34.1 C
Bhubaneswar
Saturday, May 18, 2024
Homeଅପରାଧଲାଞ୍ଚ ନେଇ ଧରାପଡ଼ିଲେ ଗୋଡ଼ା ଆରଆଇ

ଲାଞ୍ଚ ନେଇ ଧରାପଡ଼ିଲେ ଗୋଡ଼ା ଆରଆଇ

ଜଗତସିଂହପୁର : ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଜଗତସିଂହପୁର ଜିଲ୍ଲା ଏରସମା ତହସିଲର ଗୋଡ଼ା ରାଜସ୍ୱ ନିରୀକ୍ଷକ (ଆରଆଇ) ନୃସିଂହ ଚରଣ ରାଉତ।ନୃସିଂହ ଆଜି ଜଣେ ବ୍ୟକ୍ତିଙ୍କଠାରୁ ୬ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ। ଏକ ଜମି ମ୍ୟୁଟେସନ ମାମଲାରେ ଉକ୍ତ ବ୍ୟକ୍ତିଙ୍କ ସପକ୍ଷରେ ରିପୋର୍ଟ ଦେବା ପାଇଁ ଆରଆଇ ନୃସିଂହ ଚରଣ ରାଉତ ଏହି ଲାଞ୍ଚ ନେଉଥିଲେ। ତାଙ୍କଠାରୁ ସମସ୍ତ ଲାଞ୍ଚ ଅର୍ଥ ଜବତ କରାଯାଇଛି।ଲାଞ୍ଚ ନେଇ ଧରାପଡ଼ିବା ପରେ ନୃସିଂହ ଚରଣ ରାଉତଙ୍କ ଦୁଇଟି ଠିକଣାରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ସେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ସନ୍ଦେହରେ ଭିଜିଲାନ୍ସ ପକ୍ଷରୁ ଏହି ଚଢ଼ାଉ କରାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking