଗ୍ରାମରେ। ସେହି ଗ୍ରାମର ଏସଏଚଜି ଗ୍ରୁପର ମହିଳାମାନେ ନିକଟସ୍ଥ ଠାକୁରାଣୀ ପୀଠରେ ଆଜି ଭୋଜି କରୁଥିଲେ କିନ୍ତୁ ଏହି ରନ୍ଧା ଖାଦ୍ୟରେ କିପରି ଏକ ସାପ ପଡିଲା ତାହା କେହି ଜାଣିପାରିନଥିଲେ । ତେବେ ଖାଇବା ସମୟରେ ଖାଦ୍ୟ ଭିତରୁ ପ୍ରାୟ ଏକ ଫୁଟରୁଅଧିକ ଲମ୍ବ ବିଶିଷ୍ଟ ଚିତିସାପ ଦେଖିଥିଲେ । ସେତେବେଳକୁ ବହୁ ଲୋକ ଖାଇ ସାରିଥିଲେ । ଏହି ଖବର ଜାଣିବାପରେ ସେହି ଖାଦ୍ୟ ଖାଇଥିବା ଲୋକ ଏବଂ ଗ୍ରାମବାସୀ ଭୟଭୀତ ହୋଇଯାଇଥିଲେ। ଭୋଜି ଖାଇଥିବା ୫୦ରୁ ଊର୍ଦ୍ଧ୍ୱ ଲୋକ ଅସୁସ୍ଥତା ଅନୁଭବ କରିବାରୁ ସେମାନଙ୍କୁ ପଟ୍ଟାମୁଣ୍ଡାଇ ଡାକ୍ତରଖାନାରେ ଚିକତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ପ୍ରାରମ୍ଭିକ ପର‌୍ୟ୍ୟାୟରେ ସେମାନଙ୍କର ECG  ଓ ବ୍ଲଡ଼ ଟେଷ୍ଟ କରାଯାଇଥିବା ବେଳେ ସେମାନେ ବିପଦମୁକ୍ତ ଥିବା କହିଛନ୍ତି ଡାକ୍ତର।ହେଲେ ଏଥିରେ କେହି ଗୁରୁତର ଭାବେ ଅସୁସ୍ଥ ହୋଇ ନ ଥିବା ଜଣାପଡିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking