28.1 C
Bhubaneswar
Wednesday, December 4, 2024
Homeଓଡିଶାଅଙ୍ଗନୱାଡ଼ି କେନ୍ଦ୍ର ନ ଥିବାରୁ କ୍ଲବ ଘରେ ଚାଲିଛି ପାଠପଢ଼ା

ଅଙ୍ଗନୱାଡ଼ି କେନ୍ଦ୍ର ନ ଥିବାରୁ କ୍ଲବ ଘରେ ଚାଲିଛି ପାଠପଢ଼ା

ସଇଁନ୍ତଲା: ରାଜ୍ୟ ସରକାରଙ୍କ ପକ୍ଷରୁ କୁନି ପିଲାଙ୍କ ଭବିଷ୍ୟତ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଅଙ୍ଗନୱାଡ଼ି କର୍ମୀଙ୍କୁ ନିଯୁକ୍ତି ଦିଆଯାଉଛି । ମାତ୍ର ଅନେକ ସ୍ଥାନରେ ଅଙ୍ଗନବାଡି କେନ୍ଦ୍ର ନଥିବା ଯୋଗୁ କେଉଁଠି ନିଜ ଘରେ ତ ଆଉ କେଉଁଠି କ୍ଲବ ଘରେ ପିଲାଙ୍କୁ ପଢ଼ାଯିବାର ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ବଲାଙ୍ଗୀର ଜିଲ୍ଲା ସଇଁନ୍ତଲା ବ୍ଲକ ଖାସବାହାଲ ଗାଁରେ ଅଙ୍ଗନବାଡି ଗୃହ ନ ଥିବା ଯୋଗୁ ସ୍ଥାନୀୟ କ୍ଲବ ଘରେ କୁନି କୁନି ପିଲାଙ୍କ ଭବିଷ୍ୟତ ଗଢ଼ା ଯାଉଥିବାରୁ ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ଅନେକ ଥର ଗ୍ରାମବାସୀ ବିଭାଗୀୟ ଅଧିକାରୀଙ୍କୁ ଅଭିଯୋଗ କରିଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ସମସ୍ୟାର ସମାଧାନ ହୋଇ ପାରିନାହିଁ ।

ବ୍ଲକର ୧୭୯ ସେଣ୍ଟର ମଧ୍ୟରୁ ୨୧ଟି ଅଙ୍ଗନବାଡି କେନ୍ଦ୍ର ଗୃହ ନଥିବା ଜଣାପଡ଼ିଛି । ଅନ୍ୟପଟେ ବ୍ଲକ ଉପାଧ୍ୟକ୍ଷ ଗୁଣ ସାଗର ମାଝୀଙ୍କୁ ଗ୍ରାମବାସୀ ଅଭିଯୋଗ କରିବା ପରେ ସେ ତାଙ୍କ ଅନୁଦାନ ପାଣ୍ଠିରୁ କିଛି ଟଙ୍କା ପ୍ରଦାନ କରି ଖାସବାହାଲ ଗାଁରେ ଅଙ୍ଗନବାଡି କେନ୍ଦ୍ର ନିର୍ମାଣ କାର୍ଯ୍ୟ ଖୁବଶ୍ରୀଘ୍ର ଆରମ୍ଭ ହେବ ବୋଲି କହିଛନ୍ତି । ଏନେଇ ସିଡିପିଓ ସବିତା ଦାଶଙ୍କୁ ପଚାରିବାରୁ କିଛି ଅଙ୍ଗନବାଡି ଘର ନିର୍ମାଣ କରିବା ପାଇଁ ସରକାରଙ୍କ ପକ୍ଷରୁ ଟଙ୍କା ଆସିଛି ଏବଂ ୬ଟି ଅଙ୍ଗନବାଡି କେନ୍ଦ୍ର ଲାଗି ଜାଗା ମଧ୍ୟ ନଥିବାରୁ ଏଭଳି ସମସ୍ୟା ଦେଖା ଦେଉଥିବା କହିଛନ୍ତି । ତେବେ ଜିଲ୍ଲା ପ୍ରଶାସନ ପକ୍ଷରୁ ତୁରନ୍ତ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking