27.1 C
Bhubaneswar
Thursday, April 25, 2024
Homeବ୍ରେକୀଙ୍ଗ‘ଦିଦି ବନାମ ଦାଦା’

‘ଦିଦି ବନାମ ଦାଦା’

ପଶ୍ଚିମବଙ୍ଗ : ପଶ୍ଚିମବଙ୍ଗ ନିର୍ବାଚନରେ ସବୁଠାରୁ ଅଧିକ ଚର୍ଚ୍ଚା ହେଉଥିବା ବିଧାନସଭା ସିଟ ହେଉଛି ନନ୍ଦୀଗ୍ରାମ । କୁହାଯାଏ ଯେ, ନନ୍ଦୀଗ୍ରାମ ଅନ୍ଦୋଳନରୁ ହିଁ ମମତା ବାନାର୍ଜୀ ନିଜର ରାଜନିତୀ ଭୂମି ପ୍ରସ୍ତୁତ କରିଥିଲେ । କିନ୍ତୁ ଏବେ ପାଗ ବଦଳି ସାରିଛି । କାରଣ ସେହି ଆନ୍ଦୋଳନର କର୍ତ୍ତାଧର୍ତ୍ତା ଓ ମମତା ବାନାର୍ଜୀଙ୍କ ପାଖ ନେତା ଶୁଭେନ୍ଦୁ ଅଧିକାରୀ ଏବେ ଦିଦିଙ୍କ ହାତ ଛାଡି ସାରିଛିନ୍ତି ।

ଅନ୍ୟପଟେ ଯେଉଁଠି ଟିଏମସି ଓ ଲେଫ୍ଟର ଲଢେଇ ହେବାକୁ ଥିଲା । ଏବେ ଏହା ‘ଦିଦି ବନାମ ଦାଦା’ ରେ ପରିଣତ ହୋଇସାରିଛି ।
ଏହା ପୁର୍ବରୁ ଜାଣିବା କ’ଣ ଥିଲା ନନ୍ଦୀଗ୍ରାମ ଅନ୍ଦୋଳନ ବିଷୟରେ । ନନ୍ଦୀଗ୍ରାମ ଯେଉଁଠି ୨୦୦୭ରେ ଭୁମି ଅଧିଗ୍ରହଣ ବିରୁଦ୍ଧରେ ହୋଇଥିବା ଆନ୍ଦୋଳରେ ୧୪ ଜଣ କୃଷକଙ୍କ ମୃତ୍ୟୁ ହୋଇଥିଲା । ବା ୧୪ ଜଣ କୃଷକ ତାଙ୍କ ଜୀବନ ଦେଇଥିଲେ ।

ତେବେ ୨୦୦୭ରେ ପଶ୍ଚିମବଙ୍ଗରେ ଯେତେବେଳେ ବାମପନ୍ଥୀ ମାନଙ୍କ ସରକାର ଥିଲା ସେତେବେଳେ ନନ୍ଦୀଗ୍ରାମରେ ୧୦ ଏକର ଜମି ଉପରେ କେମିକାଲ ହବ୍ ବନାଇବା ପାଇଁ ଏକ ଇଣ୍ଡୋନେସିଆ କମ୍ପାନୀକୁ କଂଟ୍ରାକ୍ଟ ଦିଆଯାଇଥିଲା ଓ ଏଥିରେ କୃଷକଙ୍କ ଜମିକୁ ଜବରଦସ୍ତି ଅଧିଗ୍ରହଣ କରାଯାଇଥିଲା । ଏହାପରେ ଏହି ନନ୍ଦୀଗ୍ରାମରେ ଭୂମି ଉଚ୍ଛେଦ ପ୍ରତିରୋଧ ସମିତିର ଗଠନ ହୋଇଥିଲା । ଏଥିରେ ଗ୍ରାମବାସୀ ଓ କୃଷକମାନେ ମିଶି ରାଜ୍ୟ ସରକାର ବିରୁଦ୍ଧରେ ମୋର୍ଚ୍ଚା ଆରମ୍ଭ କରିଥିଲେ । । ଏଥିରେ ମମତା ବାନାର୍ଜୀ ମଧ୍ୟ ସାମିଲ ହୋଇଥିଲେ ଓ ତାଙ୍କର ମୁଖ୍ୟମନ୍ତ୍ରୀ ହେବାର ରାସ୍ତା ସହଜ ହୋଇଗଲା ।

ଏହି ଘଟଣା ପରେ ତତ୍‌କାଳୀନ ସରକାର ବୁଦ୍ଧଦେବ ଭଟାଚାର୍ଯ୍ୟଙ୍କ ବିରୁଦ୍ଧରେ ମମତା ଆନ୍ଦୋଳନ ଆରମ୍ଭ କରିଥିଲେ ଏହି ଆନ୍ଦୋଳନର ସମସ୍ତ କର୍ତ୍ତାଧର୍ତ୍ତା ଥିଲେ ଶୁଭେନ୍ଦୁ ଅଧିକାରୀ ।

ଏବେ ଶୁଭେନ୍ଦୁ ଅଧିକାରୀ ମମତା ବାନାର୍ଜୀଙ୍କ ଦଳରୁ ବାହାରି ବଜେପିରେ ହାତ ମିଶାଇ ସାରିଛନ୍ତି ।
ମୁଖ୍ୟମନ୍ତ୍ରୀ ହେବା ପରେ ମମତା ବାନାର୍ଜୀ ନନ୍ଦୀ ଗ୍ରାମବାସୀଙ୍କର କୌଣସି ଧ୍ୟାନ ରଖିନଥିଲେ କିନ୍ତୁ ଶୁଭେନ୍ଦୁ ଅଧିକାରୀ ଗ୍ରାମବାସୀଙ୍କ ସୁବିଧା ଅସୁବିଧାରେ ଛିଡା ହୋଇଥିଲେ ଓ ୨୦୧୬ରେ ନନ୍ଦୀଗ୍ରାମରୁ ନିର୍ବାଚନ ଜିତିଥିଲେ  ।

ତେବେ ଏହି ୨୦୨୧ ବିଧାନସଭା ନିର୍ବାଚନରେ ମମତା ବାନାର୍ଜୀ ନନ୍ଦୀଗ୍ରାମରୁ ନିର୍ବାଚନ ଲଢିବେ ଓ କୁହାଯାଉଛି ତାଙ୍କ ଟକ୍କର ବିଜେପିର ଶୁଭେନ୍ଦୁ ଅଧିକାରୀଙ୍କ ସହ ହୋଇପାରେ ତେଣୁ ନନ୍ଦୀଗ୍ରାମ ବାସୀ କାହାକୁ ବାଛିବେ । ତାହା ଦେଖିବାକୁ ବାକି ରହିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking