ଉତ୍ତରାଖଣ୍ଡ: ଉତ୍ତରାଖଣ୍ଡରୁ କେରଳ ଯାଏଁ ପ୍ରବଳ ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ବନ୍ୟା ଓ ଭୂସ୍ଖଳନ ଯୋଗୁଁ ଅନେକ ଲୋକଙ୍କ ଜୀବନ ପ୍ରତି ବିପଦ ରହିଛି। ରାଜ୍ୟରେ ୨ ଦିନ ହେଲା ଲଗାତାର ବର୍ଷା ହେଉଛି। ବର୍ଷାରେ ଏବେ ସୁଦ୍ଧା ୧୬ ଜଣଙ୍କ ମୃତ୍ୟୁ ହେଲାଣି। ସୋମବାର ସନ୍ଧ୍ୟାରେ ହାଇୱେ ନିକଟରେ ଲାମବଗଡ ନାଳରେ ଫସି ରହିଥିବା ଏକ କାରକୁ କ୍ରେନ ସାହାଯ୍ୟରେ ବାହାର କରାଯାଇଥିଲା। କାରରେ ଯାତ୍ରୀ ଥିଲେ। ଭୂସ୍ଖଳନ ଯୋଗୁଁ କାର ନାଳରେ ଫସି ଯାଇଥିଲା। ଉତ୍ତରାଖଣ୍ଡ ଚମ୍ପାବତରେ ଚଲ୍ଥି ନଦୀରେ ପାଣିର ପ୍ରଖର ସ୍ରୋତ ଯୋଗୁଁ ନିର୍ମାଣାଧୀନ ପୋଲ ଭାସି ଯାଇଛି। ରାଜ୍ୟରେ ୩ ଦିନ ହେଲା ପ୍ରବଳ ବର୍ଷା ଜାରି ରହିଛି। ଉତ୍ତରାଖଣ୍ଡ ସରକାର ପାଗ ଠିକ ହେବା ଯାଏଁ ଚାର ଧାମ ଯାତ୍ରା ବନ୍ଦ କରିଦେଇଛନ୍ତି। ହିମାଳୟରେ ମନ୍ଦିର ଆଡକୁ ଯାଉଥିବା ଯାନବାହାନ ଅଟକାଇ ଦିଆଯାଇଛି।
ନୈନିତାଲ ରାମଗଡ଼ ଗାଁରେ ବଦଳ ଫାଟିଥିବାବେଳେ ନୈନିତାଲ ହ୍ରଦରେ ଜଳ ସ୍ଥର ବୃଦ୍ଧି ପାଇଛି। ହ୍ରଦ ପାଣି ରାସ୍ତା ଉପରକୁ ମାଡି ଆସିଛି ଓ ଘରମାନଙ୍କରେ ପଶିଯାଇଛି।କେରଳରେ ମଧ୍ୟ ବର୍ଷା ବିତ୍ପାତ ଦେଖିବାକୁ ମିଳିଛି। ଏଠାରେ ଅକ୍ଟୋବର ୧୨ ରୁ ୧୮ ତାରିଖ ମଧ୍ୟରେ ହୋଇଥିବା ବନ୍ୟା ଓ ଭୂସ୍ଖଳନରେ ୩୮ ଜଣଙ୍କ ମୃତ୍ୟୁ ହୋଇଛି ଓ ୯୦ ଘର ସମ୍ପୂର୍ଣ କ୍ଷତିଗ୍ରସ୍ତ ହୋଇଯାଇଛି। ୭୦୨ ଘର କ୍ଷତି ହୋଇଛି। ବର୍ଷା ଓ ବନ୍ୟା ଯୋଗୁଁ ଅନେକ ଲୋକ ଘର ହରାଇ ଅସହାୟ ହୋଇଯାଇଛନ୍ତି। ଡ୍ୟାମର ଜଳ ସ୍ଥର ବଢ଼ିବାରୁ ମଙ୍ଗଳବାର ସକାଳ ୬ଟା ରେ ଏର୍ଣ୍ଣାକୁଲମ ଜିଲ୍ଲାରେ ଇଦାମଲୟାର ଡ୍ୟାମର ଦୁଇଟି ଗେଟ ଖୋଲି ଦିଆଯାଇଛି।