କରାଚୀ : ପାକିସ୍ତାନଠାରେ ୧୭ ଭାରତୀୟ ମାଛଧରାଳୀମାନେ ବେଆଇନ ଭାବରେ ଜଳକ୍ଷେତ୍ରରେ ପ୍ରବେଶ କରିଥିବାରୁ ସେମାନଙ୍କୁ ଗିରଫ କରାଯାଇଛିି ଓ ସେମାନଙ୍କ ନୌକାକ ଜବତ କରାଯାଇଛି । ପାକିସ୍ତାନୀ ସମୁଦ୍ରୀ ସୁରକ୍ଷା ଏଜେନ୍ସି ର ଜଣେ ପ୍ରବକ୍ତା କହିଛନ୍ତିଯେ, ମାଛଧରାଳୀ ମାନଙ୍କୁ ଶୁକ୍ରବାର ଦିନ ଗିରଫ କରାଯାଇଥିଲା ଓ ଶନିବାର ଦିନ ନ୍ୟାୟିକ ମାଜିଷ୍ଟ୍ରେଟଙ୍କ ପାଖକୁ ନିଆଯାଇଥିଲା । ଏହାପରେ ପୋଲିସକୁ ହସ୍ତାନ୍ତର କରାଯାଇଛି ।
ଅଧିକାରୀ କହିଛନ୍ତିଯେ, ଭାରତୀୟ ମାଛଧରାଳୀ ମାନଙ୍କୁ ପୁର୍ବରୁ ଚେତାବନୀ ଦିଆଯାଇଥିଲା ଯେ, ସେମାନେ ପାକିସ୍ତାନର ଜଳକ୍ଷେତ୍ରରେ ଅଛନ୍ତି ଓ ସେମାନଙ୍କୁ ଦୂରକୁ ଚାଲିଯିବା ଦରକାର କିନ୍ତୁ ସେମାନେ ଚେତାବନୀ ଶୁଣିନଥିଲେ । ପ୍ରବକ୍ତା କହିଛନ୍ତିଯେ, ମାଛଧରାଳୀ ମାନଙ୍କୁ ଗିରଫ କରିବା ପାଇଁ ଅଧିକ ଗତିଶୀଳ ନୌକାର ବ୍ୟବହାର କରାଯାଇଥିଲା ।
ସୂଚନାଯୋଗ୍ୟଯେ, ପାକିସ୍ତାନ ଓ ଭାରତ ଉଭୟ ଦେଶ । ସବୁବେଳେ ମାଛଧରାଳୀ ମାନଙ୍କୁୁ ଗିରଫ କରିଥାନ୍ତି । କାରଣ ଆରବ ସାଗରରେ ସମୁଦ୍ରୀ ସୀମା ର କୌଣସି ସୀମା ସ୍ପଷ୍ଟ ହୋଇନାହିଁ । ଏଥିପାଇଁ ମାଛଧରାଳୀ ମାନଙ୍କୁ ସେମାନଙ୍କ ସଠିକ ସ୍ଥାନ ଜଣା ପଡିନଥାଏ ।