29.1 C
Bhubaneswar
Monday, July 1, 2024
Homeଓଡିଶାଭୁବନେଶ୍ୱର୬ମାସ ପରେ ବି ଦଶମ ଶ୍ରେଣୀ ଟର୍ମ-୧ ପରୀକ୍ଷାର ଗ୍ରେସ ମାର୍କ ମିଳିଲାନି

୬ମାସ ପରେ ବି ଦଶମ ଶ୍ରେଣୀ ଟର୍ମ-୧ ପରୀକ୍ଷାର ଗ୍ରେସ ମାର୍କ ମିଳିଲାନି

ଭୁବନେଶ୍ୱର: ସିବିଏସଇ ଦଶମ ଶ୍ରେଣୀ ଟର୍ମ -୧ ପରୀକ୍ଷାରେ ବିଜ୍ଞାନ , ସାମାଜିକ ବିଜ୍ଞାନ ଏବଂ ଓଡିଆରେ ଅନେକ ପ୍ରଶ୍ନ ଭୁଲ ରହିଥିଲା । ତେଣୁ କେନ୍ଦ୍ର ସରକାର ଏହି ଭୁଲ ଗୁଡିକ ଲାଗି ପିଲାଙ୍କୁ ଗ୍ରେସ ମାର୍କ ଦେବା ଲାଗି ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ଟର୍ମ -୧ ପରୀକ୍ଷା ରେଜଲ୍ଟ ପ୍ରକାଶ ପାଇବା ପରେ ପିଲାଙ୍କୁ ଗ୍ରେସ ମାର୍କ ମିଳିଲାନାହିଁ । ଯାହାକୁ ନେଇ ଅଭିଭାବକମାନେ ସ୍କୁଲକୁ ଦୌଡି ଦୌଡି ନୟାନ୍ତ ହେବା ସହ ବାରମ୍ବାର ସିବିଏସଇ ଆଞ୍ଚଳିକ କାର୍ଯ୍ୟାଳୟରେ ଅଭିଯୋଗ କରିଥିଲେ । ସୂଚନା ଅନୁଯାୟୀ, ସିବିଏସଇ ଟର୍ମ -୧ ପରୀକ୍ଷା ଗଲାବର୍ଷ ଡିସେମ୍ବର ମାସ ପ୍ରଥମ ସପ୍ତାହରେ ହୋଇଥିଲା । ଏହାର୫ ମାସ ପରେ ଟର୍ମ -୨ ପରୀକ୍ଷା ମଧ୍ୟ ଶେଷ ହୋଇଛି । କିନ୍ତୁ ଟର୍ମ -୧ ପରୀକ୍ଷାରେ ସାମାଜିକ ବିଜ୍ଞାନ ବିଷୟରେ ୪ ମାର୍କ, ବିଜ୍ଞାନରେ ୫ ମାର୍କ, ଏବଂ ଓଡିଆରେ ପ୍ରଶ୍ନପତ୍ର ଭୁଲ କାରଣରୁ ୨ ମାର୍କ ଏହି ଭଳି ୧୧ ମାର୍କ ଗ୍ରେସ ଦିଆଯିବାକୁ ଘୋଷଣା ଚରାଯାଇଥିଲା । ହେଲେ ଟର୍ମ ୨ ପରୀକ୍ଷା ଏଥିମଧ୍ୟରେ ଶେଷ ହୋଇ ଜୁନ ୩୦ରେ ଫଳ ପ୍ରକାଶ ପାଇବ କିନ୍ତୁ ପିଲାଙ୍କୁ ଟର୍ମ -୧ ପରୀକ୍ଷାର ଗ୍ରେସ ମାର୍କ ଆଜିଯାଏଁ ପିଲାଙ୍କୁ ମିଳିଲାନି । ଭୁବନେଶ୍ୱର ଏକ ଘରୋଇ ସ୍କୁଲର ୧୦ମ ଶ୍ରେଣୀ ଛାତ୍ରୀ ଓ ତାଙ୍କ ଅଭିଭାବକ ବାରମ୍ବାର ଏନେଇ ସ୍କୁଲକୁ ଦୌଡିଥିଲେ । ହେଲେ ସ୍କୁଲ କତ୍ତୃପକ୍ଷ ନିରୁପାୟ ହୋଇ ସିବିଏସଇକୁ ଜଣାଇବା ଲାଗି କହିଥିଲେ । ସିବିଏସଇରେ ଜଣାଇବା ବେଳକୁ ସେମାନେ ସ୍କୁଲ ପୋର୍ଟାଲ ମାଧ୍ୟମରେ ଆବେଦନ କରିବାକୁ କହିଥିଲେ । ସବୁ ପ୍ରକ୍ରୀୟା ସାରିବା ପରେ ପରେ ବି ସେହି ଛାତ୍ରୀଙ୍କୁ ଗ୍ରେସ ମାର୍କ ମିଳିଲାନାହିଁ । ତେବେ ଜଣେ ପିଲା ତାର ନାର୍ଯ୍ୟ ଅଧିକାର ପାଇବା ଲାଗି ସ୍କୁଲ ଓ ସିବିଏସଇ କତ୍ତୃପକ୍ଷଙ୍କ ଚକ୍କର କାଟିବ ନା ପାଠପଢିବ । ସେହିଭଳି ଭୁବନେଶ୍ୱରରେ ଥିବା ସିବିଏସଇର ଆଞ୍ଚଳିକ କାର୍ଯ୍ୟାଳୟର କାର୍ଯ୍ୟକୁ ନେଇ ଅଭିଭାବକଙ୍କ ଅସନ୍ତୋଷ ବଢିବାରେ ଲାଗିଛି । ତେବେ ସବିଏସଇ କର୍ତ୍ତୃପକ୍ଷଙ୍କ ଅବିଚାରର ପ୍ରତିବାଦ କରି ଛାତ୍ରୀଜଣକ ଏବେ ହାଇକୋର୍ଟରେ ମାମଲା ଦାଏରକରିଛନ୍ତି । ଏହାର ଶୁଣାଣୀ କରି ହାଇକୋର୍ଟ କାହିଁଙ୍କି ପିଲାଙ୍କୁ ୧୧ ମାର୍କର ଗ୍ରେସ ମିଳିବ ନାହିଁ ବୋଲି ଉତ୍ତର ମାଗିଛନ୍ତି । ୨୨ ତାରିଖ ସୁଦ୍ଧା କୋର୍ଟରେ ସିବିଏସଇ କର୍ତ୍ତୃପକ୍ଷ ନିଜର ପକ୍ଷ ରଖିବେ ଓ ୨୩ ତାରିଖରେ ମାମଲାର ରାୟ ପ୍ରକାଶ ପାଇବ ବୋଲି ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking