ନୂଆଦିଲ୍ଲୀ : ସୁପ୍ରିମକୋର୍ଟ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିଶୋଦିଆଙ୍କ ମଧ୍ୟବର୍ତ୍ତୀକାଳୀନ ଜାମିନ ଆବେଦନର ଶୁଣାଣିକୁ ସେପ୍ଟେମ୍ବର ୪ ତାରିଖକୁ ସ୍ଥଗିତ ରଖିଛନ୍ତି । ସିବିଆଇ ଓ ଇଡି ଦ୍ୱାରା ଦିଲ୍ଲୀ ଅବକାରୀ ସମ୍ବନ୍ଧୀୟ ୨ଟି ମାମଲାର ତଦନ୍ତ କରାଯାଉଛି । ଶ୍ରୀ ସିଶୋଦିଆ ତାଙ୍କ ପତ୍ନୀଙ୍କର ସ୍ୱାସ୍ଥ୍ୟାବସ୍ଥାକୁ କାରଣ ଭାବେ ଦର୍ଶାଇ ମଧ୍ୟବର୍ତ୍ତୀକାଳୀନ ଜାମିନ ଆବେଦନ କରିଥିଲେ ।
ଜଷ୍ଟିସ୍ ସଞ୍ଜୀବଖ ଖନ୍ନା ଏବଂ ଏସ୍.ଭି.ଏନ୍. ଭଟ୍ଟୀଙ୍କ ଖଣ୍ଡପୀଠ କହିଛନ୍ତି ସୁପ୍ରିମକୋର୍ଟ ଶ୍ରୀ ସିଶୋଦିଆଙ୍କ ମଧ୍ୟବର୍ତ୍ତୀକାଳୀନ ଜାମିନ ଆବେଦନକୁ ତାଙ୍କ ନିୟମିତ ଜାମିନ ଆବେଦନ ସହ ବିବେଚନା କରିବେ । ଗତମାସ ୧୪ ତାରିଖରେ ସୁପ୍ରିମକୋର୍ଟ ସିଶୋଦିଆଙ୍କ ମଧ୍ୟବର୍ତ୍ତୀକାଳୀନ ଜାମିନ ଆବେଦନ ଉପରେ ସିବିଆଇ ଓ ଇଡି ଠାରୁ ଜବାବ ଲୋଡ଼ିଥିଲେ ।
ଆମ୍ ଆଦ୍ମୀ ପାର୍ଟି ନେତା ଶ୍ରୀ ସିଶୋଦିଆଙ୍କ ବିରୁଦ୍ଧରେ ଦିଲ୍ଲୀ ଅବକାରୀ ନୀତି ମାମଲାରେ ଅନିୟମିତତା ଓ ଦୁର୍ନୀତି ଅଭିଯୋଗ ରହିଛି । ସେ ଗତ
ଫେବୃୟାରୀ ମାସରୁ ହାଜତରେ ଅଛନ୍ତି ।