18.1 C
Bhubaneswar
Monday, November 25, 2024
Homeଦେଶ ବିଦେଶଭାଇକୁ ପାଣି ଭାବି ଡିଜେଲ ପିଆଇଦେଲା ଭଉଣୀ, ତା’ପରେ କ’ଣ ହେଲା ପୁରା ଘଟଣା ଜାଣନ୍ତୁ....

ଭାଇକୁ ପାଣି ଭାବି ଡିଜେଲ ପିଆଇଦେଲା ଭଉଣୀ, ତା’ପରେ କ’ଣ ହେଲା ପୁରା ଘଟଣା ଜାଣନ୍ତୁ….

ନୂଆଦିଲ୍ଲୀ : ଗାଡ଼ି ଚଲାଇବା ପାଇଁ ପେଟ୍ରୋଲ କିମ୍ବା ଡିଜେଲର ଆବଶ୍ୟକତା ରହିଥାଏ । ଏହି ପେଟ୍ରୋଲ ଏବଂ ଡିଜେଲ୍ ବେଶ୍ ବିପଦପୂର୍ଣ୍ଣ ହୋଇଥାଏ । କାରଣ ଟିକିଏ ଅସାବଧାନ ହେଲେ କିଛିିବି ହୋଇପାରେ । ଆଉ ପୁଣି ଏହାକୁ ପିଲାଙ୍କ ଠାରୁ ଦୂରେଇ ରଖିବା ନିହାତି ଜରୁରୀ ହୋଇଥାଏ । କାରଣ ଶିଶୁମାନେ କୌଣସି ଜିନିଷକୁ ଭଲଭାବେ ଚିହ୍ନି ଶିଖି ନଥାନ୍ତି ତେଣୁ ଏଭଳି ବିପଜ୍ଜନକ ଜିନିଷକୁ ଛୋଟ ପିଲାମାନଙ୍କଠୁ ଦୂରେଇ ରଖିବା ଉଚିତ୍ । କିନ୍ତୁ କିଛି ଲୋକଙ୍କ ବେପରୁଆ ନୀତି ପାଇଁ ଶିଶୁମାନେ ଏହି ପଦାର୍ଥ ସସ୍ପର୍ଶରେ ଆସି ବିପଦର ସମ୍ମୁଖୀନ ହୋଇ ଥା’ନ୍ତି । ତେବେ ଏହି ଡିଜେଲ ସଂସ୍ପର୍ଶରେ ଆସି ଜଣେ ନିରୀହ ଶିଶୁର ଜୀବନ ଚାଲିଯାଇଥିବା ଘଟଣା ସାମ୍ନାକୁ ଆସିଛି ।

ନୋଏଡ଼ାର ସେକ୍ଟର ୬୩ର ଛିଜାରସି ଗାଁରେ ଡିଜେଲ ପିଇବା ଦ୍ୱାରା ଏକ ୮ମାସର ଶିଶୁର ମୃତ୍ୟୁ ହୋଇଯାଇଛି । ୪ ବର୍ଷର ଭଉଣୀ ନିଜ ୮ ମାସର ଭାଇକୁ ପାଣି ଭାବି ଡିଜେଲ ପିଆଇବା ପରେ ଶିଶୁର ମୃତ୍ୟୁ ଘଟିଛି । ଘରେ ପରିବାର ଲୋକ ଉପସ୍ଥିତ ଥିଲେ ମଧ୍ୟ ଏପରି ଅଘଟଣ ଘଟିଯାଇଛି । ସୂଚନା ଅନୂଯାୟୀ, ଘରେ ହଠାତ୍ ଶିଶୁଟି କାନ୍ଦିବାକୁ ଲାଗିଥିଲା । ଶିଶୁର କାନ୍ଦ ଶୁଣି ତା’ର ୪ବର୍ଷର ଭଉଣୀ ପାଖରେ ପଡ଼ିଥିବା ବୋତଲରୁ ଶିଶୁକୁ ପାଣି ପିଆଇଥିଲା । ବୋତଲରେ ପାଣି ନଥାଇ ଡିଜେଲ ଥିବା ବିଷୟରେ ଶିଶୁର ଭଉଣୀ ଜାଣି ନଥିଲା । ଡିଜେଲ ପିଇବା ପରେ ଶିଶୁଟି ଜୋରରେ କାନ୍ଦିବାକୁ ଲାଗିଥିଲା । କାନ୍ଦ ଶୁଣି ପରିବାର ଲୋକେ ଶିଶୁ ନିକଟରେ ପହଞ୍ଚିଥିଲେ । ଛୋଟ ଝିଅଟି ନିଜ ଭାଇକୁ ଡିଜେଲ ପିଆଇ ଦେଇଥିବା ଘର ଲୋକ ଜାଣିବା ପରେ ଶିଶୁକୁ ଡାକ୍ତରଖାନା ନେଇଥିଲେ । ୩ ଦିନ ଧରି ଡାକ୍ତରଖାନାରେ ଚିକିତ୍ସା ଚାଲିଥିଲେ ମଧ୍ୟ ଶିଶୁର ମୃତ୍ୟୁ ଘଟିଛି । ସୂଚନା ପାଇବା ମାତ୍ରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ଅଧିକ ତଦନ୍ତ କରୁଥିବା ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking