30.1 C
Bhubaneswar
Monday, May 20, 2024
Homeଖେଳଫ୍ରେଞ୍ଚ୍ ଓପନ୍ ସେମିରେ ସିନ୍ଧୁ ପରାସ୍ତ

ଫ୍ରେଞ୍ଚ୍ ଓପନ୍ ସେମିରେ ସିନ୍ଧୁ ପରାସ୍ତ

ପ୍ୟାରିସ୍‌: ଭାରତର ଡବଲ୍ ଅଲିମ୍ପିକ୍ ପଦକ ବିଜୟିନୀ ପିଭି ସିନ୍ଧୁଙ୍କ ଫ୍ରେଞ୍ଚ୍ ଓପନ୍ ଆଶା ମଉଳି ଯାଉଛି । ଶନିବାର ଅନୁଷ୍ଠିତ ତିନି ଗେମ୍‌ବିଶିଷ୍ଟ ସଂଘର୍ଷପୂର୍ଣ୍ଣ ସେମିଫାଇନାଲ୍‌ରେ ସିନ୍ଧୁ ଜାପାନର ସାୟାକା ତାକାହାଶିଙ୍କଠାରୁ ପରାଜିତ ହୋଇଛନ୍ତି । ପ୍ରଥମ ଗେମ୍ ହାତେଇଥିବା ୨୬ ବର୍ଷୀୟା ସିନ୍ଧୁଙ୍କୁ ୨୦୧୩ ଓ ୨୦୧୪ର ଏସିଆନ୍ ଚାମ୍ପିଅନ୍‌ଶିପ୍‌୍ ବ୍ରୋଞ୍ଜ୍ ମେଡାଲ୍ ବିଜେତା ବିଶ୍ୱର ନଂ୧୫ ଖେଳାଳି ତାକାହାଶିଙ୍କ ୨୧-୧୮, ୧୬-୨୧, ୧୨-୨୧ରେ ହରାଇ ଦେଇଥିଲେ । ୨୯ ବର୍ଷୀୟା ଜାପାନୀ ଖେଳାଳିଙ୍କ ବିପକ୍ଷରେ ୮ଟି ମ୍ୟାଚ୍ ମଧ୍ୟରୁ ଏହା ସିନ୍ଧୁଙ୍କ ଚତୁର୍ଥ ପରାଜୟ । ଶୁକ୍ରବାର ଅନୁଷ୍ଠିତ କ୍ୱାର୍ଟର୍ ଫାଇନାଲ୍‌ରେ ସିନ୍ଧୁ ଥାଇଲାଣ୍ଡ୍‌ର ବୁସାନନ୍ ଓଙ୍ଗ୍‌ବାମରୁଙ୍ଗ୍‌ଫାମ୍‌ଙ୍କୁ ୨୧-୧୪, ୨୧-୧୪ ଲଗାତାର ଗେମ୍‌ରେ ହରାଇ ସେମିଫାଇନାଲ୍‌ରେ ପ୍ରବେଶ କରିଥିଲେ ।

ଏହି ମ୍ୟାଚ୍ ୩୮ ମିନିଟ୍ ପର୍ଯ୍ୟନ୍ତ ଚାଲିଥିଲା । ବିଶ୍ୱ ଚାମ୍ପିଅନ୍ ସିନ୍ଧୁ ଗତ ସପ୍ତାହରେ ଓଡେନ୍ସରେ ଅନୁଷ୍ଠିତ ଡେନ୍‌ମାର୍କ ଓପନ୍‌ର କ୍ୱାର୍ଟର୍ ଫାଇନାଲ୍‌ରେ ପରାଜିତ ହୋଇଥିଲେ । ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ୍ ପଦକ ବିଜୟ ପରେ ବିଶ୍ୱର ନଂ ୭ ସିନ୍ଧୁଙ୍କର ଏହା ଦ୍ୱିତୀୟ ଟୁର୍ଣ୍ଣାମେଣ୍ଟ୍ ଥିଲା । ଏହା ପୂର୍ବରୁ ୨୦୧୬ ରିଓ ଅଲିମ୍ପିକ୍ସରେ ସିନ୍ଧୁ ରୌପ୍ୟ ପଦକ ହାସଲ କରିଥିଲେ । ପୁରୁଷ ସିଙ୍ଗଲ୍ସରେ ଭାରତର ଯୁବ ଶଟ୍‌ଲର୍ ଲକ୍ଷ୍ୟ ସେନ୍ କ୍ୱାର୍ଟର୍ ଫାଇନାଲ୍‌ରେ ପରାଜିତ ହୋଇଛନ୍ତି । ଜାପାନର ହେଓ କ୍ୱାଙ୍ଘି ୨୧-୧୭, ୨୧-୧୫ ଲଗାତାର ଗେମ୍‌ରେ ହରାଇ ଦେଇଥିଲେ । ସେହିପରି ପୁରୁଷ ଡବଳ୍ସରେ ସାତ୍ତ୍ୱିକସାଇରାଜ୍ ରାଙ୍କିରେଡ୍ଡୀ ଓ ଚିରାଗ ସେଟ୍ଟୀଙ୍କ ଯୋଡ଼ିକୁ ପରାଜୟର ମୁହଁ ଦେଖିବାକୁ ପଡ଼ିଛି । ଚତୁର୍ଥ ମାଲେସିଆର ଆରୋନ୍ ଚା ଓ ସୋହ ବୁଇ ୟିକ୍‌ଙ୍କ ଯୋଡ଼ି ଏକ ଘଣ୍ଟା ଏକ ମିନିଟ୍ ଧରି ଚାଲିଥିବା ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ରେ ୧୮-୨୧, ୨୧-୧୮, ୨୧-୧୭ରେ ତାଙ୍କୁ ପରାଜିତ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking